ଭାସୁଛନ୍ତି ମଇଁଷିପଲ…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ବିଗତ କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ଚାରିଆଡ଼େ ବନ୍ୟା ର ପରିସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦ ବନ୍ଧ ଜଳମଗ୍ନ ହୋଇଛି । ବନ୍ୟା ଯୋଗୁଁ ଗାଁ ରାସ୍ତା ଗୁଡ଼ିକ ମଧ୍ୟ ଜଳମଗ୍ନ ହୋଇଛି । ଯେଉଁ କାରଣରୁ ରାସ୍ତା ରେ ଯାତାୟାତ ଅସମ୍ଭବ ହୋଇ ପଡ଼ିଛି । ଲୋକମାନେ ଖାଇବା ପିଇବା କୁ ନେଇ ମଧ୍ୟ ସମସ୍ୟା ର ସମ୍ମୁଖରେ ହେଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ୟା ସ୍ଥିତି ର ସ୍ଥାୟୀ ନିୟନ୍ତ୍ରଣ ତଥା ସମାଧାନ ପାଇଁ କୌଣସି ଠୋସ ପଦକ୍ଷେପ ନିଆଯାଇ ନାହିଁ ।

ଗ୍ରାମବାସୀ ଙ୍କ ପାଖରେ ସରକାର ମଧ୍ୟ ନିଜ ତରଫରୁ କୌଣସି ପ୍ରକାର ସହଯୋଗ ର ହାତ ବଢ଼ାଇ ନାହିଁ । ଜଳ ର ପରିମାଣ ବଢ଼ିବାରେ ଲାଗିଥିଲା ଏବଂ ପାଣି ଉପରକୁ ଉଠିବା ଅବସ୍ଥାରେ ଥିଲା । ଯାହା ଫଳରେ ସ୍ଥିତି ଆହୁରି ଅଧିକ ଗମ୍ଭୀର ହୋଇ ପଡ଼ିଥିଲା । ନଦୀ କୁ ମାଛ ଧରାଳି ମାନଙ୍କୁ ତଥା କୌଣସି ବି ବ୍ୟକ୍ତି ଙ୍କୁ ଯିବାକୁ ପ୍ରଶାସନ ପକ୍ଷରୁ ମନା କରାଯାଇଥିଲା ।

ଏହା ସହିତ ଅନ୍ୟ କୌଣସି ପ୍ରାଣୀ କୁ ମଧ୍ୟ ନଦୀ ପାଖରେ ଚରାଇବାକୁ ନିଷେଧ କରାଯାଇଥିଲା । କିନ୍ତୁ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ପାଣି ରେ ମଇଁଷି ପଲ ଭାସୁଛନ୍ତି । ତେବେ ଆସନ୍ତୁ ପ୍ରକୃତ ଘଟଣା ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ନଦୀ ପାଖ ଅଞ୍ଚଳ କୁ ମଇଁଷି ପଲ କୁ ନେଇ ଚରାଇବାକୁ ଯାଇଥିଲେ ।

କିନ୍ତୁ ହଠାତ ମାଡ଼ି ଆସିଥିଲା ବନ୍ୟା । ବୋଧହୁଏ ସେଥିପାଇଁ ଆସିପାରି ନଥିଲେ ଏହି ମଇଁଷି ପଲ ଏବଂ ମଇଁଷି ଚରାଳି । ଶେଷରେ ଉପାୟଶୂନ୍ୟ ହୋଇ ନିଜ ଜୀବନ କୁ ବାଜି ଲଗାଇ ମଇଁଷି ପଲକୁ ଭରା ପାଣିରେ ଅଡେଇ ଅଡେଇ ଆଣୁଛନ୍ତି ଗାଈ ଚରାଳି ।

ଆପଣ ଭାଇରାଲ ହୋଇଥିବା ଉକ୍ତ ଭିଡିଓ କୁ ଦେଖିଲେ ଜାଣି ପାରିବେ ଯେ, କିଭଳି ଜୀବନ ବଞ୍ଚାଇବା ପାଇଁ ଚାଲିଛି ସଂଗ୍ରାମ ଚଳାଇଛନ୍ତି ଉଭୟ ମଇଁଷି ଏବଂ ମଇଁଷି ଚରାଳି । ତେବେ ଏହି ଦୃଶ୍ୟ ଦେଖି ଲୋକମାନେ ମର୍ମାହତ ହୋଇଛନ୍ତି ଏବଂ ମଇଁଷି ଓ ଚରାଳି ମାନଙ୍କ ଜୀବନ ବଞ୍ଚିଯାଉ ବୋଲି ପ୍ରାର୍ଥନା କରୁଛନ୍ତି । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *