ବନ୍ଧୁଗଣ ଇତିହାସରେ ଅଛି ଦୁନିଆର ସମସ୍ତ ଖଜାନା ଭାରତୀୟ ବଜାରରେ ବିକ୍ରି ହେଉଥିଲା । ଭାରତକୁ ସୁନାର ଚଢେଇ ବୋଲି କୁହାଯାଉଥିଲା । ଏଠାକାର ରାଜା ମାନେ ସୁନା ହୀରାର ଗହଣା ଧାରଣ କରୁଥିଲେ ଆଉ ଚାନ୍ଦି ବାସନରେ ଭୋଜନ କରୁଥିଲେ । ଏଥିରୁ ଜଣା ପଡୁଛି ଭାରତରେ ଅନେକ ମହଙ୍ଗା ଜିନିଷ ଥିଲା ଯାହା କିଛି ଦେଶର ଇକୋନୋମିର ସମାନ ଥିଲା । ତେଣୁ ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଗୋଟେ ସମୟରେ ଭାରତର ଥିଲା ।
୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ଦ ନାଶକ ଡାଇମଣ୍ଡ । ଭାରତର କୋହିନୁର ବ୍ରିଟେନ ପହଞ୍ଚିବାର କାହାଣୀ ତ ସମସ୍ତେ ଜାଣିଛନ୍ତି ହେଲେ ୧୮୧୮ ମସିହାରେ ନାଶକ ଡାଇମଣ୍ଡ ବି ଭାରତରୁ ଗାୟବ ହୋଇଯାଇଥିଲା । ଏହି ଡାଇମଣ୍ଡକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଅନ୍ୟ ଦେଶରେ ବିକି ଦେଇଥିଲା । ୪୩.୩୮ କ୍ୟାରେଟର ଏହି ହୀରା ଆଜି ଏକ ପ୍ରାଇଭେଟ ମ୍ୟୁଜିୟମରେ ଅଛି ।
୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି ଅମରାବତି ମାରବେଲ୍ସ । ବ୍ରିଟିଶ ମ୍ୟୁଜିୟମରେ ଥିବା ଏହି ମାରବେଲ୍ସର ମୂଲ୍ୟ ବହୁତ ଧର୍ମରେ ବହୁତ ରହିଛି । ଏହି ଶିଳାଲେଖର ସନ୍ଧାନ ୧୮୪୫ ମସିହାରେ ହୋଇଥିଲା । ଏହି ଶିଳାଲେଖା ବୁଦ୍ଧଙ୍କ ଜୀବନୀ ସହ ଜଡିତ । ଏହି ମାରବେଲ୍ସ ଆଜି ଲଣ୍ଡନର ଏକ ମ୍ୟୁଜିୟମରେ ଅଛି ହେଲେ ଏହାର ଇତିହାସ ଭାରତ ସହ ଜଡିତ ।
୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ଥ୍ରୋନ ଅଫ ମହାରାଜା ରଞ୍ଜିତ ସିଂହ । ଯେଉଁ ସିଂହାସନ ଉପରେ ମହାରାଜା ରଞ୍ଜିତ ସିଂହ ବସୁଥିଲେ ସେହି ସିଂହାସନ ଆଜି ଭାରତ ଠାରୁ ଦୂରେଇ ଯାଇଛି ଆଉ ବ୍ରିଟିଶ ମ୍ୟୁଜିୟମରେ ପଡିଛି । ଏହି ସିଂହାସନଟି କାଠ ଆଉ ସୁନାରେ ତିଆରି ହୋଇଛି । ଏହି ସିଂହାସନ ଉପରେ ବ୍ରିଟିଶର ନଜର ପଡିଗଲା ଆଉ ୧୮୪୯ ମସିହାରେ ସେମାନେ ଏହାକୁ କବଜା କରିଦେଲେ ।
୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛି ପଟିଆଲା ହାଉସ ନେକ୍ଳେଶ । ଚମକୁ ଥିବା ଏହି ନେକ୍ଳେଶକୁ ପଟିଆଲାର ମହାରାଜ ଭୁପେନ୍ଦର ସିଂହଙ୍କ ପାଇଁ ତିଆରି କରଯାଇଥିଲା । ଏହାକୁ ବନେଇବାର କାମ ହାଉସ ଅଫ କାର୍ଟିୟର କରିଥିଲେ । ଏହି ନେକ୍ଳେଶରେ ପ୍ରାୟ ୩ ହଜାର ଡାଇମଣ୍ଡ ଲଗା ଯାଇଥିଲା । ହେଲେ ୧୯୪୮ ମସିହାରେ ଏହାକୁ ଚୋରୀ କରଯାଇଥିଲା ।
୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି କୋହିନୁର । ଇଂଲଣ୍ଡ ରାଜକୁମାରୀଙ୍କ ମୁକୁଟରେ ଲାଗିଥିବା କୋହିନୁରର ଇତିହାସ ଆଜି ବି ଭାରତ ସହ ଜଡିତ ଅଛି । ଏହି ହୀରା ଦୁନିଆର ସବୁଠାରୁ ଦୁର୍ଲଭ ହୀରା ଅଟେ । ଭାରତରେ ଏହି ହୀରାର ବ୍ୟବହାର ଯେଉଁ ରାଜା ବି କରିଛନ୍ତି ସେମାନଙ୍କର ବଂଶ ନଷ୍ଟ ହୋଇଯାଇଛି । ତେଣୁ ଅନେକ ଲୋକ ଏହି ହୀରାକୁ ଅଭିଶପ୍ତ ବୋଲି କହିଲେ । ଏହି ହୀରାର ବ୍ୟବହାର ଅନେକ ରାଜା କରିଛନ୍ତି ହେଲେ ବ୍ରିଟିଶ ଏହି ହୀରାକୁ ଲାହୋରରୁ ନେଇଯାଇଥିଲେ ।