ନୂଆ ଶାଢୀ ଓ ଗହଣା ପିନ୍ଧି ରାତି ଅଧରେ Railway Station ରେ ମହିଳା ବାଣ୍ଟିଲେ ଖାଦ୍ୟ, ପୁରା ଘଟଣା ଜାଣିଲେ ଆପଣ ବି କରିବେ ପ୍ରଶଂସା

ବନ୍ଧୁଗଣ ଦେଶରେ ଏବେ ବାହାଘର ସିଜନ ଚାଲିଛି । ଆମ ହିନ୍ଦୁ ଧର୍ମରେ ବିବାହକୁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବନ୍ଧନ ରୂପେ ମାନା ଯାଇଛି । ଏହା ଦୁଇଟି ଆତ୍ମାର ମିଳନ ସହ ଦୁଇଟି ପରିବାରର ମିଳନ ଅଟେ । ତେଣୁ ଆମ ହିନ୍ଦୁ ଧର୍ମର ସମସ୍ତ ବିବାହ ଧୁମଧାମରେ କରାଯାଇଥାଏ । ବିବାହ ଭୋଜିରେ ଅନେକ ସୁସ୍ଵାଦ ଖାଦ୍ୟ ହୋଇଥାଏ ଓ ବିବାହରେ ସମସ୍ତ ଲୋକ ଯୋଗ ମଧ୍ୟ ଦେଇଥାନ୍ତି । ହେଲେ ବିବାହରେ ବହୁତ ଥର ଭୋଜିରେ ଖାଦ୍ୟ ନଷ୍ଟ ହୋଇଥାଏ ଏହା ବର୍ତ୍ତମାନ ସାଧାରଣ ହୋଇଯାଇଛି ।

ଲୋକଙ୍କୁ ଯେତିକି ଖାଦ୍ୟ ପସନ୍ଦ ସେମାନେ ସେତିକି ଖାଇ ଥାନ୍ତି ବାକି ଖାଦ୍ୟ ସବୁ ନଷ୍ଟ ହୋଇଥାଏ ଯାହାର ମୂଲ୍ୟ କେବଳ ଦିନକୁ ଦୁଇ ବେଳା ଖାଇ ପାରୁ ନଥିବା ବ୍ୟକ୍ତି ହିଁ ବୁଝି ପାରିବ । ଅନେକ ଲୋକ ଦିନ ସାରା କଷ୍ଟ କରି ଦୁଇ ମୁଠା ଖାଇବାକୁ ପାଇଥାନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଏଭଳି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଜଣେ ମହିଳା ନିଜ ଭାଇ ବାହାଘରରେ ବଞ୍ଚି ଯାଇଥିବା ଖାଦ୍ୟକୁ ରେଳ ଷ୍ଟେସନରେ ଥିବା ଭୋକିଲା ଲୋକଙ୍କୁ ବାଣ୍ଟି ଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏହି ହୃଦୟ ସ୍ପର୍ଶ ଫଟୋ ଭାଇରାଲ ହେବା ପରେ ସମସ୍ତ ଲୋକ ତାଙ୍କର ପ୍ରଶଂସା କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ ଏହି ମହିଳା ଜଣକ ପଶ୍ଚିମ ବଙ୍ଗର ବୋଲି ଜଣା ପଡିଛି । ସୋସିଆଲ ମିଡିଆରେ ପଶ୍ଚିମ ବଙ୍ଗରୁ କିଛି ଫଟୋ ସାମ୍ନାକୁ ଆସିଛି । ଏଥିରେ ଜଣେ ମହିଳା ନିଜ ଭାଇର ବାହାଘରରେ ବଞ୍ଚି ଯାଇଥିବା ବଳକା ଖାଦ୍ୟକୁ ଅଭାବି ଲୋକଙ୍କୁ ବାଣ୍ଟୁ ଥିବାର ନଜର ଆସୁଛନ୍ତି । ମହିଳାଙ୍କୁ ଖାଦ୍ୟ ଭର୍ତ୍ତି ଥିବା ଏକ ବଡ ବାସନ ସହିତ ରାନଘାଟ ରେଳ ଷ୍ଟେସନରେ ବସିଥିବାର ଦେଖା ଯାଇଛି ।

ଉକ୍ତ ମହିଳାଙ୍କ ନାମ ପାପିୟା କର ବୋଲି ଜଣା ପଡିଛି । ଭାଇରାଲ ହେଉଥିବା ଏହି ଫଟୋକୁ ପଶ୍ଚିମ ବଙ୍ଗର ରାନାଘାଟ ଷ୍ଟେସନରେ ଫଟୋ ଗ୍ରାଫର ନିଲାଜଳ ମଣ୍ଡଲ ନିଜ କ୍ଯେମାରେରେ କଏଦ କରିଥିଲେ । ଏବେ ଏହି ଫଟୋଟି ସୋସିଆଲ ମିଡିଆରେ ଘୁରି ବୁଲୁଛି । ତା ହେଲେ ବନ୍ଧୁଗଣ ମହିଳାଙ୍କ ଏହି  ଭଲ କାମ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ତା ହେଲେ ବନ୍ଧୁଗଣ ଏହି ମାମଲା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *