ବନ୍ଧୁଗଣ, ସୂଚନା ଅନୁଯାୟୀ ସୁପର ସାଇକ୍ଳୋନ ର ଘର ହେବାକୁ ଯାଉଅଛି ଭାରତ । କାରଣ ଆଗକୁ ଆସିପାରେ ଅଧିକରୁ ଅଧିକ ସୁପର ସାଇକ୍ଳୋନ । ଓମ୍ଫାନ ଭଳି ବଡ ବଡ ସୁପର ସାଇକ୍ଳୋନ ର ଶିକାର ହେବ ଭାରତ । ବିଶ୍ଵ ତାପାୟନ ଏବଂ ଜଳବାୟୁ ପରିବର୍ତ୍ତନ ପରିପେଖିରେ ଭାରତ ଗଭୀର ପ୍ରଭାବ ସମ୍ମୁଖୀନ ହେବ । ଦେଶରେ ପ୍ରଳୟକାରୀ ବାତ୍ୟା ର ତାଣ୍ଡବ ବଢିପାରେ ବୋଲି ଚେତାବନୀ ଦେଇଛନ୍ତି ଗବେଷକ ।
୨୦୨୦ ରେ ଆସିଥିବା ସୁପର ସାଇକ୍ଳୋନ ଓମ୍ଫାନ କୁ ଗବେଷଣା କରି ଏହି ତଥ୍ୟ ଜାରି କରିଛନ୍ତି ବ୍ରିଟେନ ର ବିଷ୍ଟର ବିଶ୍ଵବିଦ୍ୟାଳୟ ର ଗବେଷକ । ସାରା ଦକ୍ଷିଣ ଏସିଆ ରେ ତାଣ୍ଡବ ରଚିଥିବା ଓମ୍ଫନ ସବୁଠାରୁ ଅଧିକ କ୍ଷତି ଘଟାଇଥିଲା । ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର ପତନ ବଢିବ ବୋଲି ସତର୍କ କରାଇଛନ୍ତି ।
ଜଳବାୟୁ ସ୍ଥିରତା ଏବଂ ନିରନ୍ତରତା ପତ୍ରିକା ରେ ପ୍ରକାଶୀତ ଏହି ଅଧ୍ୟୟନ ରେ ଦର୍ଶାଯାଇଛି ଯେ ଯଦି ବର୍ତମାନ ର ହାର ରେ ସବୁଜ ଗ୍ୟାସ ର ନିର୍ଗତ ଜାରି ରହିବ ତେବେ ଭାରତ ଜନସଂଖ୍ୟା ର ଅଢେଇ ଗୁଣା ଅର୍ଥାତ ବିଶ୍ଵ ର ପ୍ରାୟ ୩୦୦ କୋଟି ଲୋକ ବନ୍ୟା ର ଶିକାର ହେବେ । ବିଷ୍ଟର ବିଶ୍ଵ ବିଦ୍ୟାଳୟର ଜଳବାୟୁ ବିଭାଗ ର ପ୍ରଫେସର ଡନ ମିଶେଲ କହିଛନ୍ତି ଦକ୍ଷିଣ ଏସିଆ ସାଧାରଣତ ଜଳବାୟୁ ପରିବର୍ତ୍ତନ ର ସବୁଠାରୁ ସ୍ପର୍ଶ କାତର ଇଲାକା ।
ଯେଉଁଠାରେ ସୁପର ସାଇକ୍ଳୋନ ବାରମ୍ବାର ପରିଲକ୍ଷିତ ହୋଇ ଆସିଛି । ଏବଂ ଇତିହାସ କୁହେ ଯେ ଏଠାରେ ସୁପର ସାଇକ୍ଳୋନ କାରଣରୁ ଲକ୍ଷ ଲକ୍ଷ ଲୋକ ଙ୍କର ମୃ-ତ୍ୟୁ ମଧ୍ୟ ହୋଇଛି । ବିଶ୍ଵ ତାପାୟନ ୨ ଡିଗ୍ରୀ ରୁ ୧.୫ ଡିଗ୍ରୀ କୁ ହ୍ରାସ କରିବା ଲାଗି ଘୋଷଣା ନାମା ଜାରି ହୋଇଥିଲେ ମଧ୍ୟ ତାହା ସଠିକ କାର୍ଯ୍ୟକାରୀ ହୋଇପାରୁନାହିଁ । ଉଭୟ ବାଂଲାଦେଶ ଏବଂ ଭାରତରେ ଏହି ପରିବର୍ତ୍ତନ ପ୍ରଭାବ ଯଥେଷ୍ଟ ପଡିବ ଏବଂ ୩ ମିଟର ରୁ ଅଧିକ ଉଚ୍ଚତା ର ଜୁଆର ମାଡି ଆସିପାରେ ବୋଲି ସେମାନେ ତର୍କ କରାଇଛନ୍ତି ।
ଏଣୁ ସତର୍କ ରହିବାକୁ ହେବ । ସାଇକ୍ଳୋନ ଯେ କେତେ କ୍ଷୟକ୍ଷତି କରିବାରେ ଲାଗିଛି ତାହା ଧାରଣାର ବାହାରେ । ଜନସାଧାରଣ ଏଥିରେ ବହୁତ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ପାଖରେ ଆଶ୍ରୟ ସ୍ଥଳୀ ମଧ୍ୟ ରହୁନାହିଁ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।