ଭାରତକୁ ଏକୁଟିଆ ହରେଇଲେ ଗ୍ଲେନ ମ୍ୟାକ୍ସୱେଲ, ପ୍ରବଳ ମାଡ଼ରେ ଭାରତକୁ କଲେ ଘାଇଲା ।

ବୋଲିଙ୍ଗ କରି ଧୂଳିସାତ କରିଲେ ବ୍ୟାଟିଂ ରେ ଧୂଆଁ କରିଲେ । ଋତୁରାଜ ଙ୍କ ଶତକ ଫିକା କରି ଦେଲା କଙ୍ଗାରୁ ଦଳ । ବିଶ୍ଵକପ ଭଳି ଏକା ଜିତାଇଲେ ଗ୍ଲେନ ମ୍ୟାକ୍ସୱେଲ । ହଁ ଦର୍ଶକ ବନ୍ଧୁ ରୋମାଞ୍ଚକର ଟି-20 ମ୍ଯାଚରେ ଭାରତକୁ ମାତ ଦେଇ ତୃତୀୟ ଟି-20 ଜିତି ନେଇଛି ଅଷ୍ଟ୍ରେଲିୟା । ଏକା ପିଟି କଙ୍ଗାରୁ ଦଳକୁ ଜିତାଇ ଦେଇଛନ୍ତି ଗ୍ଲେନ ମ୍ୟାକ୍ସୱେଲ । ତାଙ୍କ ଶତକ ଆଗରେ ଗାଏକ୍ଵାଡ ଙ୍କ ଶତକ ଫିକା ପଡି ଯାଇଛି ।

ଆଉ 5 ୱିକେଟରେ ଇଣ୍ଡିଆକୁ ପରାସ୍ତ କରିଛି ଅଷ୍ଟ୍ରେଲିୟା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଧାରିତ 20 ଓଭୋର ରେ 222 ରନ କରିଥିଲା । ଦଳ ପକ୍ଷରୁ ଶତକ ହାସଲ କରିଥିଲେ ଋତୁରାଜ । ଏହି ଶତକ ତାଙ୍କ କ୍ଯାରିୟର ଟି-20 ରେ ଥିଲା ପ୍ରଥମ ସେଞ୍ଚୁରୀ । କଙ୍ଗାରୁ ବୋଲୋରଙ୍କ ନିଦ ହଜାଇ ଦେଇଥିଲା ଋତୁରାଜ । 123 ରନ କରି ସେ ଅପରାଜୟ ରହିଥିଲେ । ସୂର୍ଯ୍ୟ କୁମାର ଯାଦବ 39 ରନ ଓ ତିଳକ ବର୍ମା 31 ରନ କରିଥିଲେ ।

ତେବେ 223 ରନ ର ବିଶାଳ ବିଜୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ଅଷ୍ଟ୍ରେଲିୟାର ଦୁଇ ଓପନର ପଡିଆକୁ ଆସିଥିଲେ । ପ୍ରଥମ 4 ଓଭୋର ରେ ଭାରତୀୟ ବୋଲୋରଙ୍କୁ ମାତ ଦେଇଥିଲେ ଦୁଇ ଓପନର । କିନ୍ତୁ ପଞ୍ଚମ ଓଭୋର ରେ ଆରନ ଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲ ଅରଦୀପ ସିଂ । ୱିକେଟ ସିନା ହାସଲ କରିଲେ କିନ୍ତୁ ରନ ରୋକିବାରେ ଭାରତୀୟ ବୋଲୋର ଅସମର୍ଥ ହୋଇଥିଲେ ।

ଷଷ୍ଠ ଓଭୋର ରେ ଭାରତକୁ ତୃତୀୟ ଥର ସଫଳତା ଦେଇଥିଲେ ଆଭେସ୍କାର । ସେ ଟ୍ରାଭିଲ୍ସ ହେଡ ଙ୍କୁ ଆଉଟ କରିଥିଲେ । ହେଡ ମାତ୍ର 18 ବଲ ଖେଳି 8ଟି ଚଉକା ସହ 35 ରନ କରିଥିଲେ । ଜୋସ ଙ୍କୁ ସପ୍ତମ ଓଭୋରରେ ପ୍ୟାଭିଲିଅନ କୁ ପଠାଇ ଥିଲେ ରବି ବିଶୋଇ । ଏହା ପରେ ମ୍ୟାକ୍ସୱେଲ ଓ ମାର୍କସ ଙ୍କ ମଧ୍ୟରେ 60 ରନର ଭାଗୀଦାରୀ ହୋଇଥିଲା । 13ତମ ଓଭୋର ରେ ମାର୍କସ ଆଉଟ ହୋଇଥିଲେ ।

ସେ ସ୍ପିନର ଅକ୍ଶର ପଟେଲଙ୍କ ଶିକାର ହୋଇଥିଲେ । ଗୋଟେ ପଟେ ନିୟମିତ ୱିକେଟ ହରାଉଥିବା ଅଷ୍ଟ୍ରେଲିୟା ଅନ୍ୟ ପଟେ ମ୍ୟାକ୍ସୱେଲ ଙ୍କ ଉପରେ ରଖିଥିଲା ଭରସା । ମ୍ୟାକ୍ସୱେଲ ମଧ୍ୟ ବଡ ସର୍ଟ ଖେଳିବାକୁ ଆଗରେ ଥିଲେ । ସ୍ପିନ ହେଉ କି ଟେଲ ସବୁ ବୋଲୋରଙ୍କୁ ଚଖମା ଦେଇଥିଲେ ମ୍ୟାକ୍ସୱେଲ । ବିଶ୍ଵକପରେ ଆଫଗାନିସ୍ତାନ ବିପକ୍ଷରେ ଏକାକୀ ବିଶ୍ଵ ଶତକ ହାସଲ କରି ନିଜ ଦଳକୁ ଜିତାଇଥିଲେ ସେ ।

ଆଉ ଗତ କାଲି ତାଙ୍କର ଏହି ପାଳି ସେଦିନର କଥାକୁ ମନେ ପକାଇ ଦେଇଛି । ଅଷ୍ଟ୍ରେଲିୟାକୁ ଶେଷ ଓଭୋରରେ 21 ରନ ଦରକାର ଥିବା ବେଳେ 23 ରନ କରିଥିଲେ ମ୍ୟାକ୍ସୱେଲ । ମ୍ୟାକ୍ସୱେଲ 148ଟି ବଲ ରୁ 104 ରନ ର ପାଳି ଖେଳିଥିଲେ । ତାଙ୍କର ଏହି ପାଳିରେ 8ଟି ଚଉକା ଓ ଛକା ସାମିଲ ଥିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *