Vastu Tips- ବେଲ ଗଛ ଘରର କେଉଁଠି ଲଗାଇଲେ ବଢିଥାଏ ଧନ ଓ କେଉଁଠି ରହିଲେ ହୁଏ ସର୍ବନାଶ, ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ତେବେ ବେଲ ଗଛ ଗୋଟେ ଏପରି ଗଛ ଯାହା କି ସମସ୍ତ ସଂସାର ରେ ସବୁଠୁ ଦୁର୍ଲଭ ଅଟେ । ତାର ଦିବ୍ୟତା, ଦୁର୍ଲଭତା, ଔଷଧୀୟ ଆଦି ଗୁଣ ପାଇଁ ସେ ସମସ୍ତ ଦେବା ଦେବୀ ଓ ସମସ୍ତ ମାନବ ଜାତିର ପ୍ରିୟ ଓ ଆଦରଣୀୟ ହୋଇଥାଇ । ପୁରାଣ ଶାସ୍ତ୍ର ଅନୁଯାୟୀ ବେଳଗଛ ର ସୃଷ୍ଟି ମାତା ଲଷ୍ମୀକଁ ଅଂଶ ରୁ ହୋଇଛି । ତେବେ ଚାଲନ୍ତୁ ଜାଣିବା ବେଲଗଛ ବିଷୟରେ କିଛି ମହାନ କଥା ।

ତେବେ ବେଲଗଛ ରେ ସ୍ୱୟଂ ଶିବ ଓ ଶକ୍ତି ଙ୍କର ବାସ ହୋଇଥାଏ । ବେଲପତ୍ର ର ତ୍ରିଶାଖା ରେ ତ୍ରିଦେବ ବାସ କରିଥାନ୍ତି, ତେଣୁ ସବୁଦିନ ଗାଧୋଇ ସାରି ବେଲ ଗଛ ମୂଳେ ପାଣିଦେଲେ କୋଟି ପୁଣ୍ୟ ମିଳିଥାଏ, ଏବଂ ଶିବ ଶଙ୍କର ସମେତ ମାତା ଲଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି ଯାହା ଫଳରେ କି ସେହି ମନୁଷ୍ୟ ସମସ୍ତ ପ୍ରାଣୀକୁ ବସ କରିବାର ଶକ୍ତି ଲାଭ କରିଥାଏ ଏବଂ ଚାକରି ତଥା ବ୍ୟବସାୟରେ ସଫଳତା ଲାଭ କରିଥାଏ ତାହା ସହିତ ତାକୁ ଧନବାନ ହେବାରୁ ମଧ୍ୟ କେହି ରୋକି ପାରନ୍ତି ନାହିଁ । ଏମାନେ ଅମାପ ଧନର ଆଧିକାରୀ ହୋଇଥାନ୍ତି ।

ତେବେ ବେଲ ପତ୍ର ଶିବ ତଥା ସମସ୍ତ ଦେବୀ ମାନଙ୍କ ପ୍ରିୟ ପତ୍ର, ଯାହା ଶୁଖିଯାଏ ହେଲେ କେବେ ବାସି ହୁଏ ନାହିଁ । ଏହି ବେଲ ପତ୍ରରେ ଚନ୍ଦନ ର ଲେପ ଲଗାଇ ଶିବ ତଥା ଦେବୀଙ୍କୁ ଅର୍ପଣ କରିବା ଦ୍ୱାରା ମନୁଷ୍ୟ ର ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ ।

ତେବେ ବେଲଗଛର କାଠି କୁ ଚନ୍ଦନ ପରି ଘୋରି ଶିବ ତଥା ଦେବୀଙ୍କୁ ଲଗାଇଲେ କୋଟି ପୁଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ମଣିଷ ନିଜ ମଥାରେ ଏହି ବେଲକାଠି ର ଲେପ କୁ ଚନ୍ଦନ ପରି ଟୀକା ଲଗାଇଲେ ସମସ୍ତ ପ୍ରାଣୀ କୁ ବଶ କରିଥାଏ, ଏବଂ ନିଜ ଦିବ୍ୟ ଚେତନା ଜାଗୃକ୍ତ ହୋଇଥାଏ ଏହା ସହିତ ଅଲୌକିକ ଶକ୍ତି ର ସ୍ଥିତି ଅନୁଭବ କରିପାରେ ଏବଂ ସମସ୍ତ ସଂସାର ରେ ବିଜୟୀ ମଧ୍ୟ ହୋଇଥାଏ ।

ତେବେ ସୋମବାର ଦିନ କିମ୍ବା ଚତୁର୍ଦଶି ଦିନ ବେଲଗଛ ମୂଳ ରେ ଦୀପ ,ଧୂପ ଏବଂ ପଣା କୁ ସମର୍ପଣ କରି ସେହି ବେଲ ଗଛ ର ଚେର କୁ ଆଣି ଏକ ଲାଲ ସୁତାରେ ଗୁନ୍ଥି ଶରୀର ରେ ଧାରଣ କଲେ ଏହା ବାହାର ର ନକରାତ୍ମକ ଶକ୍ତି ତଥା ଦୁଷ୍ଟ ଶକ୍ତି କୁ ପ୍ରବେଶ କରିବାକୁ ଦେଇ ନଥାଏ ଏବଂ ଶରୀର ରେ ଥିବା ନକରାତ୍ମକ ଶକ୍ତି ତଥା ଦୁଷ୍ଟ ଶକ୍ତି ତଥା ନଜ଼ର ଓ ତନ୍ତ୍ର-ମନ୍ତ୍ର କୁ ମଧ୍ୟ ତଡିଦେଇଥାଏ ।

ଏହା ଛଡା ଯେଉଁ ମଣିଷ ର ବିବାହ ହୋଇ ପାରୁନଥାଏ ତଥା ସନ୍ତାନ ହୋଉ ନଥାଏ ଏହି ବେଲଗଛ ର ଚେର ଧାରଣ କରିବା ଦ୍ୱାରା ଓ ସବୁଦିନ ବେଲଗଛ କୁ ପୂଜା କରିବା ଦ୍ୱାରା ଖୁବଶୀଘ୍ର ବିବାହ ଓ ସନ୍ତାନପ୍ରାପ୍ତି ମଧ୍ୟ ହୋଇଥାଏ । ତେବେ ଯେଉଁ ବ୍ୟକ୍ତି ଶିବ ତଥା ଦେବୀଙ୍କର ଆରାଧନା କରୁଥାନ୍ତି ଏବଂ ସେମାନେ ଯଦି ବେଲଗଛ ମୂଳରେ ବସି ଶିବ ତଥା ଦେବୀଙ୍କର ମନ୍ତ୍ରଜାପ କରନ୍ତି ତେବେ ଖୁବ ଶୀଘ୍ର ତାଙ୍କର ସାଧନା ଓ ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ ।

ସାଧାରଣତଃ ଘରର ଚାରି ପାଖରେ ବଡ ବଡ ଗଛ ରହିବା ଅଶୁଭ ହୋଇଥାଏ ଏବଂ ସେହି ସବୁ ଗଛର ଛାଇ ଘରେ ପଡିବା ଦ୍ଵାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ମାତ୍ର ବେଲ ଗଛ ଏପରି ଏକ ଦିବ୍ୟ ଗଛ ଯାହା ଘରର ଚାରି ପାଖରେ ଯେ କୌଣସି ସ୍ଥାନରେ ରହିଲେ ଏହା ଶୁଭ ହୋଇଥାଏ । ଏହି ବେଲ ଗଛର ଛାଇ ଘର ଉପରେ ପଡିଲେ ଘରର ବାସ୍ତୁ ଦୋଷ ଦୂର ହୋଇଥାଏ ।


ତେବେ ବେଲଗଛ ଉତ୍ତର କିମ୍ବା ଉତ୍ତର-ପୂର୍ବ ଐଶାନ୍ୟ କୋଣରେ ରହିଲେ ଧନ ବା ଅର୍ଥର ଅଭାବ ରୁହେ ନାହିଁ । ଯଦି ଧନର ଅଭାବ ଥାଏ ତେବେ ଧନ ଆଗମନର ବାଟ ଖୋଲି ଯାଇଥାଏ । ଘରର ପୂର୍ବ ଦିଗରେ ବେଲ ଗଛ ରହିଲେ ଗୃହରେ ଶାନ୍ତି ବଜାୟ ରହିଥାଏ । ଘରର ପଶ୍ଚିମ ଦିଗରେ ବେଲ ଗଛ ରହିଲେ ସୁସନ୍ତାନ ପ୍ରାପ୍ତି ହୋଇଥାଏ ଓ ଘରର ଦକ୍ଷିଣ ଦିଗରେ ବେଲ ଗଛ ରହିଲେ ଦୁର୍ଘଟଣା ଜନିତ ସମସ୍ଯା ଦୂର ହୋଇଥାଏ । ଯଦି ଆପଣଙ୍କ ଘରେ ବେଲ ଗଛ ନଥାଏ ତେବେ ଯେ କୌଣସି ଦିନ ଯେ କୌଣସି ତିଥିରେ ବେଲ ଗଛ ଆଣି ଘରେ ଲଗାଇ ପାରିବେ ଏବଂ ପୂଜା ମଧ୍ୟ କରି ପାରିବେ ।

ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *