ବାଟ ଜଗିଲା ଭୁତ ! ଫଟୋ ଉଠାଇଲେ ଦୁଇ ବନ୍ଧୁ, ଜାଗା ଦେଖାଇ ବଖାଣିଲେ ନିଜର ଅନୁଭୂତି, ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ ଏହି ଭାଇରାଲ Video

ନମସ୍କାର ବନ୍ଧୁଗଣ ତେବେ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚା ର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟନା ଗୁଡିକ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି । ଆପଣ ମାନେ ସମସ୍ତେ ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ରାୟଗଡା ଜିଲ୍ଲାରେ ଏହି କିଛି ଦିନ ହେବ ଏକ ଏପରି ଘଟଣା ଘଟିଛି ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯାଇଛି ।


ସୋସିଆଲ ମିଡିଆରେ ଏକ ଭିଡିଓ କିଛି ସମୟ ହେବ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ଏକ ଭୁତର ଫଟୋ ଦେଖିବାକୁ ମିଳିଛି । ଏହି ଘଟଣାଟି ହେଉଛି ରାୟଗଡା ଜିଲ୍ଲାର । ଆଜିଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ଆଶ୍ଚର୍ଯ୍ୟ ଜନକ ଘଟଣା ବିଷୟରେ ।

ବନ୍ଧୁଗଣ ଏହି କିଛି ସମୟ ହେବ ସୋସିଆଲ ମିଡିଆରେ ଦୁଇଟି ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଦୁଇଟି ଫଟୋରେ ଏକ ଭୁତ ନଜର ଆସୁଥିବାର ଜଣା ପଡୁଛି । ଏହି ଫଟୋକୁ ଉଠାଇଥିବା ଦୁଇଜଣ ବ୍ୟକ୍ତିଙ୍କ ନାମ ହେଉଛି ଅନାଦି ରାଲିକା ଏବଂ ଚୀନା ରାଲିକା । ଏହି ଦୁଇଜଣ ହେଉଛନ୍ତି ଦୁଇ ସାଙ୍ଗ । ଏମାନଙ୍କ ଘର ହେଉଛି ରାୟଗଡା ଜିଲ୍ଲା ଅନ୍ତର୍ଗତ ରାମ୍ବୁ ଗାଁରେ ।

ତେବେ ଏହି ଦୁଇଜଣଙ୍କ ମତରେ ଏମାନେ ଗତ ୨୪ ତାରିଖ ରାତିରେ ଗାଁକୁ ଫେରୁଥିବା ସମୟରେ ଏକ ସ୍ଥାନରେ ଏକ ଛାୟା ମୂର୍ତ୍ତିକୁ ଦେଖିବାକୁ ପାଇଥିଲେ । ବନ୍ଧୁଗଣ ସେହି ଛାୟା ମୂର୍ତ୍ତିଟି ଏକ ବଣୁଆ ରାସ୍ତା ମଧ୍ୟରେ ନଜର ଆସିଥିଲା । ଭୁତ ଦେଖିବା ପରେ ଦୁଇଜଣ କିଛି ମାତ୍ରାରେ ଭୟ କରିଥିଲେ ହେଲେ ସେହି ସମୟରେ ସେମାନେ ମୋବାଇଲ ଦ୍ଵାରା ଭୁତର ଫଟୋ ଉଠାଇ ଦେଇଥିଲେ ।


ଭୁତ ନଜର ଆସିଥିବା ସ୍ଥାନର ନାମ ହେଉଛି ଆଙ୍କୁଲ ପଦକ । ଦୁଇଜଣ ଘରକୁ ଫେରୁଥିବା ସମୟରେ ରାତି ୯ଟା ବାଜିଥିଲା ଓ ରାସ୍ତା ଘାଟ ସୁନସାନ ଥିଲା । ପ୍ରଥମେ ଭୁତଟିକୁ ଏକ ଛୋଟ ଝିଅ ବୋଲି ଭାବିଥିଲେ ଦୁଇ ଯୁବକ । ହେଲେ ଯୁବକଙ୍କୁ ଦେଖିବା ପରେ ଭୁତଟି ମହୁଲ ଗଛ ପଛରେ ଲୁଚି ଲୁଚି ସେମାନଙ୍କୁ ଦେଖିଥିଲା ଏବଂ କିଛି ସମୟ ପରେ ଭୁତଟି ଗାୟବ ହୋଇଯାଇଥିଲା ।


ତେବେ ସେମାନଙ୍କ ମତରେ ସେମାନେ ଗାଡି ଧରି ରାସ୍ତାରେ ଯାଉଥିଲେ । ସେହି ସମୟରେ ଭୁତଟି ନଜର ଆସିବାରୁ ସେମାନେ ଭୟବିତ ହୋଇଯାଇଥିଲେ । ଏହାପରେ ଯୁବକ ଦୁଇଜଣ ସେହି ଭୁତର ଫଟୋ ଉଠାଇ ଥିଲେ । ବନ୍ଧୁଗଣ ଭୁତଟିର ମୁହଁ, ହାତ ଓ ଗୋଡ ନଜର ଆସୁ ନଥିଲା । କେବଳ ଦୁଇଟି ଆଖି ଓ ଏକ ଧଳା କପଡା ନଜର ଆସୁଥିଲା । ସୋସିଆଲ ମିଡିଆରେ ଏହି ଦୁଇଟି ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି ଲୋକ ମାନେ ଏହି ଫଟୋକୁ ଦେଖି ଭିନ୍ନ ଭିନ୍ନ ମତ ଦେଉଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *