ଭାରତରେ ସବୁଠୁ ମହଙ୍ଗା ghara କାହାର ? ଏହା ସହ ଜାଣନ୍ତୁ କାହା ଘରର ଦାମ କେତେ ?

ନମସ୍କାର ବନ୍ଧୁଗଣ ତେବେ ଦୁନିଆରେ ବଞ୍ଚିବାକୁ ହେଲେ ମଣିଷକୁ ଖାଦ୍ୟ, ବସ୍ତ୍ର ଓ ବାସଗୃହର ଆବଶ୍ୟକତା ରହିଥାଏ । ଯଦି ଟଙ୍କା ଅଧିକ ଥିବ ତା ହେଲେ ଏ ଆବଶ୍ୟତାକା ସଉକରେ ବଦଳି ଯାଏ । ଆଜି ଆମେ ଆପଣ ମାନଙ୍କୁ ଭାରତର କିଛି ମହଙ୍ଗା ଘର ବିଷୟରେ କହିବାକୁ ଯାଉଛୁ ଆଉ ଏହି ଘରର ମାଲିକ ମାନେ ସାଧାରଣ ନୁହେଁ କୋଟିପତି ଅଟନ୍ତି । ଏହି ଘର ଯେତେ ମହଙ୍ଗା ସେତେ ସୁନ୍ଦର ବି ଅଟେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ମହଙ୍ଗା ଘର ଗୁଡିକ ବିଷୟରେ ।

୧- ପ୍ରଥମରେ ହେଉଛନ୍ତି ରତନ ଟାଟା ରିଟାର୍ମେଣ୍ଟ ହୋମ । ରତନ ଟାଟାଙ୍କ ପାଖରେ ଯେତେ ଟଙ୍କା ଥିଲେ ବି ସେ ଏକ ସାଧାରଣ ଜୀବନ ଅତିବାହିତ କରନ୍ତି ହେଲେ ରିଟାର୍ମେଣ୍ଟ ପରେ ସେ ନିଜ ଘର ବହୁତ ସାନଦାର କରିଛନ୍ତି । ତାଙ୍କର ଏହି ଘର କୌଣସି ମହଲ ଠାରୁ କମ ନୁହେଁ ଯିଏ ବି ଏହି ଘର ଦେଖିବ ସେ ଏହି ଘରେ ରହିବା ପାଇଁ ଇଛା କରିବ । ରତନ ଟାଟାଙ୍କ ଏହି ଘରର ଦାମ ୧୫୦ କୋଟି ଟଙ୍କା ଅଟେ ।

ଏହି ବଙ୍ଗଳାରେ ଏକ ପାର୍ଟି ସନ ଡେକ, ଜିମ, ଲାଇବ୍ରେରୀ, ସୁଇମିଂ ପୁଲ, ଲାଉଞ୍ଜ ଏବଂ ଷ୍ଟଡି ରୁମ ଅଛି । କୋଟି ମୂଲ୍ୟର କାରଗୁଡିକ ବ୍ୟବସାୟୀ ରତନ ଟାଟାଙ୍କ ବଙ୍ଗଳାରେ ସଜାଯାଇଛି । ତାଙ୍କର ବିଳାସପୂର୍ଣ୍ଣ କାର ସଂଗ୍ରହରେ ଜାଗୁଆର, ମର୍ସିଡିଜ ଏସଏଲ ୫୦୦, ଫେରାରୀ କାଲିଫର୍ଣ୍ଣିଆ ଏବଂ ଲ୍ୟାଣ୍ଡ ରୋଭର ଫ୍ରିଲାଣ୍ଡର୍‌ ଭଳି ଦାମୀ କାର ସାମିଲ ଅଛି ।

ରତନ ଟାଟା କେବଳ ମହଙ୍ଗା ଗାଡିକୁ ଭଲ ପାଆନ୍ତି ନାହିଁ, ବରଂ ସେ ଆକାଶରେ ଉଡ଼ିବାକୁ ମଧ୍ୟ ପସନ୍ଦ କରନ୍ତି । ରତନ ଟାଟା ଯୁଦ୍ଧ ବିମାନକୁ ଭଲ ପାଆନ୍ତି । ସେ ପାଇଲଟ ଲାଇସେନ୍ସ ମଧ୍ୟ ରଖିଛନ୍ତି । ସେ ଭାରତୀୟ ବାୟୁସେନାର ଏ୧୬ ଯୁଦ୍ଧ ବିମାନ ମଧ୍ୟ ଉଡାଇଛନ୍ତି

୨- ଦ୍ଵିତୀୟ ରେ ହେଉଛନ୍ତି ଗୌତମ ଅଦାନୀ । ତେବେ ନିଜ ପରିବାର ସହିତ ଗୁଜୁରାଟର ଅହମ୍ମଦାବାଦରେ ରହୁଥିବା ଗୌତମ ଆଦାନୀ ଗତ ବର୍ଷ ୪ ଆରବ ମୂଲ୍ୟର ଏକ ଘର ଦିଲ୍ଲୀରେ କିଣିଛନ୍ତି । ୫୦.୫ ବିଲିୟନ ଡଲାର ସମ୍ପତ୍ତିର ମାଲିକ ଗୌତମଙ୍କ ଦିଲ୍ଲୀରେ ଥିବା ବଙ୍ଗଳାର ମୂଲ୍ୟ ୪୦୦ କୋଟି ଟଙ୍କା ଅଟେ ଏବଂ ଏହି ବଙ୍ଗଳା ୨୫ ହଜାର ବର୍ଗ ଫୁଟରେ ତିଆରି ହୋଇଛି ।


୩- ତୃତୀୟ ରେ ହେଉଛନ୍ତି ମୁକେଶ ଅମ୍ବାନୀ ଭାରତ ସହ ଏସିଆର ମଧ୍ୟ ଧନୀ ବ୍ୟକ୍ତି ଅଟନ୍ତି । ସେ ବର୍ତ୍ତମାନ ବିଶ୍ୱର ଧନୀ ଓ ସମ୍ଭ୍ରାନ୍ତମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ । ସେ ୨୭ ମହଲା ବିଶିଷ୍ଟ ଘର ‘ ଏଣ୍ଟିଲିୟା ‘ ରୁହନ୍ତି । ଏହା ବିଶ୍ୱର ସବୁଠାରୁ ମହଙ୍ଗା ଘର ରୂପେ ବିବେଚନା କରାଯାଏ । ହେଲିପେଡ , ବଡ଼ ବଡ଼ ବିଳାସପୂର୍ଣ କୋଠରୀ , ଜିମ , ବଡ଼ ପାର୍କିଂ, ସୁଇମିଙ୍ଗପୁଲ, ସ୍ପା ଆଦି ଅମ୍ବାନୀ ନିଜ ବିଳାସପୂର୍ଣ ଏବଂ ଗ୍ରାଣ୍ଡ ହାଉସରେ ତିଆରି କରିଛନ୍ତି ।

ମୁମ୍ବାଇରେ ଅବସ୍ଥିତ ଏହି ଘର ସମ୍ପୂର୍ଣ୍ଣ ବିଶ୍ୱ ପାଇଁ ଆକର୍ଷଣର ଏକ କେନ୍ଦ୍ର ହୋଇଛି । ମୁକେଶ ଆମ୍ବାନୀଙ୍କ ସମୁଦାୟ ସମ୍ପତ୍ତି ୮୪.୫ ବିଲିୟନ ଡଲାର ଅଟେ । ସେହିପରି ତାଙ୍କ ଘରର ମୂଲ୍ୟ ଆପଣଙ୍କ ହୋସ ଉଡାଇଦେବ । ଅମ୍ବାନୀଙ୍କ ଘରର ମୂଲ୍ୟ ୧୨ ହଜାର କୋଟି ଟଙ୍କା କୁହାଯାଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *