ନମସ୍କାର ବନ୍ଧୁଗଣ ତେବେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ‘ଅସାନି’ ଗତ ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଧିରେ ଧିରେ ଦୁର୍ବଳ ହୋଇଛି । ଆଜି ସକାଳେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏହା ଦୁର୍ବଳ ହୋଇ ସାଇକ୍ଲୋନିକ ଷ୍ଟର୍ମ ବା ଘୂର୍ଣ୍ଣିବାତ୍ୟାର ରୂପ ନେଇଛି । ଏହା ମଛଲିପାଟନମ୍ ପାଖରୁ ପ୍ରାୟ ୪୦ କିମି ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ଅଛି । ଏହା କ୍ରମଶ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରୁଛି ।
ମଧ୍ୟାହ୍ନରୁ ସଂଧ୍ୟା ମଧ୍ୟରେ ଏହା ଉତ୍ତର, ଉତ୍ତର-ପୂର୍ବ ଦିଗରେ ଆନ୍ଧ୍ର ପ୍ରଦେଶ ଉପକୂଳରେ ନରସାପୁର, କାକିନାଡ଼ା, ୟାନମ ଓ ଟୁନି ମଧ୍ୟ ଦେଇ ଗତି କରିବ । ତେବେ ରାତିରେ ପୁଣି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତହେବ । ତା ପରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ଯାତ୍ରା କରିବ । ଆଜି ରାତିରେ ଏହା ଆହୁରି ଦୁର୍ବଳ ହୋଇ ଡିପ୍ ଡିପ୍ରେସନ ବା ଗଭୀର ଅବପାତ ଓ ଆସନ୍ତାକାଲି ସକାଳ ସୁଦ୍ଧା ଡିପ୍ରେସନ ବା ଅବପାତର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।
ତେବେ ଏହାର ପ୍ରଭାବରେ ଆନ୍ଧ୍ର ଉପକୂଳର ମଛଲିପାଟନମଠାରୁ ଟୁନି ମଧ୍ୟରେ ସମୁଦ୍ରରେ ପବନର ବେଗ ୭୦ରୁ ୮୦ କିଲୋମିଟର ରହିଛି । ଆସନ୍ତାକାଲି ସକାଳ ବେଳକୁ ପବନର ବେଗ କମିଯାଇ ୪୫ରୁ ୫୫ କିମି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଦକ୍ଷିଣ ଓଡ଼ିଶାରେ ପବନର ବେଗ ୪୦ରୁ ୫୦ ଘଣ୍ଟା ରହିବ । କାଲି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଉପକୂଳ ଅଞ୍ଚଳରେ ୪୦ରୁ ୫୦ କିମି ରହିପାରେ ।
ତେବେ ସେପଟେ ବାତ୍ୟା ଅସାନି ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି । ବିଶାଖାପାଟନାରେ ମଧ୍ୟ ତୁହାକୁ ତୁହା ବର୍ଷା ହେଉଛି । ସମୁଦ୍ର ଅଶାନ୍ତ ହୋଇପଡ଼ିଥିବା ବେଳେ ଉପକୂଳ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସେହିପରି ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିବା ସହ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି ।
ତେବେ ମାନ୍ୟମ ଅଞ୍ଚଳରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସମୁଦ୍ର ଅଶାନ୍ତ ହୋଇପଡ଼ିଛି । ସମୁଦ୍ରରେ ଉଚ୍ଚ ଜୁଆର ଆସିବା ଫଳରେ ଉପକୂଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶ ଗୋଦାବରୀରେ ପ୍ରବଳ ବର୍ଷା ପବନ ଲାଗି ରହିଛି ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ