ନମସ୍କାର ବନ୍ଧୁଗଣ ତେବେ ଜଳ ହିଁ ଜୀବନ ଆମ ଜୀବନରେ ଜଳର ବହୁତ ଉପକାରିତା ଅଛି ଜୀବନ ବଞ୍ଚାଇବା ପାଇଁ ଜଳ ଆମ ଶରୀର ପାଇଁ ବହୁତ ଆବଶ୍ୟକ ହୋଇଥାଏ। ତେବେ ସକାଳେ ବାସି ମୁହଁରେ ପାଣି ପିଇଲେ କଣ ଲାଭ ହୋଇଥାଏ, ଆସନ୍ତୁ ଆଜି ଏହି ମହତ୍ତ୍ଵପୂର୍ଣ୍ଣ ବିଷୟରେ ଆଲୋଚନା କରିବା । ପାଣି ଆମ ଜୀବନ ପାଇଁ ବୋହୁତ ଆବଶ୍ୟକ ଅଟେ କିନ୍ତୁ କଣ ଆପଣଙ୍କୁ ଏହା ଜଣାଅଛି ଯେ ପ୍ରତିଦିନ ସକାଳୁ ବାସି ମୁହଁରେ ପାଣି ପିଇବା ଦ୍ଵାରା ଆମ ମୁହଁରେ ଯେଉଁ ଲାଳଥାଏ ତାହା ବୋହୁତ ପ୍ରକାର ରୋଗରୁ ବଞ୍ଚାଇଥାଏ ।
ଲାଳ ମୁହଁରେ ତିଆରି ହେଉଥିବା ଏକ ଏପରି ତରଳ ପଦାର୍ଥ ଅଟେ ଯାହା ଅଣ୍ଟିସେପ୍ଟିକ୍ ଭଳି କାମ କରିଥାଏ ଓ ଆମକୁ ବୋହୁତ ପ୍ରକାର ରୋଗରୁ ବଞ୍ଚାଇଥାଏ। ତେବେ ପାଣି ପିଇବା ଦ୍ଵାରା ଶରୀରର ବହୁତ ପ୍ରକାର ରୋଗ ଦୂର ହୋଇଯାଇଥା । ପାଣି ଆମକୁ ଚର୍ମ ରୋଗରୁ ମଧ୍ୟ ରକ୍ଷା କରିଥାଏ ଏବଂ ଆମକୁ ସୁସ୍ଥ ଏବଂ ନିରୋଗ ରଖିଥାଏ । ତେବେ ଯଦି ସକାଳେ ବାସି ମୁହଁରେ ପାଣି ପିଇଲେ ଏହାର ଲାଭ ଜାଣି ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
ଏବେ ଆସନ୍ତୁ ଜାଣିବା ପାଣିକୁ କେଉଁ ସମୟରେ ଓ କେତେ ମାତ୍ରାରେ ପିଇବା ଉଚିତ୍ କାହିଁକି ନା ପାଣି ପିଇବାର ଠିକ୍ ଉପାୟ ଆପଣଙ୍କୁ ସୁସ୍ଥ ଏବଂ ନିରୋଗ ରଖିଥାଏ। ତେବେ ସକାଳୁ ବାସି ମୁହଁରେ ୨ଗ୍ଲାସ୍ ପାଣି ପିଇବା ଦ୍ଵାରା ଶରୀରର ଭିତର ଭାଗରେ ଥିବା ଅଙ୍ଗ ଅଧିକ ଆକ୍ଟିଭ୍ ରହିଥାଏ ଓ ମୁହଁରେ ଗ୍ଲୋ ଦେଖା ଯାଇଥାଏ ।
ତାହା ସହିତ ବାସି ମୁହଁରେ ପାଣି ପିଇବା ଦ୍ଵାରା ଶରୀର ଭିତରେ ଯେଉଁ ମଇଳା ଥାଏ ତାହା ସଫା ହୋଇଯାଇଥାଏ ଓ ଆମ ଶରୀର ସୁସ୍ଥ ରହିଥାଏ।ତେବେ ଏହା ସହ ଶୋଇବା ପୁର୍ବରୁ ପାଣି ପିଇବା ଦ୍ଵାରା ହାର୍ଟ ଜନିତ ରୋଗ ଆମଠାରୁ ଦୂରରେ ରହିଥାଏ । ଶୋଇବା ପୁର୍ବରୁ ପାଣି ପିଇବା ଦ୍ଵାରା ଓଠ ସର୍ବଦା ନରମ ରହିଥାଏ ଓ ହାର୍ଟ ଆର୍ଟକରୁ ମଧ୍ୟ ବଞ୍ଚାଇଥାଏ ।
ତେବେ ସେହିପରି ଗାଧୋଇବା ପୂର୍ବରୁ ଯଦି ଆପଣ ୧ ଗ୍ଲାସ୍ ପାଣି ପିଇଥାନ୍ତି ତେବେ ଏହାଦ୍ବାରା ଆପଣଙ୍କ ହାଇବ୍ଲଡ୍ ପ୍ରେସର୍ କମ୍ ରହିଥାଏ । ଯେଉଁମାନଙ୍କର ହାଇବ୍ଲଡ୍ ପ୍ରେସର୍ ସମସ୍ୟା ଅଛି ସେମାନେ ଗାଧୋଇବା ପୂର୍ବରୁ କିଛି ପାଣି ନିଶ୍ଚିତ ଭାବରେ ପିଅନ୍ତୁ । ସନ୍ଧ୍ୟା ସମୟରେ ଭୋଜନ ପୂର୍ବରୁ ଯଦି ଆପଣ ୧ ଗ୍ଲାସ୍ ପାଣି ପିଅନ୍ତି ତେବେ ଏହା ଦ୍ବାରା ପେଟ ପୂର୍ଣ୍ଣ ରହିଥାଏ ଓ ଅଧିକ ଜଳଖିଆ ଆପଣ ଖାଇ ପାରିନଥାନ୍ତି, ଏହାଦ୍ବାରା ଆପଣ ଆପଣଙ୍କ ଶରୀରରେ ହେଉଥିବା ମୋଟାପଣରୁ ବଞ୍ଚି ଯାଇଥାନ୍ତି ।
ତେବେ ଯଦି ଆପଣ ଘରେ କିମ୍ବା ଅଫିସରେ କୌଣସି ଟେନସନ୍ ରେ ଅଛନ୍ତି ତେବେ ଆପଣ ୧ ଗ୍ଲାସ୍ ପାଣି ନିଶ୍ଚିତ ଭାବରେ ପିଅନ୍ତୁ ଏହାଦ୍ବାରା ଆପଣଙ୍କ ମୁଣ୍ଡ ଶାନ୍ତ ରହିଥାଏ ଓ ଆପଣଙ୍କ ମୁଣ୍ଡର ଟେନସନ୍ ବି କମ୍ ହୋଇଥାଏ । ତେବେ ପାଣି ପିଇବାର ଏହି ନିୟମକୁ ଯଦି ଆପଣ ବି ପାଳନ କରନ୍ତି ତେବେ ଏହାଦ୍ବାରା ହେବାକୁ ଥିବା ଫାଇଦା ଆପଣଙ୍କୁ ବି ମିଳି ଯାଇଥାଏ ।
ଏହାଦ୍ବାରା ଆପଣ ବି ଆପଣଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟାରୁ ନିଜକୁ ଦୂରେଇ ରଖି ପାରିବେ। ଦିନକୁ ୪ ରୁ ୫ ଲିଟର ପାଣି ପିଇବା ନିହାତି ଦରକାର ଏବଂ ଖାଇବାର ୪୫ ମିନିଟ୍ ପୂର୍ବରୁ ଏବଂ ଖାଇବାର ୪୫ ମିନିଟ୍ ପରେ ଯଦି ଆପଣ ପାଣି ପିଅନ୍ତି ତେବେ ଆପଣ ସର୍ବଦା ନିରୋଗ ରହିଥାନ୍ତି। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।