‘ଭାଉଜ ଭାବୁଥିଲା ଟୁଙ୍ଗୁରୁ ପ୍ରେମ ମିଠା ହେଲେ ଟୁଙ୍ଗୁରୁ ପ୍ରେମ…’ ଟୁଙ୍ଗୁରୁ ପ୍ରେମ କାହାଣୀକୁ ନେଇ ଗୀତ ଲେଖି ଚର୍ଚ୍ଚାରେ ଏହି ବ୍ୟକ୍ତି, ଶୁଣନ୍ତୁ ସେ କଣ ଗାଉଛନ୍ତି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଗୋଟିଏ ମାତ୍ର ପ୍ରେମ କାହାଣୀ । ସେଇଟା ହେଉଛି ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କର ପ୍ରେମ କାହାଣୀ ଯୋଉଁଟା କି ସବୁବେଳେ ପ୍ରେମ କାହାଣୀଠୁ ଟିକେ ନିଆରା । ଟୁଙ୍ଗୁରୁ ଭୋଳ ପେଶାରେ ଜଣେ ଅଟୋ ଚାଳକ ଯିଏକି ବର୍ଷାଙ୍କୁ ଲକଡାଉନ ସମୟରେ ବର୍ଷାଙ୍କୁ ବଜାରକୁ ନେବା ଆଣିବା କରୁଥିଲେ । ସେଇଠୁ ଆରମ୍ଭ ହେଇଥିଲା ଏମାନଙ୍କ ପ୍ରେମ କାହାଣୀ ।


ଏଇ ଦୁହିଁ ପ୍ରେମୀ ଯୁଗଳ ଯିଏ ଯାହାକୁ ବହୁତ ଭଲ ପାଉଥିଲେ । ଏମିତି କଣ ହେଲା ଯେ ଦୁହିଁଙ୍କ ଭିତରେ ହଠାତ ଫାଟ ସୃଷ୍ଟି ହେଲା ଓ ଏବେ ଟୁଙ୍ଗୁରୁ ଭୋଳଙ୍କ ନାମରେ ଗୀତ ମଧ୍ୟ ବାହାରିଲାଣି ଯାହା ବର୍ତ୍ତମାନ ଖୁବ ଭାଇରାଲ ମଧ୍ୟ ହେଉଛି । ତେବେ ସୋସିଆଲ ମିଡ଼ିଆରେ ଏହି ଗୀତ ଭାଇରଲ ହେଉଛି । ” ତୋ ଟୁଙ୍ଗୁରୁଟା କେମିତି ବଦଳିଗଲା ” ଏଇ ଗୀତଟି ଏବେ ବଜାରରେ ବେଶ ନିଆଁ ଲଗାଉଛି । ଭାଉଜଙ୍କ ସହ ପ୍ରେମ ଯେତିକି ମିଠା ସେତିକି ଖଟା ।

ବାଟରେ ଯାଇ ଝୁଣ୍ଟିଲି,ହେଲେ ଆଉ ନୁହେଁ । ବହୁତ ଥାନା ଆଉ ପୋଲିସ ହେଲି, ଏଥର ମୋ ବାଟରେ ମୁଁ ତା ବାଟରେ ସେ । କାଦୁଅକୁ ଯିବି ନାହିଁ କି ଗୋଡ ଧୋଇବି ନାହିଁ । ଏମିତି ଏବେ ଟୁଙ୍ଗୁରୁ କହିଛନ୍ତି  ଏବଂ ଏହି ଗୀତ ଏବେ ବଜାରରେ ହଇଚଇ ସୃଷ୍ଟି କଲାଣି । ତେବେ ବର୍ତ୍ତମାନ ଏହି ଗୀତ କୁ ଲେଖିଥିବା ମାନସ କୁମାର ଙ୍କୁ ମଧ୍ୟ ଏ ବିଷୟରେ ପ୍ରଶ୍ନ କରାଯାଇ ଥିଲା ।

ତେବେ ସେ କହିଥିଲେ ଏହି କେଶ ଯେତେବେଳେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗିଲା ସେତେବେଳେ ତାଙ୍କୁ ଏହା ଉପରେ ଗୀତ ଲେଖିବା ପାଇଁ ଲୋକମାନେ ଅନୁରୋଧ କଲେ । ତେବେ ସେଥିପାଇଁ ସେ ଏହି ଗୀତ ଲେଖିବା ଆରମ୍ଭ କରିଦେଲେ । ଏବଂ ଏହି ଗୀତ ବର୍ତ୍ତମାନ ମାର୍କେଟ ରେ ଏକଦମ ହିଟ ହୋଇ ଯାଇଛି ଏବଂ ଲୋକମାନେ ମଧ୍ୟ ଖୁବ ପ୍ରଶଂସା କରୁଛନ୍ତି ଭଲ ପାଇବା ମଧ୍ୟ ଦେଉଛନ୍ତି ଏପର୍ଯ୍ୟନ୍ତ କୋୖଣସି ବିବାଦ ମଧ୍ୟ ଆସି ନାହିଁ ।


ତେବେ ବର୍ଷା ଟୁଙ୍ଗୁରୁ ଭୋଳଙ୍କ ନାମରେ ଥାନାରେ କେଶ ଦେଇଥିଲେ ଯେ ଟୁଙ୍ଗୁର ଅନ୍ୟ କୋଉଁ ଝିଅକୁ ବିବାହ କରୁଛନ୍ତି ବୋଲି ଯେତେବେଳେ କି ସେମାନଙ୍କ ଭିତରେ ପ୍ରେମ ବିବାହ ହେଇଛି । ଯୋଉଁଥି ପାଇଁ ବର୍ଷା ତାଙ୍କ ସ୍ୱାମୀଙ୍କଠୁ ଡିଭୋର୍ସ ନେଇ ସାରିଛନ୍ତି ଟୁଙ୍ଗୁରୁ ଭୋଳଙ୍କ ପାଇଁ । ଏବଂ ବର୍ଷା ତାଙ୍କ ଦୁଇ ପୁଅଙ୍କଠୁ ମଧ୍ୟ ଦୁରେଇ ରହୁଛନ୍ତି । ତାଙ୍କର ଜଣେ ପୁଅର ପନ୍ଦର ବର୍ଷ ବୟସ ହେଇଥିବା ବେଳେ ଅନ୍ୟକୁ ଏଗାର ବର୍ଷ ବୟସ ।

ହେଲେ କାଲି ସୋସିଆଲ ମିଡିଆରେ ଟୁଙ୍ଗୁରୁ ଭୋଳ ପ୍ରତିକ୍ରିୟା ରଖି କହିଥିଲେ ଯେ ତାଙ୍କର ବର୍ଷାଙ୍କ ସହିତ କିଛି ଶାରୀରିକ ସମ୍ପର୍କ ନାହିଁ ଓ ସେ ଯାହା କହୁଛନ୍ତି ମିଛ ବୋଲି । । ବର୍ଷାଙ୍କର ଡିଭୋର୍ସ ହେଇନି ବୋଲି ଟୁଙ୍ଗୁରୁ ମିଡ଼ିଆ ଆଗରେ ସ୍ପଷ୍ଟ ଭାବରେ କହିଛନ୍ତି ଏବଂ କହିଛନ୍ତି ଯେ ବର୍ଷା ତାଙ୍କୁ ଫୋଟୋ ଦେଖେଇ ବ୍ଲାକମେଲ କ୍ବରୁଛନ୍ତି ବର୍ଷା ତାଙ୍କୁ କୋର୍ଟ ମ୍ୟାରେଜ କରିବାକୁ ଫୋର୍ସ କରୁଥିଲେ ଏବଂ ସେ ମନା କଲାରୁ ସେମାନଙ୍କ ଭିତରେ ଫାଟ ସୃଷ୍ଟି ହେଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *