ବନ୍ଧୁଗଣ ଏବେ ସୋସିଆଲ ମିଡିଆରେ ଆମ ଓଡିଶାର ଜଣେ ଛୋଟ ପୁଅ ବହୁତ ଚର୍ଚ୍ଚାରେ ରହୁଛି । ଏହି ଛୋଟ ପୁଅର ନାମ ହେଉଛି ସାନ୍ତନୁ କୁମାର ମହାନ୍ତି । ସାନ୍ତନୁ ଭଲ ଗୀତ ଗାଇବା ସହ ଭଲ କମେଡି କରୁଛନ୍ତି । ସୋସିଆଲ ମିଡିଆରେ କେବଳ ତାଙ୍କର ଅନେକ ଭିଡିଓ ବହୁତ ଭାଇରାଲ ହେଉଛି । ଏତେ କମ ବୟସରେ ସାନ୍ତନୁ ଓଡିଶା ବାସୀଙ୍କ ମନ ଜିତିପାରି ଛନ୍ତି । ତେବେ ସାନ୍ତନୁ ପ୍ରଥମେ ଓଡିଆ ରିଆଲିଟି ସୋ ‘ଓଡିଶାର ନୂଆ ସ୍ଵର’ରେ ପ୍ରତିଯୋଗୀ ରୂପେ ଯୋଗ ଦେଇଥିଲେ ଓ ନିଜ ଟ୍ୟାଲେନ୍ଟ ଦେଖାଇ ଥିଲେ ।
ଏବେ ସାନ୍ତନୁ ସମସ୍ତଙ୍କ ଭଲ ପାଇବା ପାଉଛନ୍ତି । ତେବେ ଗତ କିଛି ସମୟ ହେବ ସାନ୍ତନୁ ଏକ ସାକ୍ଷାତ୍କାର ଦେଇଛନ୍ତି ଓ କିଛି ପର୍ଶନାଲ କଥା କହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସାନ୍ତନୁଙ୍କର ଏହି ସାକ୍ଷାତ୍କାର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଏହି ସାକ୍ଷାତ୍କାରରେ ସାନ୍ତନୁ କହିଛନ୍ତି-‘ମୁ ପପୁ ପମ ପମଙ୍କ ସହ ସୋରେ ନାଚି ବହୁତ ଖୁସି ହୋଇଥିଲି ।
କାରଣ ମୁ ତାଙ୍କର ବହୁତ ବଡ ଫ୍ୟାନ ସେ ମୋ ଆଖି ସାମ୍ନାରେ ଥିଲେ ଯେତେବେଳେ ମୁ ବହୁତ ଖୁସି ହୋଇଥିଲି । ସିଦ୍ଧାର୍ଥ ଟିଭିରେ ଯେତେବେଳେ ସୋ ଆସିଲା ମୁ ପ୍ରଥମେ ମୋ ମାଙ୍କୁ କହିଲି ମୁ ଏ ସୋକୁ ଯିବି’ । ଆଗକୁ ସେ କହିଛନ୍ତି-‘ସେତେବେଳେ ମୋ ମା ମୋତେ କହିଥିଲା ସବୁ ଗୀତ ଗୁଡିକ ଘୋଷିବା ପାଇଁ ।
ରାତିରେ ମୁ ଶୋଇ ପଡୁଥିଲି ହେଲେ ମୋ ବାପା ମା ନଶୋଇ ଗୀତ ଖୋଜୁ ଥିଲେ । ତା ପରେ ମୋତେ କୁହନ୍ତି ମୁ ବସିକି ଶିଖେ । ମୋ ବାପା ମା ମୋ ପାଇଁ ଏତେ କଷ୍ଟ କରିଛନ୍ତି ତେଣୁ ମୁ ତାଙ୍କୁ ଧନ୍ୟବାଦ କହୁଛି । ସେ ମୋ ପାଇଁ ରାତି ଯାକ ଅନିଦ୍ରା ରହି ସେମାନେ ମୋ ପାଇଁ ଏତେ କାମ କରିଛନ୍ତି ତେଣୁ ମୁ ତାଙ୍କୁ ଧନ୍ୟବାଦ କହିବି’ ।
ଆଗକୁ ସେ କହିଛନ୍ତି-‘ମୋର ସ୍ଵପ୍ନ ଅଛି ମୁ ବଡ ହେଲେ ବହୁତ ଭଲ ଗୀତ ଗଇବି ଆଉ ହିରୋ ହେବି । ମୁ ନିଜ ଫିଲ୍ମରେ ନିଜେ ଗୀତ ଗାଇବି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସାନ୍ତନୁ ନିଜ ମନର କଥା କହିଛନ୍ତି । ତେବେ ଆପଣ ମାନଙ୍କୁ ସାନ୍ତନୁଙ୍କ ଗୀତ କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।