ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଜୀବନରେ ନିଶ୍ଚୟ ଥରେ ଏହି 11 ଟି ଗଛର ପୂଜା କରିବା ଉଚିତ, 7 ଜନ୍ମ ପାଇଁ ନାଶ ହୋଇଥାଏ ଦରିଦ୍ରତା (Vastu Tips)

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଅଧିକାଂଶ ଲୋକ ଘରେ ଗଛଲତା ରଖିବାକୁ ପସନ୍ଦ କରୁଛନ୍ତି। ଏହାଦ୍ୱାରା ଘରର ବାତାବରଣ ସ୍ବଚ୍ଛ ହେବା ସହ ସକରାତ୍ମକ ଉର୍ଜା ଆସିଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ କିଛି ଗଛ ଏପରି ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ସମସ୍ତ ଚିନ୍ତା ଦୂର ହୋଇଥାଏ। ଘରେ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ରହିବା ସହ ରୋଗର ମୁକ୍ତି ମିଳିଥାଏ। ତେବେ ସେହିପରି ଶ୍ରୀକୃଷ୍ଣ କୁହନ୍ତି ଏହି ଏଗାରଟି ଗଛର ପୂଜା କରିଲେ ଗରିବ ନାଶ ହୋଇଥାଏ । ଆମ ହିନ୍ଦୁ ଧର୍ମରେ ଗଛକୁ ପୂଜନୀୟ ମାନିଥାନ୍ତି ।

ଏହି ସୃଷ୍ଟିରେ ଗଛ ଲତାକୁ ସର୍ବ ଶ୍ରେଷ୍ଠ ସ୍ଥାନରେ ରଖା ଯାଇଥାଏ । ତାପରେ ଯିବା ଜନ୍ତୁ ମାନଙ୍କର ଜନ୍ମ ହୋଇଥିଲା । ଗଛ ନାହିଁ ତ ଆମର ଜୀବନ ବି ନାହିଁ । ସବୁଥିରେ ଗଛ ମାନଙ୍କର ଉଲ୍ଲେଖ କରାଯାଇଛି । ତେବେ ଆସନ୍ତୁ ଜାଣିନେବା ସେହି ଗଛ ବିଷୟରେ।୧- ପ୍ରଥମ ରେ ତୁଳସୀ ଗଛ । କାରଣ ତୁଳସୀ ଗଛକୁ ହିନ୍ଦୁ ଧର୍ମରେ ସବୁଠୁ ପବିତ୍ର ଗଛ ମାନିଥାନ୍ତି ।

ଏଥିପାଇଁ ତୁଳସୀ ଗଛକୁ ପୂଜା କରାଯାଇଥାଏ । ତୁଳସୀ ପତ୍ର ଔଷଧ ରୂପରେ ବ୍ୟବହାର ହୋଇଥାଏ ।୨- ଦ୍ଵିତୀୟ ରେ ଓସ୍ତ ଗଛ । ଏହାକୁ ବହୁତ ପୂଜନୀୟ ମାନିଥାନ୍ତି । ଏହାକୁ ବ୍ରାହ୍ମଣ ସ୍ୱରୂପ ମାନିଥାନ୍ତି । ଏଥିରେ ଅନେକ ଔଷଧୀୟ ଗୁଣ ରହିଛି ।୩- ତୃତୀୟ ରେ ବର ଗଛ । ଏହି ଗଛ ଛାଇ ଦେବା ସହିତ ଏହାର ବହୁତ ଭଲ ଗୁଣ ରହିଛି ।

ବଟ ପୂର୍ଣ୍ଣିମାରେ ବର ଗଛ ପୂଜା କରାଯାଇଥାଏ ।୪- ଚତୁର୍ଥ ରେ ନିମ ଗଛ । ଏହି ଗଛର ବହୁତ ପ୍ରକାର ଔଷଧୀୟ ଗୁଣ ରହିଛି ।୫- ପଞ୍ଚମ ରେ ଆମ୍ବ ଗଛ । ପୂଜା ପାଠ ସବୁଥିରେ ଆମ୍ବ ପତ୍ରର ଆବଶ୍ୟକ ରହିଥାଏ । ଏହା ବିନା କିଛି ଶୁଭ କାର୍ଯ୍ୟ ହୋଇନଥାଏ ।୬- ଷଷ୍ଠ ରେ ନଡ଼ିଆ ଗଛ । ଏହାକୁ ଶ୍ରୀ ଫଳ କୁହାଯାଏ । ଏହାର ବହୁତ ଔଷଧୀୟ ଗୁଣ ରହିଥାଏ ।

ଏହାର ସବୁ ଅଂଶ ଉପଯୋଗୀ ହୋଇଥାଏ ।୭- ସପ୍ତମ ରେ ହେଉଛି କଦଳୀ ଗଛ । କଦଳୀ ଫଳ ପାଞ୍ଚଟି ଫଳ ମଧ୍ୟରୁ ଗୋଟିଏ । କଦଳୀର ପତ୍ର ବି ମାଙ୍ଗଳିକ କାଯ୍ୟରେ ଶୁଭ ମାନିଥାନ୍ତି।୮- ଅଷ୍ଟମ ରେ ବେଲ ଗଛ । ଭଗବାନ ଶିବଙ୍କର ଅତି ପ୍ରିୟ ଗଛ ବେଲ ଅଟେ । ଏହାକୁ ଶ୍ରାବଣ ମାସରେ ଶିବଙ୍କ ଉପରେ ଚଢେଇ ଥାନ୍ତି ।ଏହାର ଫଳ ଏବଂ ପତ୍ରରେ ବହୁତ ଔଷଧୀୟ ଗୁଣ ରହିଥାଏ।୯- ନବମ ରେ ହେଉଛି ସମୀ ଗଛ ।

ଲଙ୍କା ବିଜୟ ପରେ ଭଗବାନ ରାମ ସମୀ ଗଛର ପୂଜା କରିଥିଲେ । ପ୍ରତ୍ୟେକ ଶନିବାର ଦିନ ସମୀ ପତ୍ରକୁ ଅର୍ପଣ କରାଯାଏ।୧୦- ଦଶମ ରେ ହେଉଛି ଅଶୋକ ଗଛ । ଏହି ଗଛ ଧାର୍ମିକ ଔଷଧ ଗୁଣରେ ମହତ୍ଵ ପୂର୍ଣ ଅଟେ । ଏହା ଦ୍ୱାରା ବ୍ୟବସାୟରେ ବୃଦ୍ଧି ହୋଇଥାଏ ।

୧୧- ଏକାଦଶ ରେ କଦମ୍ବ ଗଛ । ଏହାକୁ ପୂଜନୀୟ କୁହାଯାଏ । କାରଣ ଏହି ଗଛ ଭଗବାନ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ଅଟେ । ଏହି ଗଛ ତଳେ ବସି ଶ୍ରୀକୃଷ୍ଣ ବଂଶୀ ବଯାଉ ଥିଲେ।ଫୁଲକୁ ମନ୍ଦିରରେ ଭଗବାନଙ୍କୁ ଚଢା ଯାଇଥାଏ । ଏହା ଥିଲା କିଛି ମହତ୍ୱପୂର୍ଣ୍ଣ ଗଛ ଯାହା ପୂଜନୀୟ ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *