ଭଲ ପାଇ ଅଲଗା ହୋଇ ଯାଇଥିବା ଓଡିଆ ସେଲିବ୍ରିଟି, ଦେଖନ୍ତୁ କେଉଁ ଯୋଡି ଟି ଆପଣଙ୍କ ଫେବ୍ରେଟ ?

ନମସ୍କାର ବନ୍ଧୁଗଣ ତେବେ ମଣିଷ ନିଜ ଜୀବନରେ ବହୁତ ଲୋକଙ୍କୁ ଭଲ ପାଇଥାଏ କିନ୍ତୁ ସବୁଠାରୁ ଅଧିକ ସେ ଯାହାକୁ ଭଲ ପାଇଥାଏ ସେ ହେଉଛି ତା ଜୀବନ ସାଥି  କିନ୍ତୁ କେବେ କେବେ ଏମିତିକା ସମ୍ପର୍କ ଆମ ଜୀବନରେ ଆସିଥାଏ ଯାହା ବଞ୍ଚିବା ପରେ ଆମକୁ ଏହା ଅନୁଭବ ହୋଇଥାଏ ଯେ ୟେ ସେହି ଲୋକ ଯିଏ ମୋ ସହ ୭ ଜନ୍ମ ରହିବ କିନ୍ତୁ ତାହା ସତ ହୋଇ ନଥାଏ ଆଉ ଆପଣଙ୍କୁ ହାରିବାକୁ ପଡିଥାଏ । ତେବେ ଭଲ ପାଇ ବହୁତ ସେଲିବ୍ରେଟି ମାନେ ବିବାହ କରିଛନ୍ତି।

କିନ୍ତୁ କଣ ଆପଣ ଏହି ଭଳି କିଛି ସେଲିବ୍ରେଟି ମାନଙ୍କ ନାମ ଜାଣିବା ପାଇଁ ଚେଷ୍ଟା କରିଛନ୍ତି ଯିଏ ଭଲ ପାଇଥିଲେ ଆଉ ନିର୍ବନ୍ଧ ପର୍ଯ୍ୟନ୍ତ କଥା ଗଲା କିନ୍ତୁ ବିବାହ ହୋଇ ପାରିଲା ନାହିଁ ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ସେମାନଙ୍କ ନାମ ଜାଣିବା ।

୧- ପ୍ରଥମରେ ହେଉଛନ୍ତି ଦେବିକା- ଦେବିକାଙ୍କୁ ଓଡିଶାରେ କିଏ ଅବା ଜାଣି ନାହିଁ ତେବେ ଦେବିକା ମଧ୍ୟ ଜଣେ ବ୍ୟକ୍ତିଙ୍କୁ ବହୁତ ଭଲ ପାଉଥିଲେ ଯାହାଙ୍କ ନାମ ସିମ ଥିଲା ଆଉ ସେ ଭୁବନେଶ୍ଵର ବହୁତ ବଡ ବିଜନେସମେନ ମଧ୍ୟ ଥିଲେ କିନ୍ତୁଦୁହିଙ୍କ ଭଲ ପାଇବା କେବଳ ନିର୍ବନ୍ଧ ପର୍ଯ୍ୟନ୍ତ ଗଲା ଆଉ ଦୁହେଁ ଅଲଗା ହୋଇଗଲେ କିନ୍ତୁ କେହି ଜାଣି ନାହାନ୍ତି ଏହାର କାରଣ କଣ ଆଉ ଦୁହିଙ୍କ ମଧ୍ୟରେ କଣ ଅସୁବିଧା ହେଲା । ତେବେ ଯାହା ହାତରେ ଯାହା ରେଖା ହୋଇଥାଏ ତା ବିବାହ ମଧ୍ୟ ତା ସହ ହୋଇଥାଏ ବୋଲି କୁହା ଯାଇଛି ।


୨- ଦ୍ଵିତୀୟ ରେ ହେଉଛନ୍ତି ସୋମାଲିନ ଏବଂ ମହାପ୍ରସାଦ । ଏହି ଯୋଡି ବିଷୟରେ ଆମେ ଆପଣଙ୍କୁ କଣ କହିବୁ ସେମାନେ ଯେତେବେଳେ ଏକାଠି ଥିଲେ ସେ ନିଜେ ସୋଶିଅଲ ମିଡିଆରେ ନିଜ କେତେ ଫଟୋ ଛାଡୁଥିଲେ ଯାହା ଦ୍ଵାରା ସମସ୍ତେ ଜାଣିଥିଲେ ଯେ ଦୁହେଁ ଦୁହିଙ୍କୁ ଭଲ ପାଉଛନ୍ତି । ସବୁବେଳେ ଏକାଠି ବୁଲିବା ଖାଇବା ସବୁ ଭଲ ଥିଲା କିନ୍ତୁ ହଠାତ ଦୁହିଙ୍କ ମଧ୍ୟରେ କିଛି ଅସୁବିଧା ହେଲା ଆଉ ଦୁହେଁ ଅଲଗା ହୋଇଗଲେ । କୁହା ଯାଇଛି ଯେ ଯୋଡି ଉପରୁ ତିଆରି ହୋଇ ଆସିଥାଏ ଯିଏ ଯାହାକୁ ପାଇବା ଉଚିତ ସେ ତାକୁ ପାଇଥାଏ ।


୩- ତୃତୀୟ ରେ ହେଉଛନ୍ତି ତୁଷାର ଓ ଛନ୍ଦିତା । ତୁଷାର ଓ ଛନ୍ଦିତା ଦୁହେଁ ସିରିଏଲରେ ଦେଖା ହୋଇଥିଲେ ଯାହା ପରେ ଦୁହେଁ ଦୁହିଙ୍କ ସହ ସମୟ ବିତେଇଲେ ଆଉ ଭଲ ପାଇ ବସିଲେ ଦୁହେଁ ବହୁତ ଭଲ କଳାକାର ଅଟନ୍ତି । ଦୁହିଙ୍କୁ ଦର୍ଶକ ବହୁତ ଭଲ ପାନ୍ତି କିନ୍ତୁ ଦୁହିଙ୍କ ଭଲ ପାଇବା ଅଧିକ ଦିନ ଚାଲିଲା ନାହିଁ ଆଉ ବହୁତ ଶୀଘ୍ର ଦୁହେଁ ଅଲଗା ହୋଇଗଲେ । ତୁ ମୋ ଅଗଣା ତୁଳସୀ ସିରିଏଲରେ ପ୍ରଥମ ଦେଖା ହୋଇଥିଲେ ।


୪- ଚତୁର୍ଥ ରେ ହେଉଛନ୍ତି ଜେସି ଏବଂ ରାଜା । ତେବେ ଏହି ଯୋଡି ଏକ ଧାରାବାହିକ ରେ ଦେଖା ହୋଇଥିଲେ ଏବଂ ସେହିଠାରୁ ପରସ୍ପର କୁ ଭଲ ମଧ୍ୟ ପାଇଥିଲେ । ତେବେ କୌଣସି କାରଣ କୁ ନେଇ ଦୁହିଁଙ୍କ ଭିତରେ ଝଗଡା ହୋଇଥିଲା ଏବଂ ରାଜା ଆତ୍ମହତ୍ୟା କରିଥିଲେ ସେବେଠାରୁ ଏହି ଯୋଡି ମଧ୍ୟ ଅଲଗା ହୋଇଯାଇଛି ।


୫- ପଞ୍ଚମ ରେ ହେଉଛନ୍ତି ଜ୍ୟୋତି ପ୍ରକାଶ ଏବଂ ମାନସୀ । ଜ୍ୟୋତି ଓ ମାନସୀଙ୍କୁ ଆପଣ ମାନେ ତୋ ଅଗଣା ତୁଳସୀ ସିରିଏଲରେ ମୁଖ୍ୟ ଅଭିନେତା ଆଉ ମୁଖ୍ୟ ଅଭିନେତ୍ରି ଭାବରେ କାମ କରୁଥିବାର ଦେଖିଥିବେ ତେବେ ଦୁହେଁ ପରସ ପରକୁ ବହୁତ ଭଲ ପାଉଥିଲେ କିନ୍ତୁ ବର୍ତମାନ ଦୁହେଁ ଅଲଗା ହୋଇ ଯାଇଛନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *