ଭୁବନେଶ୍ୱର ଆଇଜି ପାର୍କ ନିକଟରେ ଯୁବତୀଙ୍କ ହାଇଡ୍ରାମା, ସ୍ୱିଗି ବଏଠୁ ଖାଇଲେ ବ୍ରହ୍ମଚାପୁଡ଼ା, ଭିଡିଓ ହେଉଛି ଭାଇରାଲ

ନମସ୍କାର ବନ୍ଧୁଗଣ ତେବେ  ଜଣେ ସ୍ବିଗି ବୟ ଜଣେ ଯୁବତୀଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିବା ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ଘଟଣାଟି ଘଟିଥିଲା ଆଇଜି ପାର୍କ ନିକଟରେ । ଯୁବତୀ ଜଣକ ସେଠାରେ କିଛି ଯୁବକଙ୍କୁ ଅଶାଳୀନ ଭା‌ଷାରେ ଗାଳିଗୁଲଜ କରିବାରୁ ଯୁବକ ଜଣକ ତାଙ୍କୁ ଏଭଳି ମାଡ଼ ମାରିଥିବା ଜଣାପଡ଼ିଛି । ତେବେ ଜଣେ ଯୁବତୀଙ୍କୁ ବିଚ୍‌ ରାସ୍ତାରେ ଏମିତି ମାଡ଼ ମାରିବା ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।

ଏମିତିକି ସେଠାରେ ପୁଲିସ ଥିଲେ ମଧ୍ୟ ଯୁବତୀଙ୍କୁ ଉଦ୍ଧାର କରିନଥିବା ଅଭିଯୋଗ ହୋଇଛି । ସେହିଭଳି ଘଟଣାକୁ ବି ବେଶ୍ ହାଲୁକା ଭାବେ ନେଇଛି କ୍ୟାପିଟାଲ ଥାନା ପୁଲିସ । ଅଭିଯୋଗ ହୋଇନଥିବାରୁ ମାମଲା ରୁଜୁ ହୋଇନାହିଁ ବୋଲି ଥାନା ସୂତ୍ରରୁ କୁହାଯାଇଛି । ତେବେ କାହିଁକି ଏପରି ଘଟଣା ଘଟିଲା, କ’ଣ ଥିଲା ଏହାର କାରଣ ? ମଙ୍ଗଳବାର ଅପରାହ୍ଣରେ ଆଇଜି ପାର୍କ ନିକଟରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଗଣ୍ଡଗୋଳ ହେଉଥିଲା ।

ସେମାନଙ୍କ କଥାରୁ ଜଣାପଡ଼ୁଥିଲା ସେମାନେ ପ୍ରେମିକ ପ୍ରେମିକା । ବହୁ ସମୟ ପର୍ଯ୍ୟନ୍ତ ଯୁବତୀ ଜଣକ ଉକ୍ତ ଯୁବକକୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି କରୁଥିଲେ ଓ ହାତ ଉଠାଇ ମାଡ଼ ମାରୁଥିଲେ । ସେହି ସମୟରେ ରାସ୍ତାରେ ଯାଉଥିବା ଲୋକେ ପ୍ରେମୀଯୁଗଳଙ୍କ ଝଗଡ଼ାକୁ ଦେଖୁଥିଲେ । ଏମିତିକି କିଛି ଯୁବକ ସେମାନଙ୍କ ଝଗଡ଼ାକୁ ମୋବାଇଲ୍‌ ଫୋନ୍‌ରେ ରେକର୍ଡିଂ କରୁଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବତୀ ଜଣକ ଭିଡିଓ ରେକର୍ଡିଂ କରୁଥିବା କିଛି ଯୁବକଙ୍କୁ ଗାଳି ଦେଇଥିଲେ ।

ତେବେ ଏମିତିକି ଜଣେ ଯୁବକଙ୍କ ମୋବାଇଲ୍‌ ଫୋନ୍‌ ଝାମ୍ପି ନେଇ ତଳେ କଚାଡ଼ି ଦେଇଥିଲେ । ଯୁବତୀଙ୍କ ଏଭଳି ଉଗ୍ର ଆଚରଣକୁ ସହ୍ୟ କରିପାରିନଥିଲେ ସେଠାରେ ଥିବା ଜଣେ ସ୍ବିଗି ବୟ । ସେ ଯୁବତୀଙ୍କୁ ପ୍ରତିରୋଧ କରିଥିଲେ । କିନ୍ତୁ ସ୍ବିଗି ବୟ ବି ଭିଡିଓ ରେକର୍ଡିଂ କରୁଥିବାରୁ ଯୁବତୀ ଜଣକ ତାଙ୍କୁ ଖରାପ ଭାଷାରେ ଗାଳି ଦେଇଥିଲେ । ଯୁବତୀଙ୍କ ଗାଳି ଶୁଣି ସ୍ବିଗି ବୟ ରାଗି ଯାଇଥିଲେ ଓ ଯୁବତୀଙ୍କୁ ମାଡ଼ ମାରିବା ଆରମ୍ଭ କରିଦେଇଥିଲେ । ଢୋ’ ଢା’ କରି ଶକ୍ତ ଚଟକଣା ମାରି ଲାଗିଥିଲେ ।

ତେବେ ସେଠାରେ ବହୁ ଲୋକ ଜମା ହୋଇଥିଲେ ବି କେହି ଯୁବତୀଙ୍କୁ ରକ୍ଷା କରିବାକୁ ଆଗେଇ ଆସିନଥିଲେ । କିନ୍ତୁ ଜଣେ ବୟସ୍କ ବ୍ୟକ୍ତି ସ୍କୁଟିରୁ ଓହ୍ଲାଇ ସ୍ବିଗି ବୟଙ୍କୁ ଅଟକାଇଥିଲେ । କିଛି ସମୟ ପୂର୍ବରୁ ରାସ୍ତାରେ ବୋବାଲ୍‌ କରୁଥିବା ଯୁବତୀ ସ୍ବିଗି ବୟଙ୍କ ଶକ୍ତ ଚଟକଣା ଖାଇବା ପରେ କାନମୁଣ୍ଡା ଆଉଁସି ଚୁପ୍‌ଚାପ ସେଠାରୁ ପଳାଇଥିଲେ । କିଛି ସମୟ ପୂର୍ବରୁ ପ୍ରେମିକ ବୋଲି ଅନୁମାନ କରା ଯାଉଥିବା ଯୁବକ ବି କେତେବେଳେ ସେଠାରୁ ଚମ୍ପଟ ମାରି ସାରିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *