ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆମ ଦେଶର କିଛି ମହାନ ରାଜନେତା ମାନଙ୍କ ପରିବାର ଓ ତାଙ୍କ ସ୍ତ୍ରୀଙ୍କ ବିଷୟରେ ଜାଣିବା । ମୁଖ୍ୟତ ରାଜନେତା ମାନେ ନିଜ ପରିବାର ଓ ନିଜ ସାଙ୍ଗ ସାଥି ମାନଙ୍କୁ ଗୁପ୍ତରେ ରଖିଥାନ୍ତି । କାରଣ ତାଙ୍କ ଉପରେ ଯଦି କିଛି ଆଞ୍ଚ ଆସିଲା କିଛି ଖରାପ ଲୋକ ଯଦି ଟାର୍ଗେଟ କରିଲେ ତା ହେଲେ ପୁରା ଦେଶ ପୁରା ରାଜ୍ୟ ସଙ୍କଟରେ ଆସିପାରେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ରାଜନେତା ମାନଙ୍କ ପରିବାର ବିଷୟରେ ।
୧. ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା ତାଙ୍କ ବାହାଘର କରଯାଇଥିଲା । ତାଙ୍କ ପତ୍ନୀଙ୍କ ନାମ ହେଉଛି ଯଶୋଦା ବେନ ସେହି ସମୟରେ ଯଶୋଦାଙ୍କ ବୟସ ଥିଲା ୧୩ ବର୍ଷ । ସେ ୨୫ ବର୍ଷ ଯାଏଁ ନିଜ ସ୍ତ୍ରୀ ସହ ରହିଥିଲେ ଆଉ ତା ପରେ ସନ୍ୟାସ ରୂପ ନେଇ ଥିଲେ । ଏହା ପରେ ସେ ରାଜନୀତିକୁ ଆସିଲେ ଆଉ ସେ କେବେବି ନିଜ ପରିବାର ପାଖକୁ ଯାଇ ନାହାନ୍ତି ।
୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଦେଶର ଗୃହ ମନ୍ତ୍ରୀ ଅମିତ ସାହା । ଅମିତଙ୍କ ସ୍ତ୍ରୀଙ୍କ ନାମ ହେଉଛି ସୋନାଲ ସାହା । ଅମିତଙ୍କର ଏକ ପୁତ୍ର ମଧ୍ୟ ଅଛି ଯିଏ ବିଜନେସ କରନ୍ତି ତାଙ୍କ ନାମ ହେଲା ଜୟ ସାହା ।
୩. ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ ଆଦାମି ପାର୍ଟିର ନେତା ଅରବିନ୍ଦ କେଜ୍ରିବାଲ । ଅରବିନ୍ଦ କେଜ୍ରିବାଲଙ୍କ ପତ୍ନୀଙ୍କ ନାମ ହେଲା ସୁନିତା କେଜ୍ରିବାଲ । ଅରବିନ୍ଦ ରାଜନୀତିରେ ଆସିବା ପୂର୍ବରୁ ସେ ସୁନିତାଙ୍କ ସହ ପ୍ରେମ ବିବାହ କରିଥିଲେ । ଅରବିନ୍ଦଙ୍କ ପୁଅର ନାମ ହେଲା ପୁଲକିତ କେଜ୍ରିବାଲ ଓ ତାଙ୍କ ଝିଅର ନାମ ହେଲା ହର୍ଷିତା କେଜ୍ରିବାଲ ।
୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବିହାରର ପୂର୍ବତ୍ତମ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ । ଲାଲୁଙ୍କ ସ୍ତ୍ରୀଙ୍କ ନାମ ହେଲା ରାବଡି ଦେବୀ । ଲାଲୁ ଓ ରାବଡିଙ୍କର ୭ଟି ସନ୍ତାନ ଅଛନ୍ତି । ତାଙ୍କର ୪ଟି ପୁଅ ଓ ୩ଟି ଝିଅ ଅଛନ୍ତି । ଲାଲୁ ଏବେ ଜେଲରେ ଅଛନ୍ତି । ଏ ହେଉଛି ତାଙ୍କ ସ୍ତ୍ରୀଙ୍କର ଫଟୋ ।
୫. ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ । ପ୍ରିୟଙ୍କା ଦିଲ୍ଲୀର ଏକ ବିଜନେସ ମ୍ୟାନ ରବର୍ଟ ବାଦରାଙ୍କୁ ବିବାହ କରିଛନ୍ତି । ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି ।
୬. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିଜ ପରିବାରର କୌଣସି ସଦସ୍ୟଙ୍କୁ ଆଜି ପର୍ଯ୍ୟନ୍ତ ପବ୍ଲିକରେ ଦେଖାଇ ନାହାନ୍ତି । ମୁଖ୍ୟମନ୍ତ୍ରୀ ହେବା କାରଣରୁ ହୁଏତ ସୁରକ୍ଷା ପାଇଁ ସେ କେବେ ପରିବାରକୁ ଦେଖେଇ ନାହାନ୍ତି ।