ବରଯାତ୍ରୀ ନେଇ ଆସିଲେ ହେଲେ…ବେଦିରେ ନ ବସି ଗାଡ଼ିରେ ବନ୍ଧା ହୋଇଛନ୍ତି ବର ଆଉ କନିଆଁ…

ବେଦୀରେ ନବସି ଗାଡିରେ ବନ୍ଧା ପଡିଛନ୍ତି ବର ଆଉ କନିଆ ! ଖବର ମୁତାବକ ବାହାଘର ପାଇଁ ସବୁ ପ୍ରକାର ବ୍ୟବସ୍ତା ହୋଇଯାଇଥିଲା। ଝିଅଟି କନ୍ୟା ବେଶରେ ସଜେଇ ହୋଇ ବସିଥିଲା । ଅପର ପକ୍ଷରେ ବାହା ହେବାକୁ ଯାଉଥିବା ପୁଅ ମଧ୍ୟ ଖୁବ ଆନନ୍ଦର ସହ ବର ବେଶରେ ସଜେଇ ହୋଇ ପ୍ରସେଶନ କରି ଆସୁଥିଲା । ଆଉ କିଛି ସମୟ ମଧ୍ୟରେ ଉଭୟ ପୁଅ ଓ ଝିଅଙ୍କର ବିବାହ ମଧ୍ୟ ହୋଇଥାନ୍ତା । ହେଲେ ବାହା ହେବାର ସବୁ ସ୍ଵପ୍ନ ଅଧାରେ ରହିଯାଇଥିଲା ।

ହାତ ଗଣ୍ଠି ପଡିବା ପରିବର୍ତ୍ତେ ବର କନ୍ୟା ବେଦୀରେ ନ ବସି ଗାଡିରେ ବସି ରହିଛନ୍ତି । ବର କନ୍ୟାକୁ ବାହାଘର କରାଇ ନଦେଇ ଗାଡି ଭିତରେ ଗାଁ ଲୋକ ଅଟକାଇ ରଖିଛନ୍ତି । ତେବେ ବରଯାତ୍ରୀ ପ୍ରସେଶନ କରିକି ଆସୁଥିଲେ । ତାପରେ ସେଠାରେ ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଥିଲା । ଯେ ବାହାଘର ହେବା ପୂର୍ବରୁ ବାହାଘରକୁ ଅଟକାଇ ଦିଆଯାଇଥିଲା । ତେବେ କନ୍ୟା ଘରେ ବରର ବରଯାତ୍ରୀ ମାନେ ପହଞ୍ଚିବା ପରେ ତାଙ୍କୁ ସବୁ ଅତିଥି ସତ୍କାର କରାଯାଇଥିଲା ।

ବରଯାତ୍ରୀ ମାନେ ଅତ୍ୟଧିକ ମଦ୍ୟପାନ କରି ଗାଁ ଲୋକଙ୍କ ସହ ପାଟିତୁଣ୍ଡ ଆରମ୍ଭ କରିଦେଇଥିଲେ । ତାପରେ ବରଯାତ୍ରୀ ମାନେ କନ୍ୟା ଘର ଲୋକଙ୍କ ସହ ଏଭଳି ଭାବେ ଝଗଡା ଆରମ୍ଭ କରିଥିଲେ । ଝଗଡାଟି ପୁରା ଉଗ୍ର ରୂପ ନେଇଥିଲା । ଏହାପରେ କନ୍ୟା ଘର ଗାଡିରେ ବର ପକ୍ଷର ଲୋକ ମାନେ ନିଆଁ ଲଗାଇ ଦେଇଥିଲେ । ତାପରେ ସେହି ନିଆଁରେ ଅଟୋଟି ଜଳିଯାଇଥିଲା ।

ତେବେ ତାପରେ ବିବାହଟି ଅଧାରେ ରହିଜାଇଥିଲା। କେନ୍ଦ୍ରପଡା ଜିଲ୍ଲା ରାଜନଗର ଅନ୍ତର୍ଗତ ଡେରା ପଂଚାୟତର ଏକ ଗ୍ରାମରେ ଏଭଳି ଘଟଣା ଘଟିଯାଇଛି । ଏଭଳି ଘଟଣା ଘଟିବା ପରେ ଗ୍ରାମ ଲୋକେ ବର କନ୍ୟାକୁ ବାହା ହେବ ପାଇଁ ଅନୁମତି ଦେଇନଥିଲେ । ତାପରେ ଏକ ଗାଡି ମଧ୍ୟରେ ଉଭୟ ବର ଓ କନ୍ୟା ବାହା ନହୋଇ ସେହିଭଳି ବସି ରହିଥିଲେ । ଯେତେବେଳ ପର୍ଯ୍ୟନ୍ତ ବର ଘର ପକ୍ଷରୁ ଏହି ଘଟଣା ପାଇଁ କ୍ଷତିପୂରଣ ଦିଆଯିବ ନାହିଁ । ସେତେବେଳ ପର୍ଯ୍ୟନ୍ତ ବର କନ୍ୟାକୁ ଅଟକ ରଖିବା ପାଇଁ ଗାଁ ଲୋକ କହିଥିଲେ । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *