ନମସ୍କାର ବନ୍ଧୁଗଣ ତେବେ ପ୍ରାୟତଃ ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କ ନିଦ ପ୍ରାତଃ ସମୟ ୩ ଟା ରୁ ୫ ଟା ମଧ୍ୟରେ ଭାଙ୍ଗିଥାଏ । ଏପରି କାହିଁକି ହୁଏ ସେହି ସମ୍ବନ୍ଧରେ ମଧ୍ୟ ସେମାନେ ଜାଣି ନଥାନ୍ତି । କିନ୍ତୁ ଚାଣକ୍ୟ ଙ୍କ ନୀତି ରେ ଏହି ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ତେବେଆପଣ ମାନେ ବ୍ରହ୍ମ ମୁହୂର୍ତ୍ତ ସମ୍ବନ୍ଧରେ ତ ନିଶ୍ଚିତ ଭାବରେ ଶୁଣିଥିବେ । ସୂର୍ଯ୍ୟ ଉଦୟ ର ୨ଘଣ୍ଟା ପୂର୍ବ ର ସମୟକୁ ବ୍ରହ୍ମ ମୁହୂର୍ତ୍ତ କୁହାଯାଏ । ଏହି ସୃଷ୍ଟି ର ରଚନା ବ୍ରହ୍ମ ଦେବ କରିଥିଲେ ଏବଂ ସୃଷ୍ଟି ର ରଚନା ବ୍ରହ୍ମ ମୁହୂର୍ତ୍ତରେ ହୋଇଥିଲା ।
ତେଣୁ ଯଦି କୌଣସି ବ୍ୟକ୍ତି ର ନିଦ ରାତି ୩ ଟା ରୁ ୫ଟା ମଧ୍ୟରେ ଭାଙ୍ଗୁଛି ତେବେ ଏହାର ଅର୍ଥ ଆପଣଙ୍କ ମଧ୍ୟରେ ଈଶ୍ୱର ଙ୍କ ଶକ୍ତି ବିଦ୍ୟମାନ ରହିଛି ଏବଂ ଈଶ୍ୱର ଆପଣଙ୍କୁ ଏହି ସଂକେତ ପ୍ରଦାନ କରିବାକୁ ଚାହୁଁଛନ୍ତି । ଏହି ସମୟରେ ଯେଉଁ ବ୍ୟକ୍ତି ର ନିଦ ଭାଂଗିଥାଏ । ସେ ନିଜ ମଧ୍ୟରେ ସ୍ୱୟଂ ଭଗବାନ କୁ ଅନୁଭବ କରିଥାଏ । ବର୍ତ୍ତମାନ ର ବ୍ୟସ୍ତତା ଭରା ଜୀବନ ରେ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଅସମ୍ଭବ ହୋଇ ଯାଇଛି ।
କିଛି ବ୍ୟକ୍ତି ଅନେକ ଚେଷ୍ଟା କରିବା ପରେ ମଧ୍ୟ ଏହି ସମୟରେ ଉଠି ପାରନ୍ତି ନାହିଁ । ଯେଉଁ ବ୍ୟକ୍ତି ର ନିଦ ଏହି ସମୟରେ ଭାଂଗିଥାଏ ସେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ । ଏହି ସମୟ ଈଶ୍ୱରଙ୍କ ସମୟ ହୋଇଥାଏ । ଏହି ସମୟର ବାତାବରଣ ସକରାତ୍ମକ ଉର୍ଜା ରେ ପରିପୂର୍ଣ୍ଣ ହୋଇଯାଏ ଏବଂ ଯେଉଁ ବ୍ୟକ୍ତି ର ଏହି ସମୟରେ ନିଦ୍ରା ଭଙ୍ଗ ହୋଇଥାଏ,
ସେହି ବ୍ୟକ୍ତି ମଧ୍ୟରେ ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ର ବିନାଶ ଘଟିଥାଏ ଏବଂ ସକରାତ୍ମକ ଶକ୍ତି ର ପ୍ରବେଶ ହୋଇଥାଏ । ତେବେ ଯଦି ଆପଣଙ୍କୁ ଆପଣଙ୍କ ସ୍ୱପ୍ନ ରେ ଉଚ୍ଚ ଉଚ୍ଚ ପର୍ବତ ଦେଖା ଯାଉଛି ଏବଂ ସେହି ପର୍ବତରୁ ବହୁଥିବା ଝରଣା ଦେଖା ଯାଏ । ଏବଂ ଏହି ପାଣି କୁ ଆପଣ ପିଉ ଦେଉଛନ୍ତି । ତେବେ ନିଶ୍ଚିତ ଆପଣଙ୍କୁ ସଫଳତା ମିଳିବ । ଯାହା ଈଶ୍ୱର ଦେଉଥିବା ଏକ ସଂକେତ। ତେବେ ଏହା ଛଡା ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ସ୍ୱପ୍ନରେ ଦେବୀ ଏବଂ ଦେଵତା ଦେଖା ଦିଅନ୍ତି ତେବେ ଏହା ବହୁତ ଶୁଭ ବୋଲି କୁହାଯାଏ ।
ଏବଂ ଏହା ମାନ୍ୟତା ବି ଅଛି କି ସ୍ୱପ୍ନରେ ଦେବୀ ଦେବତା ଙ୍କ ଆସିବା ଅତ୍ୟନ୍ତ ଲାଭଦାୟକ ଅଟେ । ସ୍ୱପ୍ନ ରେ ଦେବୀ ଦେଵତା ଙ୍କ ର ଆସିବା ଏକ ପବିତ୍ର ବ୍ୟକ୍ତି ର ସଂକେତ। ତେବେ ଯଦି ଆପଣ ନିଜ ସ୍ବପ୍ନ ରେ ସାପକୁ ଧରିବାର ଦେଖୁଛନ୍ତି ତେବେ ଏହାକୁ ଶୁଭ ବୋଲି ମାନି ନିଆ ଯାଇଥାଏ।
ଏହିଭଳି ସ୍ବପ୍ନ ଦେଖିବାର ଅର୍ଥ ଆପଣଂକୁ ଭବିଷ୍ୟତ ରେ ପ୍ରଚୁର ଧନ ସମ୍ପତ୍ତି ପ୍ରାପ୍ତ ହେବ ଏବଂ ଜୀବନ ର ସମସ୍ତ ସମସ୍ୟା ଦୂର ହେବ। ଏହା ସହ ଯଦି ଆପଣ ଙ୍କୁ ବଇଁଶୀ,କିମ୍ବା ଘଣ୍ଟି ଏହା ଛଡ଼ା ପାଉଁଜି ର ଶବ୍ଦ ଶୁଣିବାକୁ ମିଳେ ତେବେ ଏହାର ଅର୍ଥ ଆପଣଙ୍କ ଉପରେ ଏବଂ ଆପଣଙ୍କ ଘରେ ଦେବତାଙ୍କ ବାସ ଅଛି ଏବଂ ମାତା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ ଖୁବ ପ୍ରସନ୍ନ ହୋଇଛନ୍ତି ।
ଏହା ସହ ଯଦି ଆପଣ ଙ୍କୁ କେତେବେଳେ ଥଂଡା ପବନ ଭଳି ଅନୁଭବ ହୁଏ କିମ୍ବା ଅଚାନକ ସୁଗନ୍ଧ ଆସେ କିମ୍ବା ଆପଣଙ୍କୁ ଲାଗେ କି ବାଦଲ କିମ୍ବା ଥଂଡା ପବନ ଆପଣଂକୁ ଘେରି ରହିଥାଏ ତେବେ ଏହାର ଅର୍ଥ ମଧ୍ୟ ଆପଣଙ୍କ ଉପରେ ଭଗବାନ ଙ୍କ ଆଶୀର୍ବାଦ ରହିଛି ଏବଂ ଆପଣଙ୍କ ର ସବୁ ଇଚ୍ଛା ପୂର୍ଣ୍ଣ ହେବ। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।