‘ବହୁତ କଷ୍ଟ ଲାଗୁଛି, ମୋ ପିଣ୍ଟୁ ଭାଇ ବଞ୍ଚିଛି, ହେଲେ ଏଠି ଲୋକ କହୁଛନ୍ତି ସେ…’: Pintu ଙ୍କ ଭଉଣୀ

ବନ୍ଧୁଗଣ ଗତ କିଛି ଦିନ ତଳେ ଜଣା ପଡିଥିଲା କି ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଲିଭର ଶିରୋସିସ ରୋଗରେ ପୀଡିତ ଅଛନ୍ତି । ଏହା ଜାଣିବା ପରେ ସାରା ଓଡିଶାବାସୀ ଚିନ୍ତାରେ ଆସିଯାଇଥିଲେ । ହେଲେ ପିଣ୍ଟୁଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜି ଥିଲା ତେଣୁ ପିଣ୍ଟୁ ଗଣମାଧ୍ୟମ ସାମ୍ନାରେ ସାରା ଓଡିଶାବାସୀଙ୍କୁ ଆର୍ଥିକ ସହାୟତା ମାଗିଥିଲେ । ଏହା ପରେ ଓଡିଶାବାସୀ ଏବଂ ଓଲିଉଡ କଳାକାର ମାନେ ପିଣ୍ଟୁଙ୍କୁ ଆର୍ଥିକ ସହାୟତା କରିଥିଲେ ଯାହାଫଳରେ ପିଣ୍ଟୁ ନିଜର ଲିଭର ଟ୍ରାନ୍ସପ୍ଳାଣ୍ଟ ପାଇଁ ଦିଲ୍ଲୀ ଯାଇଥିଲେ ।

ଦିଲ୍ଲୀରେ ପିଣ୍ଟୁ ଅନେକ ଦିନ ରହିଲେ ହେଲେ ସେଠାରେ ତାଙ୍କୁ ଡୋନର ମିଳିଲା ନାହିଁ । ତେଣୁ ଏବେ ପିଣ୍ଟୁଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଯାଇଛି । ହେଲେ ଏହାରି ମଧ୍ୟରେ ଗୋଟେ ଯୁଗବ ଉଠୁଛି କୁଆଡେ ପିଣ୍ଟୁ ନନ୍ଦଙ୍କ ମୃତ୍ୟୁ ହୋଇଛି । ଏହି ଗୁଜବକୁ ନେଇ ଏବେ ପିଣ୍ଟୁଙ୍କ ଭଉଣୀ ଗଣମାଧ୍ୟମ ସାମ୍ନାରେ ନିଜର ମତ ପ୍ରକାଶ କରିଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ପିଣ୍ଟୁ ନନ୍ଦଙ୍କ ଭଉଣୀ କହିଛନ୍ତି-‘ମୋର 10 ମାସର ଛୁଆ ଅଛି ମୁଁ ସେ ଛୁଆକୁ ନେଇ ଦିଲ୍ଲୀରୁ ହାଇଦ୍ରାବାଦ କେମିତି ହେଇ ପାରିବି । ଆପଣ କୁହନ୍ତୁ କେମିତି ଯିବି ଏଠି କିମ୍ସରେ ଥିଲା ବେଳେ ଯାଉଥିଲି । ଅର୍ଥର ବହୁତ ଆବଶ୍ୟକତା ଅଛି ଯେହେତୁ ଅପରେସନ ହେଇନି ହାଇଦ୍ରାବାଦରେ ପଇସା ଖର୍ଚ୍ଚ ଚାଲିଛି ଦିଲ୍ଲୀରେ ବି ହେଇ ସାରିଲାଣି । ଓଡିଶାବାସୀ ଆହୁରି ଟିକେ ସହଯୋଗ କରନ୍ତୁ ଆଶୀର୍ବାଦ କରନ୍ତୁ ଭାଇ ଯେମିତି ଭଲ ହେଇଯିବେ ।

ଦିଲ୍ଲୀରେ କିଛି ନିୟମ ଅଛି ଯାହାଫଳରେ ଟ୍ରାନ୍ସପ୍ଳାଣ୍ଟ ହେଇ ପାରିଲାନି ହେଲେ ହାଇଦ୍ରାବାଦରେ ନିୟମ ନାହିଁ ବୋଲି ଭାଇ ଗଲେ । ଡୋନର ଏ ଯାଏଁ ଠିକ ହେଇନି ଖୋଜା ଚାଲିଛି । ଭାଇ ପୁରା ଭାଙ୍ଗି ପଡିଲେଣି । ଲୋକ ମାନଙ୍କର ବ୍ୟବହାର ପାଇଁ ବି ଭାଇ ଆହୁରି ଭାଙ୍ଗି ପଡିଛନ୍ତି । ଭଉଣୀ ହିସାବରେ ବହୁତ କଷ୍ଟ ଲାଗୁଛି ଭାଇ ବଞ୍ଚି ଛନ୍ତି କିନ୍ତୁ ଏଠି ଲୋକ କହୁଛନ୍ତି ସେ ମରିଗଲା ବହୁତ ପ୍ରକାରର କଥା ସେ ଭାଇଙ୍କୁ ନେଇ କହୁଛନ୍ତି ।

ଲୋକ ମାନେ ଭାଇଙ୍କୁ ଖରାପ କମେଣ୍ଟ କରୁଛନ୍ତି ଭାଇ ତ ବଞ୍ଚି ଛନ୍ତି ସେ ଶୀଘ୍ର ଭଲ ହେଇଯିବେ ବୋଲି ଆମେ ଭଗବାନଙ୍କୁ ଡାକୁଛୁ । ଆମେ ଓଡିଶାବାସୀଙ୍କୁ ଅନୁରୋଧ କରୁଛୁ ଭାଇଙ୍କ ବିଷୟରେ ସେମିତି କିଛି କୁହନ୍ତୁ ନାହିଁ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *