ନୂଆ ମୁଖ୍ୟମନ୍ତ୍ରୀ ହେବେ ଗିରୀଶ ଚନ୍ଦ୍ର ମୁର୍ମୁ । ତେବେ 2024 ନିର୍ବାଚନୀ ଫଳାଫଳ ବାହାରିବା ପରେ ଓଡିଶାରେ ବିଜେଡି ହାତରୁ ଶାସନର ଡୋରୀ ଖସି ଯାଇଛି । ତେବେ ଏବେ ଭାରତୀୟ ଜନତା ପାର୍ଟି ପକ୍ଷରୁ କେହି ଜଣେ ବ୍ୟକ୍ତି ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ ହେବା ପାଇଁ ଯାଉଛନ୍ତି । ଆସନ୍ତା ଜୁନ 10 ତାରିଖରେ ଓଡିଶାରେ ବିଜେପିର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ତେବେ ବିଜେପି କାହାକୁ ଓଡିଶାର ମୁଖ୍ୟମନ୍ତ୍ରୀ କରିବ ? ତାହା ଯଦିଓ ସଠିକ ଭାବେ ସ୍ପଷ୍ଠ ହୋଇନାହିଁ ।
ହେଲେ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ନେଇ ବହୁତ ଚର୍ଚା ହେବାରେ ଲାଗିଛି । ଯେ ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ ଗିରୀଶ ଚନ୍ଦ୍ର ମୁର୍ମୁ ହେବା ପାଇଁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ହିସାବରେ ଶପଥ ନେବା ପାଇଁ ସେ ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି । ତେବେ ଦିଲ୍ଲୀରେ କମ୍ପଟ୍ରୋଲର ଓ ଅଡିଟର ଜେନେରାଲ ଦାୟିତ୍ଵରେ ରହିଥିବା ଗିରୀଶ ଚନ୍ଦ୍ର ମୁର୍ମୁଙ୍କର ଓଡିଆ ଲିଙ୍କ ରହିଛି । ସେ ମୟୂରଭଞ୍ଜର ବେତନଟୀ ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ସାନ୍ତାଳ ପରିବାରର ଅଟନ୍ତି ।
ତେବେ ଗିରୀଶଙ୍କୁ ନେଇ ବର୍ତ୍ତମାନ ସବୁଆଡେ କ୍ଷାଳୟ ତାଙ୍କର ଚର୍ଚା ଲାଗି ରହିଛି । ଭାରତୀୟ ଜନତା ପାର୍ଟି କୁଆଡେ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିବାକୁ ଯାଉଛି । ତେବେ ଖୁବ ଶୀଘ୍ର ତାଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ନାମରେ ଘୋଷଣା କରିବାକୁ ଯାଉଛି ବିଜେପି । ଏଥିସହ ଆସନ୍ତା ଜୁନ 10 ତାରିଖରେ ମଧ୍ୟ ସେ ଭୁବନେଶ୍ବର ଠାରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଯଦିଓ ଭାରତୀୟ ଜନତା ପାର୍ଟି ପକ୍ଷରୁ ଓଡିଶାରେ କିଏ ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ତାହା ଘୋଷଣା ହୋଇନାହିଁ ।
ହେଲେ ଗିରୀଶ ଚନ୍ଦ୍ର ମୁର୍ମୁ ଓଡିଶାର ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚା ଜୋର ଧରିଛି । ତେବେ ସେ ମଧ୍ୟ ଏହାରି ଭିତରେ ଭୁବନେଶ୍ବରରେ ଆସି ପହଞ୍ଚି ଯାଇଛନ୍ତି । ବିଜେପିର ବହୁତ କିଛି କାର୍ଯ୍ୟକ୍ରମ ଏହାରି ଭିତରେ ରହିଛି । ତେବେ ଯଥା ସମୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଓଡିଶାର ନୂତନ ମନ୍ତ୍ରୀଙ୍କର ନାମ ଘୋଷଣା ହେବାକୁ ଯାଉଛି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।