ଏମାନେ ହେଲେ ସୁଟିଂ ସେଟରୁ ପ୍ରେମ କରି ବିବାହ କରିଥିବା ଓଡିଆ ଯୋଡି, 2 ନଂ ଯୋଡି ତ ଓଡିଶାର ଘରେ ଘରେ ଲୋକପ୍ରିୟ

ବନ୍ଧୁଗଣ ନମସ୍କାର, ତେବେ ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରୀ ର ଏଭଳି କିଛି ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ସୁଟିଂ ସେଟ ରୁ ହିଁ ପରସ୍ପର କୁ ଭଲ ପାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବର୍ତ୍ତମାନ ସେ ରିଅଲ ଲାଇଫ ରେ ସ୍ଵାମୀ-ସ୍ତ୍ରୀ ହୋଇ ବହୁତ ଖୁସିରେ ଜୀବନ ଯାପନ କରୁଛନ୍ତି । ତେବେ ଆସନ୍ତୁ ସେହି ଯୋଡ଼ି ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଜ୍ୟାଙ୍କଲୀନ ଏବଂ ଅରବିନ୍ଦ । ଆପଣ ମାନେ ଏହି ଯୋଡ଼ି କୁ ବେଶ ଭଲ ଭାବରେ ଜାଣିଥିବେ । ‘ଜେଜେମା’ ଧାରାବାହିକ ରେ ଉଭୟ ନଜର ଆସିଥିଲେ ଏବଂ ଏହି ଧାରାବାହିକ ରୁ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ । ଦୀର୍ଘ ତିନି ବର୍ଷ ର ପ୍ରେମ ସମ୍ପର୍କ ପରେ ଉଭୟ ୨୦୨୧ ମସିହାରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।


୨. ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଶୁଭାଶିଷ ଏବଂ ଅନିଶା । ଆପଣ ମାନେ ଏହି ଯୋଡ଼ି କୁ ଅନେକ ଫିଲ୍ମ ରେ ଦେଖିଥିବେ । ଉଭୟ ପରସ୍ପର କୁ ଭଲ ପାଇ ୨୦୧୭ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କିଛି ମାସ ତଳେ ଉଭୟ ଗୋଟିଏ କନ୍ୟା ସନ୍ତାନ କୁ ଜନ୍ମ ଦେଇଛନ୍ତି ।


୩. ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ବିକ୍ରମ ଏବଂ ବିଦ୍ୟା । ‘ଜୀବନସାଥୀ’ ଧାରାବାହିକ ରେ ରାଜୁ ଓ ଭୈରବୀ ଭୂମିକା ରେ ଅଭିନୟ କରିଥିବା କଳାକାର ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ସୁଟିଂ ସେଟ ରୁ ପରସ୍ପର କୁ ଭଲ ପାଇ ଉଭୟ ୨୦୨୦ ମସିହାରେ ବିବାହ କରିଥିଲେ ।


୪. ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଚନ୍ଦନ ଏବଂ ମାହି । ଏହି ଯୋଡ଼ି ପରସ୍ପର କୁ ସୁଟିଂ ସେଟ ରୁ ହିଁ ଭଲ ପାଇ ବସିଥିଲେ ଏବଂ ୨୦୨୦ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଉଭୟ ଙ୍କ ର ଗୋଟିଏ କନ୍ୟା ସନ୍ତାନ ମଧ୍ୟ ଅଛି ।


୫. ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ରାକେଶ ଏବଂ ଜାଜ୍ଞସେନି । ଆପଣ ମାନେ ଏହି ଯୋଡି କୁ ତ ବେଶ ଭଲ ଭାବରେ ଜାଣିଥିବେ । କୁଆଁରୀ ବୋହୁ ଧାରାବାହିକ ର ରାକେଶ ଏବଂ ମହାଦେବୀ ଧାରାବାହିକ ର ଜାଜ୍ଞସେନି ଙ୍କ ଲଭ ଷ୍ଟୋରି ସୁଟିଂ ସେଟ ରୁ ହିଁ ଆରମ୍ଭ ହୋଇଥିଲା ଏବଂ ଉଭୟ ପରସ୍ପର କୁ ୨୦୨୧ ମସିହାରେ ବିବାହ କରିଥିଲେ ।

Leave a Reply

Your email address will not be published. Required fields are marked *