କୁହନ୍ତି ଭଗବାନ ମଣିଷକୁ ଗୋଟେ କୋମଳ ହୃଦୟ ଦେଇ ଏ ଦୁନିଆକୁ ଛାଡ଼ିଛନ୍ତି । ହେଲେ ଏମାନଙ୍କ ହୃଦୟ ବୋଧେ ପଥରରେ ତିଆରି । ନ ହୋଇଥିଲେ କଣ ଏଇ କୁନି ଝିଅ ସହ ଏମିତି କରିଥାନ୍ତେ । ଇଏ ଯଦି ତୁମ ଭଉଣୀ ହୋଇଥାନ୍ତା ତଥାପି କଣ ତା ସହ ଏମିତି ବ୍ୟବହାର କରିଥାନ୍ତ । କି ଭୁଲ ଥିଲା ତାର । ଏମିତି କି ଦୋଷ କଲା ଯେ ଆଜି ତାକୁ ଏମିତି ଶାସ୍ତି ଦେଲ । ଶାସ୍ତି ତ ନୁହେଁ ଏହା ମୃତ୍ୟୁ ଦଣ୍ଡ ଠାରୁ ବଳକା ।
ପିଲାଟି ବେଳୁ ହିଁ ସର୍ବ ସାଧାରଣରେ ତାକୁ ଯେଉଁ ହୀନସ୍ତା କଲ ତାର କ୍ଷତି ପୂରଣ କିଏ ଦେବ । ଯେଉଁ ବୟସରେ ସମାଜ କଣ ତାହା ବୁଝିବା ବି ମୁସ୍କିଲ ଆଜି ସେହି ବୟସରେ ଏହି କୁନି ଝିଅକୁ କଣ କଣ ଭୋଗିବାକୁ ପଡୁଛି ତାହା ଭାବିଲେ ଲୋ-ମ ଟା-ଙ୍କୁ-ରି ଉଠୁଛି । ବାସ ଗରିବ ବୋଲି ଲୋକଙ୍କ ମନରେ ଉଠି ଥିବା କିଛି ସନ୍ଦେହ ଆଜି ଏ କୁନି ଝିଅ ଉପରେ ଦାଉ ସାଜିଛି ।
ଉମରକୋଟର ତରଙ୍ଗପୁରୀ ନୂଆପଡା ଗାଁରୁ ଆସିଥିବା ଏହି ଘଟଣା ସତରେ ଆଜି ଛାତିକୁ ଥରେଇ ଦେଉଛି । ମାତ୍ର 9 ଶହ ଟଙ୍କା ଆଜି ଏ ପିଲା ଠାରୁ ତାର ପିଲା ଦିନ ଛଡେଇ ଦେଇଛି । ତାର ସବୁ ସ୍ଵପ୍ନକୁ ଭାଙ୍ଗି ଚୁର ମା-ର କରି ଦେଇଛି । ଲୋକ ଭାବିଲେ ଏ ପିଲାଟି କାଳେ 9 ଶହ ଟଙ୍କା ଚୋ-ରୀ କରି ଦେଇଛି ।
ବାସ ଯେବେ ଝିଅଟି ଏ କଥାକୁ ଅସ୍ଵୀକାର କଲା ତା ପରେ ଲୋକଙ୍କ ରାଗ ପଞ୍ଚମକୁ ଚଢି ଗଲା । ନିଷ୍ଠୁର ମାନଙ୍କୁ ନା ବୟସ ଦେଖା ଗଲା ନା ମନରେ ଟିକେ ମାନବିକତା ଜାଗିଲା । ବାସ ଗଛରେ ବାନ୍ଧି ଗାଳି ଦେଲେ ଆଉ ହାତ ଉଠେଇବାକୁ ବି ପଛାଇ ନଥିବା ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।
ଏନେଇ ଥାନାର ଦ୍ଵାରସ୍ଥ ହେବା ପରେ ଏହି ମାମଲାରେ ଚାରି ଜଣଙ୍କୁ ବାନ୍ଧିଛି ପୋଲିସ । ଝିଅକୁ ଗଛରେ ବାନ୍ଧି ଚପଲ ମାଳ ପିନ୍ଧାଇ ଯେଉଁ ଭଳି କାମ ସେମାନେ କରିଛନ୍ତି ତାହା ଅତ୍ୟନ୍ତ ଲଜ୍ଜା ଜନକ । ବନ୍ଧୁଗଣ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।