ଭଉଣୀ ଗୀତାଙ୍କୁ ଦେଖି ଭାବବିହ୍ଵଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! ଭଉଣୀ ମୁହଁକୁ ଦେଖି ଆଖି ସାମ୍ନାରେ ଆସିଗଲା ପୁରୁଣା ସ୍ମୃତି !

ଭଉଣୀଙ୍କୁ ହରାଇ ଶୋକଭରା ହୋଇଗଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହଁ ଆଜ୍ଞା ଗତ ଶନିବାର ଦିନ ସୁପ୍ରସିଦ୍ଧ ଲେଖିକା ଗୀତା ମେହେଟ୍ଟାଙ୍କର ଦେହାନ୍ତ ଘଟିଛି । ସେ ଦିଲ୍ଲୀ ସ୍ଥିତ ବାସ ଭବନରେ ଥିବା ସମୟରେ ୮୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ତେବେ ନିଜ ବଡ ଭଉଣୀ ଗୀତା ମେହେଟ୍ଟାଙ୍କର ବିୟୋଗ ଖବର ଶୁଣି ଅତ୍ୟନ୍ତ ଭାବବିହ୍ଵଳ ହୋଇପଡିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତାପରେ ଏହି ଖବର ଶୁଣି ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀ ତାଙ୍କ ଭଉଣୀଙ୍କର ଅନ୍ତିମ ଦର୍ଶନ ପାଇଁ ଦିଲ୍ଲୀ ମଧ୍ୟ ବାହାରି ଯାଇଥିଲେ । ଏହାପରେ ଦିଲ୍ଲୀରେ ପହଞ୍ଚି ତାଙ୍କ ଭଉଣୀ ଗୀତାଙ୍କୁ ଦେଖି ସେଠାରେ ଅତ୍ୟନ୍ତ ମର୍ମାହତ ହୋଇପଡିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ । ଏହାପରେ ତାଙ୍କ ଆଖି ସାମ୍ନାକୁ ପିଲା ଦିନେ ବିତାଇଥିବା ଭଉଣୀ ସହ କିଛି ସ୍ମୃତି ଭାସି ଆସିଥିଲା । ଯାହାକୁ ଭାବି ନିଜର କୋହକୁ ଆଉ ସମ୍ଭାଳି ପାରି ନଥିଲେ ନବୀନ ପଟ୍ଟନାୟକ ।

ଏହାପରେ ତାଙ୍କ ଆଖିରେ ମଧ୍ୟ ଲୁହ ଜକେଇ ଆସିଥିଲେ । ଏଥିସହ ନିଜ ବଡ ଭଉଣୀ ଗୀତା ମେହେଟ୍ଟାଙ୍କର ଆତ୍ମାର ସଦଗତି ହେଉ ବୋଲି କାମନା କରିଥିଲେ । ପରେ ଦିଲ୍ଲୀ ଠାରେ ଭଉଣୀ ଗୀତାଙ୍କର ଅନ୍ତିମ ଦର୍ଶନ କରି ପୁଣି ଥରେ ନବୀନ ପଟ୍ଟନାୟକ ଓଡିଶାକୁ ଫେରିଥିଲେ । ତେବେ ଏଠାରେ ଆମେ କହି ରଖିବା ଚାହିଁବୁ । ଯେ ଗୀତା ମେହେଟ୍ଟା ଏକାଧାରାରେ ଜଣେ ଲେଖିକା, ସମ୍ବାଦିକା ଓ ଡକ୍ୟୁମେଣ୍ଟାରି ଚଳଚିତ୍ର ନିର୍ମାତା ଭାବେ ମଧ୍ୟ କାମ କରି ଆସିଛନ୍ତି ।

ଏହି ସବୁ କାମରୁ ମଧ୍ୟ ସେ ବହୁତ ସୁନାମ ଅର୍ଜନ କରିଛନ୍ତି । ଗତ ୪ ବର୍ଷ ତଳେ ମଧ୍ୟ ଗୀତା ମେହେଟ୍ଟାଙ୍କୁ ପଦ୍ମଶ୍ରୀ ପୁରଷ୍କାର ଦେବାକୁ ତାଙ୍କ ନାମ ଆସିଥିଲା । ହେଲେ ଗୀତା ମେହେଟ୍ଟା ଏହି ପଦ୍ମଶ୍ରୀ ପୁରଷ୍କାରକୁ କୌଣସି ଏକ କାରଣ ପାଇଁ ନେବାକୁ ପ୍ରତ୍ୟାଖାନ କରିଦେଇଥିଲେ । ପରେ ପରେ ପୁରଷ୍କାରକୁ ପ୍ରତ୍ୟାକ୍ଷାନ କରିବା ପଛର କାହାଣୀ ମଧ୍ୟ ଏକ ଜାତୀୟ ଗଣ ମାଧ୍ୟମ ସାମ୍ନାରେ ରଖିଥିଲେ ।

ଯେ ସେ ନିଜ ଭାଇ ନବୀନ ପଟ୍ଟନାୟକଙ୍କୁ ରାଜନୈତିକ ଅଡୁଆରେ ପକାଇବାକୁ ଚାହୁଁନଥିଲେ ବୋଲି ପଦ୍ମଶ୍ରୀ ପୁରଷ୍କାରକୁ ଅଗ୍ରାହ୍ୟ କରିଥିଲେ। ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *