ବାପରେ ବାପ କି ନାଟକ ! ଭାଉଜ ଆଉ ଭାଇ ମିଶି ରଚିଥିଲେ ସୁନ୍ଦର ନାଟକ, ହେଲେ ସବୁ ନାଟକକୁ ଧରିନେଲା ପୋଲିସ…

ଭାଇ ଓ ଭାଉଜଙ୍କ ନାଟକକୁ ଧରିନେଲା ପୋଲିସ ! ହଁ ଆଜ୍ଞା ବର୍ତ୍ତମାନର ଏକ ଚର୍ଚିତ ଖବର ମୁତାବିକ ନିକଟରେ ଜଣେ ଦିଅରର ନିଖୋଜ ନେଇ ଭାଉଜଟି କାନ୍ଦି କାନ୍ଦି ନୟାନ୍ତ ହୋଇଯାଇଥିଲା । ହେଲେ ସେହି ଭାଉଜର ଅସଲୀ ମୁଖା ସାମ୍ନାକୁ ଆସିଯାଇଛି । ସୁନ୍ଦର ଭାବେ କାନ୍ଦିବାର ଅଭିନୟ କରୁଥିବା ମହିଳା ଜଣଙ୍କଙ୍କର ଗୁମର ସମସ୍ତଙ୍କ ସାମ୍ନାରେ ଫିଟି ଯାଇଛି । ସେହି ଉକ୍ତ ମହିଳା ଜଣଙ୍କ ନିଜ ସ୍ଵାମୀ ସହ ମିଶି ସୁପାରୀ କିଲର ଜରିଆରେ ଦିଅରକୁ ରାତାରାତି ମାରି ଦେଇ ଚାଲି ଆସିଥିଲା ।

ତାପରେ ଘରକୁ ଆସି ଦିଅରକୁ କାନ୍ଦି କାନ୍ଦି ଖୋଜିବାର ମିଛ ଅଭିନୟ କରୁଥିଲା । ଗତ 6 ତାରିଖରେ ସେହି ମହିଳା ଜଣଙ୍କ ଜଙ୍ଗଲ ଭିତରକୁ ଆସି ଦିଅରକୁ ଖୋଜାଖୋଜି କରୁଥିଲେ । ଗତ ରବିବାର ଠାରୁ ତାଙ୍କ ଦିଅର କୁଆଡେ ନିଖୋଜ ଥିଲେ ବୋଲି କହୁଥିଲେ । ତାପରେ ଦିଅରର ଜଙ୍ଗଲ ଭିତରୁ ବାଇକ ମିଳିଥିଲା ବୋଲି ସେ କାନ୍ଦି ପକାଇଥିଲେ । ମୋ ଦିଅର କେଉଁଠି ଅଛି ବୋଲି କହି ତାଙ୍କୁ ଖୋଜି ଆଣ ବୋଲି ସମସ୍ତଙ୍କୁ ଅନୁରୋଧ କରିଥିଲେ ।

ମହିଳା ଜଣଙ୍କ କିନ୍ତୁ କାନ୍ଦିବାର ଖୁବ ଚମତ୍କାର ଅଭିନୟ କରିଥିଲେ । ଯାହାକୁ ଦେଖିଲେ କେହି ବି ବିଶ୍ବାସ କରିବେ ନାହିଁ କି ଭାଉଜ ଜଣଙ୍କ ନିଜ ଦିଅରର ମୃତ୍ୟୁ ପଛରେ ସାମିଲ ରହିଛି । ହେଲେ ମହିଳା ଜଣଙ୍କ ନିଜ ସ୍ଵାମୀ ସହ ମିଶି ଦିଅରକୁ ମାରିଦେବାର ଷଡଯନ୍ତ୍ର ରଚିଥିଲା । 4 ଜଣ ସୁପାରୀ କିଲରଙ୍କର ସହାୟତା ନେଇ ଭାଉଜ ଓ ଭାଇ ମିଶି ଯୁବକ ଜଣଙ୍କୁ ମାରି ଦେଇଥିଲେ ।

ହେଲେ ଭାଇ ଓ ଭାଉଜ ନିଜେ ମିଶି ଯୁବକ ଜଣଙ୍କୁ ମାରିଦେଇ ଥାନାରେ ଆସି ଭାଇ କୁଆଡେ ନିଖୋଜ ହୋଇଯାଇଛି ବୋଲି ମିଛ ଅଭିଯୋଗ ଦେଇଥିଲେ । ତାପରେ ପୋଲିସ ଯେତେବେଳେ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସେତେବେଳେ ସବୁ କିଛି ପଚରା ପଚରି କରି ଖୋଜିବା ବେଳେ ଭାଇ ଓ ଭାଉଜଙ୍କ କଥା ମଧ୍ୟରେ ତାଳମେଳ ନରହିଥିବା ଦେଖି ପୋଲିସ ସେମାନଙ୍କ ଉପରେ ସନ୍ଦେହ କରିଥିଲା । ତାପରେ ପୋଲିସ ହାତରେ ରେଡ୍ ହ୍ୟାଣ୍ଡରେ ଭାଇ, ଭାଉଜ ଓ 4 ଜଣ ସୁପାରୀ କିଲର ଧରା ପଡିଥିଲେ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *