ଭାରତର ଏମିତି 5 Cricketer ଯାହାଙ୍କ ପାଖରେ ଅଛି ସରକାରୀ ପଦବୀ, ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ !

ଦର୍ଶକ ବନ୍ଧୁ ଆମ ଭାରତରେ ଯେତେ ବି ଖେଳ ଅଛି କ୍ରିକେଟ ଠାରୁ ଅଧିକ ଆଉ କୌଣସି ଖେଳକୁ ପସନ୍ଦ କରାଯାଏ ନାହିଁ । କିଛି ଫ୍ୟାନ୍ସ ମାନେ କ୍ରିକେଟକୁ ଏତେ ଭଲ ପାନ୍ତି ଯେ, ସେମାନେ କ୍ରିକେଟର ମାନଙ୍କୁ ଭଗବାନଙ୍କ ପରି ପୂଜା କରନ୍ତି । ଏମିତିରେ ଗୋଟେ ଖେଳାଳି ଷ୍ଟାର ହେବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ କରିଥାଏ । ଖେଳାଳି ମାନଙ୍କ ଯୋଗ୍ୟତା ଅନୁସାରେ ସରକାର ବି ସେମାନଙ୍କୁ କିଛି ପଦବୀରେ ନିଯୁକ୍ତି ଦେଇଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କୁ ସରକାର ଅଲଗା ଅଲଗା ସରକାରୀ ପଦବୀରେ ସମ୍ମାନିତ କରିଛନ୍ତି ।

କପିଲ ଦେବ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତ୍ତମ କ୍ୟାପଟେନ କପିଲ ଦେବ । କପିଲ ଭାରତୀୟ କ୍ରିକେଟ ଇତିହାସର ଜଣେ ମହାନ ଖେଳାଳି ଅଟନ୍ତି । କପିଲଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି । 2008 ମସିହାରେ ତାଙ୍କୁ ଭାରତୀୟ ସେନାରେ ହୋନରେରି ଲେଟୁନାଣ୍ଟ କୋଲୋନେଲ ପଦବୀରେ ସମ୍ମାନିତ କରଯାଇଥିଲା ।

ଯୋଗେନ୍ଦର ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତ୍ତମ ଖେଳାଳି ଯୋଗେନ୍ଦର ଶର୍ମା । ଯୋଗେନ୍ଦରଙ୍କ କ୍ରିକେଟ କାରିୟର ବହୁତ ଛୋଟ ଥିଲା ହେଲେ ଏହି ଛୋଟ କାରିୟରରେ ସେ ବହୁତ ବଡ କାର୍ଣ୍ଣମା କରିଦେଲେ ଯେଉଁଥି ପାଇଁ ତାଙ୍କୁ ଆଜି ପର୍ଯ୍ୟନ୍ତ ଲୋକେ ଭୁଲି ନାହାନ୍ତି । ତାଙ୍କୁ ହରିୟଣା ପୋଲିସରେ ଡିଏସପି ପଦବୀରେ କାମ କରୁଛନ୍ତି ।

ସଚିନ ତେନ୍ଦୁଲକର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସଚିନ ତେନ୍ଦୁଲକର । ସଚିନଙ୍କୁ ଲୋକ ମାନେ ଭଗବାନ ଭଳି ପୂଜା କରନ୍ତି । 2010 ମସିହାରେ ଭାରତୀୟ ବାୟୁସେନାରେ ସଚିନଙ୍କୁ ଗ୍ରୁପ କ୍ୟାପଟେନ ପଦବୀରେ ସମ୍ମାନିତ କରଯାଇଥିଲା । ଏହା ସହିତ 2012 ମସିହାରେ ତାଙ୍କ ନାମ ରାଜ୍ୟସଭା ପାଇଁ ବି ନୋମିନେଟ କରଯାଇଥିଲା ।

ମହେନ୍ଦ୍ର ସିଂହ ଧୋନୀ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଭାରତୀୟ ଟିମର ପୂର୍ବତ୍ତମ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ । ମହେନ୍ଦ୍ର ଅନେକ ଥର ନିଜ ଦମଦାର ଖେଳ ପଦର୍ଶନ କରି ଇଣ୍ଡିଆକୁ ଜିତାଇ ଛନ୍ତି । ମହେନ୍ଦ୍ରଙ୍କୁ ଇଣ୍ଡିଆନ ଆର୍ମିର ହୋନରେବଲ ଲେଫ୍ଟନେଣ୍ଟ କର୍ନଲ ପଦବୀରେ ସମ୍ମାନିତ କରିଥିଲେ ।

ହରବଜନ ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଭାରତୀୟ କ୍ରିକେଟ ଟିମର ଦିଗଜ ବୋଲର ହରବଜନ ସିଂହ । 1998 ମସିହାରେ ହରବଜନ ନିଜ କ୍ରିକେଟ କାରିୟରର ଆରମ୍ଭ କରିଥିଲେ । ସେ ଅନେକ ଥର ନିଜ ଦମଦାର ଖେଳ ପଦର୍ଶନ କରି ଟିମକୁ ଜିତାଇ ଛନ୍ତି । ହରବଜନଙ୍କୁ ଡିଏସପି ପଦବୀରେ ସମ୍ମାନିତ କରାଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *