ନମସ୍କାର ବନ୍ଧୁଗଣ, ଅଭିନେତା ପିଣ୍ଟୁ ନନ୍ଦ ପ୍ରଥମେ ଭୁବନେଶ୍ଵରରେ ଚିକିତ୍ସିତ ହେଉଥିଲେ । ହେଲେ ଭୁବେନେଶ୍ଵରରେ ତାଙ୍କ ଚିକିତ୍ସାର ବ୍ୟାବସ୍ତା ନଥିବାରୁ ତାଙ୍କୁ ଦିଲ୍ଲୀ ପଠାଇ ଦିଆଗଲା । ହେଲେ ଏବେ ଦିଲ୍ଲୀ ଯିବା ପରେ ସେଠାରେ ସେମାନେ ମଧ୍ୟ ଫେଲ ମାରିଯାଇଛନ୍ତି । ସେଠାରେ ମଧ୍ୟ ତାଙ୍କ ଚିକିତ୍ସା କରାଯାଇପାରିବ ନାହିଁ ଏଭଳି କିଛି ବଡ ଖବର ସାମ୍ନାକୁ ଆସିଛି । ତେବେ ଏଭଳି ଅବସ୍ତାରେ ବର୍ତ୍ତମାନ ପିଣ୍ଟୁ ନନ୍ଦଙ୍କର କଣ ହେବ କେଉଁଆଡେ ଯିବେ ପିଣ୍ଟୁ ଏହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।
ଖବର ଅନୁଯାୟୀ ପିଣ୍ଟୁ ନନ୍ଦଙ୍କର ବର୍ତ୍ତମାନ ସ୍ୱାସ୍ଥ୍ୟ ଅବସ୍ତା ଗୁରୁତର ରହିଛି । ଭୁବନେଶ୍ଵରରୁ ଯାଇ ପିଣ୍ଟୁ ଦିଲ୍ଲୀର ଏକ ବେସରକାରୀ ହସପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ସେଠିକାର ଡାକ୍ତର ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ସମ୍ଭାଳି ପାରୁ ନାହାନ୍ତି । ତେଣୁ ତାଙ୍କୁ ଦିଲ୍ଲୀରୁ ହାଇଦ୍ରାବାଦ କିମ୍ବା ଚେନ୍ନାଇ ସ୍ତାନାନ୍ତରଣ କରିଯିବାର ସୂଚନା ମିଳୁଅଛି ।
ଦିଲ୍ଲୀର ବେସରକାରୀ ହସପିଟାଲରେ ସେ ଚିକିତ୍ସା ହେଉଥିବା ବେଳେ ଆସିଛି ଏଭଳି ଏକ ବଡ ଖବର ଯାହା ଓଡିଶାବାସୀଙ୍କୁ ପୁଣି ଥରେ ବ୍ୟସ୍ତ ବିବ୍ରତ କରାଇ ଦେଇଛି । ତାଙ୍କ ଅବସ୍ତା ଏବେ ଆହୁରି ଅଧିକ ଗୁରୁତର ହୋଇଯାଇଛି ଯାହାକୁ ସମ୍ଭାଳିବା ଦିଲ୍ଲୀ ଡାକ୍ତରଙ୍କ ପକ୍ଷେ ଅସମ୍ଭବ ହୋଇପଡିଛି । ତେଣୁ ତାଙ୍କର ଉନ୍ନତ ଚିକିତ୍ସା ପାଇଁ ହାଇଦ୍ରାବାଦ କିମ୍ବା ଚେନ୍ନାଇ ତାଙ୍କୁ ପଠାଯିବ ।
ଓଲିଉଡ ଜଗତର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ତା ଏବେ ମଧ୍ୟ ଗୁରୁତର ରହିଛି । ଲିଭର ଶିରୋସିସ ଯୋଗରେ ପୀଡିତ ଥିବା ପିଣ୍ଟୁ ନନ୍ଦଙ୍କ ଲିଭର ଟ୍ରାନ୍ସ ପ୍ଲାନେଟ ପାଇଁ ଏବେ ପର୍ଯ୍ୟନ୍ତ କୌଣସି ଡୋନର ମଧ୍ୟ ଯୋଗାଡ ହୋଇପାରେ ନାହିଁ । ଅର୍ଥାତ ପିଣ୍ଟୁ ନନ୍ଦଙ୍କୁ ଲିଭର ଦେବା ଲୋକ ମିଳିପାରି ନାହିଁ । ଯାହାକି ବହୁତ ବଡ ଚିନ୍ତାର କାରଣ ଅଟେ । ଏହାସହିତ ଅପରେସନ ପାଇଁ ଯେତିକି ଟଙ୍କା ଆବଶ୍ୟକ ତାହା ମଧ୍ୟ ତାଙ୍କ ପାଖରେ ନାହିଁ ।
ନିଜର ଭିଲିୟାନ ଏବଂ କମେଡି ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ପିଣ୍ଟୁ ଏବେ ଭୁବନେଶ୍ଵର ରୁ ଦିଲ୍ଲୀ ଆଉ ଦିଲ୍ଲୀ ରୁ ହାଇଦ୍ରାବାଦ କିମ୍ବା ଚେନ୍ନାଇ ଯିବାର ଖବର ଆସି ପହଞ୍ଚୁଛି ଯାହା ଏକ ବଡ ଖବର ଅଟେ ଆମ ଓଡିଶାବାସୀଙ୍କ ପାଇଁ । ଭଗବାନଙ୍କ ପାଖରେ ନିହାତି ଭାବରେ ଆମେ ପ୍ରାଥନା କରୁଛୁ ସେ ଖୁବ ଶୀଘ୍ର ଭଲ ଘରକୁ ଫେରି ଆସନ୍ତୁ ଆଉ ପୁଣି ଅଭିନୟ କରି ଲୋକଙ୍କ ମନ କିଣନ୍ତୁ ।