ବନ୍ଧୁଗଣ ପାଣିପାଗ କେନ୍ଦ୍ର ପକ୍ଷରୁ ଏବେ ବାତ୍ୟା ଅସାନୀକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । ଅନେକ ଦିନ ହେବ ବାତ୍ୟା ଅସାନୀକୁ ନେଇ ଲୋକ ମାନଙ୍କ ମଧ୍ୟରେ ଚିନ୍ତା ବଢିବାରେ ଲାଗିଛି । ତେବେ ବଙ୍ଗୋପ ସାଗରରେ ଭୀଷଣ ବାତ୍ୟାର ରୁପ ନେଇଛି ବାତ୍ୟା ଅସାନୀ । ଯେମିତି ଆକଳନ କରଯାଇଥିଲା ସେହି ହିସାବରେ ସ୍ପର୍ଷ୍ଟ ଚିତ୍ର ଏବେ ସାମ୍ନାକୁ ଆସୁଛି । ବଙ୍ଗୋପ ସାଗରରେ ସିଭିଅର ସାଇକ୍ଳୋନରେ ପରିଣତ ହେଲା ବାତ୍ୟା ଅସାନୀ ।
ବାତ୍ୟା ଅସାନୀଅଧିକ ଘନୀଭୂତ ହୋଇ ଭୀଷଣ ରୁପ ଧାରଣ କରିଛି । ଗତ 6 ଘଣ୍ଟାରେ ସମୁଦ୍ର ଭିତରେ ଘଣ୍ଟା ପ୍ରତି 14 କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଭୀଷଣ ବାତ୍ୟା । ଏବେ ପୁରୀ ଠାରୁ 880 କିଲୋମିଟର ଦୂରରେ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଦକ୍ଷିଣ-ପୂର୍ବ ସଳଘ୍ନ ପୂର୍ବ କେନ୍ଦ୍ର ବଙ୍ଗୋପ ସାଗରରେ କେନ୍ଦ୍ରୀଭୂତ ରହିଛି ଏହି ବାତ୍ୟା ।
ଆସନ୍ତା 10 ତାରିଖ ପରେ ରିକର୍ଭ କରି ସମାନ୍ତରଣ ଭାବେ ଓଡିଶା ଉପକୂଳ ଦେଇ ଅତିକ୍ରମ କରିବ ବାତ୍ୟା । କିନ୍ତୁ ଓଡିଶା ଛୁଇଁବ ନାହିଁ । ଲ୍ୟାଣ୍ଡଫଲ ନକରି ସମୁଦ୍ର ଭିତରେ ଦୁର୍ବଳ ପଡିପାରେ ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାରେ 10 ତାରିଖ ଠାରୁ ବର୍ଷା ପବନ ହେବ । 11 ପର୍ଯ୍ୟନ୍ତ ଅର୍ଥାତ 11 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ପ୍ରବେଶ ମନା ହୋଇଛି ।
ଏବେ ସମୁଦ୍ର ଭିତରେ ବହୁତ ଭୟଙ୍କର ପରିବେଶ ଥିବ । ଅବଶ୍ୟ ଓଡିଶା ଛୁଇଁବ ନାହିଁ ବାତ୍ୟା ଅସାନୀ ହେଲେ ବନ୍ଧୁଗଣ ବାତ୍ୟା ପାଇଁ ଆପଣ ମାନେ ସତର୍କ ରୁହନ୍ତୁ । ସେପଟେ ବାତ୍ୟା ମୁକବାଲା ପାଇଁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଏନେଇ ୧୮ଟି ଜିଲ୍ଲାପାଳଙ୍କୁ ଚିଠି ଲେଖା ଯାଇଛି । ତେବେ ସେହି ୧୮ଟି ଜିଲ୍ଲା ହେଉଛି ଗଞ୍ଜାମ, ଗଜପତି, ପୁରୀ, ରାୟଗଡା, ଜଗତସିଂହ ପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ , ବାଲେଶ୍ଵର, ନୟାଗଡ, କଟକ, ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, ମାଲକାନ ଗିରି, କୋରାପୁଟ, ଖୋର୍ଦ୍ଧା ଓ କନ୍ଧମାଳ ।
କଚା ଘର, ସ୍ଥଳୀୟ ଅଞ୍ଚଳ ଓ ସମୁଦ୍ର କୂଳିଆ ଲୋକଙ୍କ ସମେତ ବୃଦ୍ଧ ବୃଦ୍ଧା, ମହିଳା ଏବଂ ଶିଶୁଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି । ପାନୀୟ ଜଳ ଯୋଗାଣ, ଶୌଚଳୟ, ଜେନେରେଟର, ଟାୱାର, ଲାଇଟ ଓ ମେକାନିକାଲ କଟରର ବ୍ୟବସ୍ଥା କରିବେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।