Tata, Birla କି Ambani ନୁହେଁ, ବରଂ ଇଏ ହେଉଛନ୍ତି ଦୁନିଆର ସବୁଠୁ ଧନୀ ବ୍ୟକ୍ତି କିନ୍ତୁ ନମ୍ବର 1 କଞ୍ଚୁସ, ବ୍ୟବହାର କରୁଥିଲେ ହୀରାର ପେପରୱେଟ୍ ଆଉ…

ସବୁଠୁ ଧନୀ ନମ୍ବର ୱାନ୍ ହେଲେ ଖୁବ କଞ୍ଚୁସ, ଅମାପ ସମ୍ପତ୍ତିର ମାଲିକ ବ୍ୟବହାର କରୁଥିଲେ ହୀରାର ପେପରୱେଟ । ହେଲେ ପିନ୍ଧୁ ଥିଲେ ମଇଳା ପାଇଜାମାକୁ ଫଟା ଜୋତା । ସେ ଟାଣନ୍ତି ଅତିଥିଙ୍କ ଅଇଁଠା ସିଗାରେଟ । 35 ବର୍ଷ ହେବ ପିନ୍ଧୁ ଥିଲେ ଗୋଟିଏ ଟୋପି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବ୍ୟକ୍ତିଙ୍କ ବିଷୟରେ ଜାଣିବା ପରେ ଆଶ୍ଚର୍ଯ୍ୟ ଲାଗୁଥିବ ହେଲେ ଏହା ସତ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ହାଇଦ୍ରାବାଦର ନିଜାମ ମିର ଓଷ୍ମାନ ଅଲି ଖାନ ଦୁନିଆର ସବୁ ଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ସେ ଜଣେ । ନିଜର ଜିଦି ସ୍ଵଭାବ ପାଇଁ ସେ ଚର୍ଚ୍ଚାରେ ରୁହନ୍ତି । ତାଙ୍କର ସମ୍ପତ୍ତି ବିଷୟରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ସେ ସମୟରେ ତାଙ୍କ ପାଖରେ ସୁନା, ରୂପା ଓ ହୀରା ସହିତ ଅନେକ ମହଙ୍ଗା ଜିନିଷ ଥିଲା । ଏମିତି କି ସେ ହୀରାର ପେପରୱେଟ ବ୍ୟବହାର କରୁଥିଲେ ।

ତଥାପି ସେ କଞ୍ଜୁସୀରେ ରହୁଥିଲେ ଆଗରେ ସେ ଧନୀ ବୋଲି ଯେତିକି ଚର୍ଚ୍ଚା ନ ହୁଏ ତା ଠାରୁ ଅଧିକ ସେ କଞ୍ଜୁସ ବୋଲି ସମାଲୋଚନା କରାଯାଏ । କେମିତି ଥିଲେ ମିର ଓଷ୍ମାନ ଅଲି ଖାନ ଆସନ୍ତୁ ଜାଣିବା । ନିଜାମ ଅନେକ ସମୟରେ ମଇଳା ପାଇଜାମା ଓ ଫଟା ଜୋତା ପିନ୍ଧି ଥିବା ଦେଖିବାକୁ ମିଳେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଗତ 35 ବର୍ଷ ଯାଏଁ ସେ ଗୋଟିଏ ତୁର୍କୀ ଟୋପି ପିନ୍ଧି ଥିଲେ । ସେହି ଟୋପିରେ ଫିମ୍ପି ଲାଗିଯିବା ସହ ଅନେକ ଜାଗାରୁ ସିଲେଇ ଫିଟି ଯାଇଥିଲା ।

ନିଜାମ ବହୁତ କମ କପଡା ପିନ୍ଧୁ ଥିଲେ ଅନେକ ସମୟରେ ସେ ବିନା ଇସ୍ତ୍ରୀ ହେଇଥିବା କପଡା ପିନ୍ଧନ୍ତି । ନିଜାମଙ୍କ ଗ୍ଯାରେଜରେ ଅନେକ ନୂଆ ନୂଆ ଗାଡି ରହିଛି ହେଲେ ସେ 1918 ମଡେଲର ଏକ ପୁରୁଣା ଗାଡି ଚଲାଉ ଥିଲେ । ମିଡିଆ ରିପୋର୍ଟ ଅନୁସାରେ ନିଜାମ ପାଖରେ ଏତେ ସୁନାର ବାସନ ଥିଲା ଯେ, ଏକା ସହ 200 ଲୋକ ବସି ଖାଇ ପାରିବେ ହେଲେ ନିଜେ ଖାନ୍ତି ରସ ପାତ୍ରରେ ।ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଦୁନିଆର ଧନୀ ନିଜାମ ଅତିଥି ମାନେ ବ୍ୟବହାର କରିଥିବା ସିଗାରେଟକୁ ଉଠାଇ ସେବନ କରୁଥିଲେ ।

କେବଳ ଏତିକି ନୁହେଁ ମିର ନିଜାମ ବଜାରରୁ ଅତି ଶସ୍ତା ଦରରେ ପାଇଜାମା ଓ ଚପଲ କିଣି ପିନ୍ଧୁ ଥିଲେ । ନିଜାମଙ୍କ ବେଡରୁମ୍ ଖୁବ ମଇଳା ଯାହାକୁ ବର୍ଷରେ ଥରେ ସେ ସଫା କରନ୍ତି । ହେଲେ ତାଙ୍କ ରୁମ୍ ରେ ଥିଲା କୋଟି କୋଟି ଟଙ୍କାର ହୀରା । ନିଜାମ ହୀରାକୁ ପେପରୱେଟ ରୂପେ ବ୍ୟବହାର କରୁଥିଲେ ଯାହା ପୁରା 280 କ୍ୟାରେଟର ଥିଲା । ଏତେ ଧନୀ ହୋଇ ମଧ୍ୟ ସେ ବହୁତ କଞ୍ଜୁସ ଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *