ଦେଖନ୍ତୁ Video: କିଏ ଏହି ଭୁବନ ବାଦ୍ୟକର, ଯାହାଙ୍କ ଗୀତ ‘କାଚା ବାଦାମ’ ଏବେ ସୋସିଆଲ ମିଡିଆରେ ହେଉଛି ନିଆଁ ପରି ଭାଇରାଲ, ଦେଖନ୍ତୁ ଏହି ଗୀତ ଗାଇବା ପଛରେ କଣ ଥିଲା ଅସଲ କାହାଣୀ !

କହିବାକୁ ଗଲେ ସବୁବେଳେ ସୋସିଆଲ ମିଡିଆରେ କୌଣସି ନା କୌଣସି ଗୀତ ଟ୍ରେଣ୍ଡରେ ଥାଏ । ଯାହା ଉପରେ ସମସ୍ତେ ଭିଡିଓ ପୋସ୍ଟ କରୁଥାନ୍ତି । ଏହି କ୍ରମରେ କାଞ୍ଚା ବାଦାମ ପକା ବାଦାମ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ଚାଲିଛି । ଏହି ଗୀତରେ ଲୋକମାନେ ଭିଡିଓ କରୁଛନ୍ତି ଓ ତାହା ବହୁତ ଭାଇରାଲ ମଧ୍ୟ ହେଉଛି । କେବଳ ଆମ ଦେଶର ଲୋକମାନେ ନୁହନ୍ତି ବିଦେଶରେ ରହୁଥିବା ଲୋକମାନେ ବି ଏହି ଗୀତରେ ରୀଲସ କରୁଛନ୍ତି । କିନ୍ତୁ ଏହି ଗୀତ ପଛରେ ଗୋଟିଏ କାହାଣୀ ଅଛି ।

କାଞ୍ଚା ବାଦାମ ଅର୍ଥ କଞ୍ଚା ବାଦାମ । ପଶ୍ଚିମବଙ୍ଗର ବାଦାମ ବିକାଳି ଭୁବନ ବାଦ୍ୟକାର ଗ୍ରାହକମାନଙ୍କୁ ଆକ୍ରୁଷ୍ଟ କରିବା ପାଇଁ ଗାଁ ଗାଁ ବୁଲି କାଞ୍ଚା ବାଦାମ ଗୀତ ଗାଇ ବାଦାମ ବିକ୍ରି କରିଥାନ୍ତି । ବୀରଭୂମି ଜିଲ୍ଲା ଦୁବରାଜ ଅଞ୍ଚଳର ଏକା ଗ୍ରାମରେ ଭୁବନ ନିଜର ସ୍ତ୍ରୀ, ଦୁଇ ପୁଅ ଓ ଗୋଟିଏ ଝିଅ ସହ ରୁହନ୍ତି । ସବୁଦିନ ସକାଳୁ ସକାଳୁ ଉଠି ସେ ନିଜର ପରିବାର ଚଳାଇବା ପାଇଁ ଦୂର ଦୂର ଗାଁକୁ ବୁଲି ସାଇକେଲରେ ବାଦାମ ବିକ୍ରି କରିବା ପାଇଁ ଯାଇ ଥାନ୍ତି ।

ଗୋଟିଏ ଦିନରେ ୩ ରୁ ୪ କିଲୋ ବାଦାମ ବିକ୍ରି କରି ସେ ୨୫୦ ଟଙ୍କା ରୋଜଗାର କରିଥାନ୍ତି । ଗ୍ରାହକମାନଙ୍କୁ କଞ୍ଚା ବାଦାମ ପ୍ରତି ଆକର୍ଷିତ କରିବା ପାଇଁ ଭୁବନ ସବୁଦିନ ଗାଁ ଗାଁ ବୁଲି ଏହି ଗୀତ ଗାଇଥାନ୍ତି । କିନ୍ତୁ ଗୋଟିଏ ଦିନ ଯେତେବେଳେ ଭୁବନ ଏହି ଗୀତ ଗାଇ ବାଦାମ ବିକ୍ରି କରୁଥିଲେ ତେବେ ଜଣେ ଯୁବକ ଏକ ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଦେଲେ ।

ଏହା ପରେ କିଛି ଘଣ୍ଟା ମଧ୍ୟରେ ଏହା ଭାଇରାଲ ହୋଇଗଲା । ବର୍ତ୍ତମାନ ଏହି ଗୀତ ଦେଶ ବିଦେଶରେ ବହୁତ ଲୋକପ୍ରିୟ ମଧ୍ୟ ହୋଇ ଯାଇଛି । ଭୁବନଙ୍କ ଗୀତକୁ ନେଇ ଏକ ରିମିକ୍ସ ଗୀତ ମଧ୍ୟ ତିଆରି ହୋଇସାରିଛି । ଯେଉଁଥିରେ ଭୁବନଙ୍କୁ ଗାଇବା ସହିତ ଅଭିନୟ କରିବାର ସୁଯୋଗ ମଧ୍ୟ ମିଳିଛି । ଏହାକୁ ଗୋଧଳୀ ବେଳା ମ୍ୟୁଜିକ ନାମକ ୟୁଟ୍ୟୁବ ଚ୍ୟାନେଲରେ ଡିସେମ୍ବର ୨୬ ତାରିଖରେ ଅପଲୋଡ କରାଯାଇ ଥିଲା । ଯାହାକୁ ଆଜି ପର୍ଯ୍ୟନ୍ତ ୪ କୋଟି ରୁ ବି ଅଧିକ ଲୋକମାନେ ଦେଖିସାରିଛନ୍ତି ।

ଭୁବନଙ୍କ ଗୀତର ରୀଲ୍ସ ଗୁଡିକୁ ବି ଲକ୍ଷ ଲକ୍ଷ ଲୋକମାନେ ଦେଖୁଛନ୍ତି । ଭୁବନଙ୍କ ଗୀତ ପୁରା ବିଶ୍ଵରରେ ପହଞ୍ଚି ଯାଇଛି । କିନ୍ତୁ ତାଙ୍କର ଆର୍ଥିକ ସ୍ଥିତି ସୁଧୀରି ନାହିଁ । ସେ କହୁଛନ୍ତି କି ବର୍ତ୍ତମାନ ସରକାର ତାଙ୍କ ପାଇଁ କିଛି କରନ୍ତୁ । ସେ ନିଜ ସ୍ତ୍ରୀ କୁ ପିଲାମାନଙ୍କୁ ଭଲ ଖାଇବା ଓ ଭଲ ପୋଷାକ ଦେବା ପାଇଁ ସେ ଚାହୁଁଛନ୍ତି ।

Leave a Reply

Your email address will not be published. Required fields are marked *