ଭୁବନେଶ୍ବର ଲୋକସଭା ଆସନରୁ କିଏ ଜିତିବ ? ଏପରି କହିଲେ Rabi Das

ଭୁବନେଶ୍ବରରୁ ଲୋକସଭା ଆସନରେ କିଏ ଜିତିବ ଖୋଲି କହିଲେ ବରିଷ୍ଠ ସାମ୍ବାଦିକ ରବି ଦାସ ! ପ୍ରତ୍ଯେକ ବିଧାନସଭା ଆସନରେ ଯେତେତୁ ପ୍ରତିଦ୍ୱନ୍ଦିତା ତୀବ୍ର ହେଉଛି । ଗତ ଥର ନିର୍ବାଚନ ଠାରୁ ଚଳିତ ବର୍ଷ ନିର୍ବାଚନ ବହୁତ ଭିନ୍ନ ଧରଣର ହେଉଛି । କାରଣ ଏଥର ପୁରା ତ୍ରିମୂଖୀ ହୋଇଛି । ତିନି ଟି ଯାକ ଦଳର ପ୍ରାର୍ଥୀ ମାନେ ଜୋରଦାର ଟକ୍କର ଜଣେ ଅନ୍ୟ ଜଣଙ୍କୁ ଦେବାକୁ ଯାଉଛି । ଗତ ଥର ଅପରାଜିତା ସରଙ୍ଗିଙ୍କର ଇମେଜ ବହୁତ ଭଲ ଥିଲା । ସେ କଲେକ୍ଟର ମଧ୍ୟ ଥିଲେ ।

ଏମିତିକି ନରେନ୍ଦ୍ର ମୋଦୀ ମଧ୍ୟ ନିର୍ବାଚନରେ ରୋଡ ସୋ’ କରିଥିଲେ । ସେତେବେଳେ ନରେନ୍ଦ୍ର ମୋଦୀଙ୍କର ମଧ୍ୟ ବହୁତ କ୍ରେଜ ରହିଥିଲା । କାରଣ ସେତେବେଳେ ବାଲାକୋଟ ଘଟଣା ହୋଇଥିଲା । ସେତେବେଳେ ବିଧାନସଭାରେ ବିଜେପିର ପଦର୍ଶନ ଏତେ ଭଲ ନଥିଲେ ମଧ୍ୟ ଲୋକସଭାରେ ଅପରାଜିତା ସରଙ୍ଗି ଜିତିଯାଇଥିଲେ । ଯଦିଓ ମାର୍ଜିନ ବହୁତ ବଡ ନଥିଲା । ହେଲେ ଏଥର ନିର୍ବାଚନ ବହୁ ଗୁଡିଏ କଥାକୁ ଯଦି ଦ୍ରୁଷ୍ଟିରେ ରଖି କହିବାକୁ ଯିବା ।

ତେବେ ଏଠାର ତ୍ରିମୂଖୀ ଲଢେଇ ହେବାକୁ ଯାଉଛି । ଅପରାଜିତା ସରଙ୍ଗିଙ୍କର ଏଥର ଭୁବନେଶ୍ବର ଲୋକସଭା ଆସନରେ ନିର୍ବାଚିତ ହୋଇଯିବ ଏତେ ମଧ୍ୟ ସହଜ କଥା ନୁହେଁ । ଯଦି ଅପରାଜିତା ସରଙ୍ଗି ନିର୍ନାଚନରେ ଜିତିବାକୁ ଚାହୁଁଥାନ୍ତି । ତେବେ ତାଙ୍କ ଦଳର ବିଧାନସଭା ଆସନ ଗୁଡିକ ମଧ୍ୟ ଭଲ ପଦର୍ଶନ ରହିବା ଦରକାର । ତେବେ ଏ ସବୁ କଥାକୁ ଦ୍ରୁଷ୍ଟିରେ ରଖି ଏ ନିର୍ବାଚନ ବହୁତ ପ୍ରତିଦ୍ୱନ୍ଦିତା ମୂଳକ ହେବାକୁ ଯାଉଛି । ଯାହାକି ନିଜେ ଅପରାଜିତା ସରଙ୍ଗି ନିଜେ ଅନୁଭବ ମଧ୍ୟ କରିପାରୁଥିବେ ।

ଭୁବନେଶ୍ବରକୁ ସବୁ ଦଳ ବହୁ ଗୁରୁତ୍ଵପୂର୍ଣ୍ଣ ବୋଲି ଭାବୁଛନ୍ତି । ତେଣୁ ଏଠାରେ ବିଜେପିର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି। ଅମିତ ଶାହ। ହେମାମାଲିନୀଙ୍କ ଭଳି ଷ୍ଟାର ପ୍ରଚାରକ ଭାବେ ଆସୁଛନ୍ତି । ଅପର ପକ୍ଷରେ ଭୁବନେଶ୍ବରରେ ମଧ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ରୋଡ ସୋ’ କରିଛନ୍ତି । ଏଠାରେ 3 ଟି ବିଧାନସଭା ଆସନ ରହିଛି । ଯଦି ଭୁବନେଶ୍ବରରେ ବିଧାନସଭା ଆସନ ଗୁଡିକ ଭଲ ପଦର୍ଶନ କରନ୍ତି । ତେବେ ଯାଇ ଅପରାଜିତା ସରଙ୍ଗିଙ୍କର ଲୋକସଭା ଆସନରେ ଜିତିବାର ସମ୍ଭାବନା ରହିଛି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *