ଏହି Actress ଙ୍କ ସୁନ୍ଦରତାରେ ଫିଦା ହେଇଗଲେ Bharti Singh ଙ୍କ ସ୍ଵାମୀ Haarsh Limbachiyaa, ସମସ୍ତଙ୍କ ସାମ୍ନାରେ ବିବାହ ପାଇଁ କଲେ ପ୍ରପୋଜ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟିଭି ଏଙ୍କର ଭାରତୀ ସିଂହଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଭାରତୀ ସିଂହ ବହୁତ ସୁନ୍ଦର କମେଡି କରନ୍ତି । ସେ ଭାରତବାସୀଙ୍କୁ ନିଜ କମେଡିରେ ବହୁତ ହସାଇ ମନ ଜିତିଛନ୍ତି । ବନ୍ଧୁଗଣ ଭାରତୀଙ୍କ ସ୍ଵାମୀ ହେଉଛନ୍ତି ହର୍ଷ ଲିମ୍ବାଚିୟା । ଭାରତୀ ଓ ହର୍ଷ ଟିଭି ରିଆଲିଟି ସୋ ‘ଖତ୍ରୋ କେ ଖିଲାଡ଼ି ସିଜନ ୧୦’ରେ ଏକା ସହ ନଜର ଆସିଥିଲେ । ବନ୍ଧୁଗଣ ଏହି ଦୁଇଜଣ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦର ଯୋଡି ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାକୁ ଆସନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ସେହି ଭିଡିଓରେ ଭାରତୀଙ୍କ ସ୍ଵାମୀ ହର୍ଷ ଅଭିନେତ୍ରୀ କରିସ୍ମା ତନ୍ନାଙ୍କୁ ବିବାହ ପାଇଁ ପ୍ରପୋଜ କରୁଥିବାର ନଜର ଆସୁଛନ୍ତି । ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ ।

ବନ୍ଧୁଗଣ ଟିଭି ରିଆଲିଟି ସୋ ‘ଖତ୍ରୋ କି ଖିଲାଡ଼ି ସିଜନ ୧୦’ରେ ଉଭୟ ଭାରତୀ ଓ ହର୍ଷଙ୍କ ସହ ଅନ୍ୟ କେତେକ ସେଲିବ୍ରେଟି ମାନେ ବି ଭାଗ ନେଇଥିଲେ । ଏହି ସିଜନରେ ହର୍ଷ ଭଲ ଷ୍ଟଣ୍ଟ କରିବା ସହିତ ସୋର ପ୍ରତିଯୋଗୀ କରିସ୍ମା ତନ୍ନାଙ୍କୁ ପଟାଇବା ପାଇଁ ଲାଗିଥିଲେ । ଭାଇରାଲ ହେଉଥିବା ଭିଡିଓରେ ହର୍ଷ କରିସ୍ମାଙ୍କୁ ପ୍ରପୋଜ କରୁଥିବାର ନଜର ଆସୁଛନ୍ତି ।

 

View this post on Instagram

 

A post shared by Viral Bhayani (@viralbhayani)

ଏହି ପ୍ରପୋଜାଲକୁ ଦେଖି କରିସ୍ମା ବହୁତ ହସି ଥିଲେ । ଗୋଟେ ଷ୍ଟଣ୍ଟରେ ଉଭୟ ହର୍ଷ ଓ କରିସ୍ମାଙ୍କୁ ଏକ ଉଚ୍ଚ ସ୍ଥାନରେ ଛିଡା ହେବାର ଥିଲା । ଏହି ଦୁଇଜଣ ଏକ ପତଳା ପ୍ଲାଟଫର୍ମ ଉପରେ ଛିଡା ହୋଇଥିଲେ । ସେହି ସମୟରେ ହର୍ଷ କରିସ୍ମାଙ୍କୁ ପ୍ରପୋଜ କରିଦେଲେ । କରିସ୍ମାଙ୍କୁ ପ୍ରପୋଜ କରି ହର୍ଷ କହିଲେ’ମୋର ଦ୍ଵିତୀୟ ବିବାହ ତୁମ ସହ ହେବ, କମ ଟୁ ମି ବେବି’ ।

ହର୍ଷଙ୍କ ଏହି କଥା ଶୁଣିବା ପରେ ସୋରେ ଥିବା ସମସ୍ତ ଲୋକ ଓ ସୋ ଏଙ୍କର ରୋହିତ ସେଟି ବହୁତ ହସିଥିଲେ । କରିସ୍ମା ହର୍ଷଙ୍କ ପ୍ରପୋଜାଲର ଉତ୍ତର ଦେଇ କହିଥିଲେ ଯେ, ସେ ସାତ ସମୁଦ୍ର ପାର କରି ହର୍ଷଙ୍କ ପାଖକୁ ଆସିଛନ୍ତି । ହର୍ଷ ଓ କରିସ୍ମାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଓ ସମସ୍ତ ସ୍ଥାନରେ ଏହି ଭିଡିଓର ଚର୍ଚା ଜୋରସୋର ହେଉଛି ।

ଅବଶ୍ୟ ଖତ୍ରୋ କେ ଖିଲାଡ଼ି ସିଜନ ୧୦ ଶେଷ ହୋଇଯାଇଛି ହେଲେ ଏହି ସୋରେ ହୋଇଥିବା କିଛି ମଜାମସ୍ତିର ସ୍ମୃତି ଆଜି ପର୍ଯ୍ୟନ୍ତ ଲୋକେ ମନେ ରଖିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *