ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଗୋଟିଏ କଥା ତ ନିଶ୍ଚିତ ଶୁଣିଥିବେ କି ସ୍ୱାସ୍ଥ୍ୟ ହିଁ ସମ୍ପଦ । ସ୍ୱାସ୍ଥ୍ୟ ବିନା ଜୀବନ ତ ସମ୍ଭବ ନୁହେଁ । ଏଥିପାଇଁ ମନୁଷ୍ୟକୁ ବଞ୍ଚିବାକୁ ହେଲେ ସୁସ୍ଥ ରହିବାକୁ ପଡିଥାଏ । ଆଜି କାଲି ସମସ୍ତଙ୍କ ଘରେ ଖାଇବା ପାଇଁ ଖାଦ୍ୟ ଅପେକ୍ଷା ଔଷଧ ଅଧିକ ଥାଏ । ଆମର ଦିନ ଓ ରାତି ଔଷଧ ଦ୍ଵାରା ହି ଶେଷ ହୋଇଥାଏ । ଆମେ ଯଦି ଛୋଟ ଛୋଟ କଥା ରେ ଧ୍ୟାନ ଦେବା ତ ଆମେ ସୁସ୍ଥ ରହିପାରିବା । ତେବେ ଆସନ୍ତୁ ଜାଣିବା ସୁସ୍ଥ ରହିବା ପାଇଁ କଣ କରିବାକୁ ହେବ ।
ପାଣି, ଆମେ ପାଣି ଦ୍ଵାରା ସୁସ୍ଥ ରହି ପାରିବା । କାହିଁକି ନା ଶରୀରର ୭୦ ପ୍ରତିଶତ ପାଣି ଦ୍ଵାରା ଗଠିତ । ଆମର ମସ୍ତିଷ୍କ ୭୫ ପ୍ରତିସତ ପାଣି ଦ୍ଵାରା ନିର୍ମିତ, ହାଡରେ ୧୫ ରୁ ୨୦ ପ୍ରତିସତ ପାଣି ଥାଏ, ହୃଦୟ ୭୦ ପ୍ରତିଶତ ପାଣି ଦ୍ଵାରା ନିର୍ମିତ । ଯକୃତ ୮୦ ପ୍ରତିସତ ପାଣି ଦ୍ଵାରା ନିର୍ମିତ । ତେବେ କୌଣସି ମନୁଷ୍ୟ ଖାଦ୍ୟ ବିନା ବଞ୍ଚି ପାରିବ କିନ୍ତୁ ପାଣି ବିନା କଦାପି ନୁହେଁ । ଆମେ ପାଣି ପିଇବାର ଶୈଳୀରୁ ମଧ୍ୟ ରୋଗ ଗ୍ରସ୍ତ ହୋଇଥାଉ ।
କିନ୍ତୁ ଥଣ୍ଡା ପାଣି ପିଇବା ଦ୍ଵାରତା ଡାଇବେଟିସ, ହୃଦ ଘାତ, ରକ୍ତ ଚାପ ପରି ରୋଗ ହୋଇଥାଏ । ଥଣ୍ଡା ପାଣି ପିଇବା ଦ୍ଵାରା ଶରୀରର ଇଣ୍ଟେନଷ୍ଟାଇନ ସଙ୍କୁଚିତ ହୋଇଯାଏ ଯାହାଫଳରେ କି ପେଟ ଖରାପ ହୋଇଥାଏ ଓ କୋଷ୍ଟକାଠିନ୍ୟ ସମସ୍ୟା ଦେଖାଯାଏ । ତେବେ ପେଟ ଖରାପ ଯୋଗୁଁ ଖାଦ୍ୟ ଆମ ପେଟେ ପାଚିବାକୁ ଲାଗେ ଯାହା ଦ୍ଵାରା ଶରୀରେ ଥିବା ରକ୍ତ ମଇଳା ହେବାକୁ ଲାଗେ ଯାହାଦ୍ଵାଡ଼ା କି କିଡ୍ନିରେ ଷ୍ଟୋନ ହୋଇଥାଏ ।
ହୃଦ ଘାତ ମଧ୍ୟ ହୋଇଥାଏ । ବ୍ରଣ ସମସ୍ଯା ଓ ଚୁଟି ଝଡିବା ସମସ୍ଯା ଦେଖାଯାଇଥାଏ । ଏଥିପାଇଁ ଥଣ୍ଡା ପାଣି ନ ପିଇ ଗରମ ପାଣି ପିଇବା ଉଚିତ । ସକାଳୁ ଉଠି ମୁହଁ ନ ଧୋଇ ଖାଲି ପେଟରେ ଉଷୁମ ପାଣି ପିଇବା ଦ୍ଵାରା ପାଟିରେ ଥିବା ଲାଲ ପେଟ ଭିତରକୁ ଯାଇ ପେଟକୁ ସୁସ୍ଥ ରଖିଥାଏ ।
ତେବେ ଏହାଦ୍ବାରା ରକ୍ତ ପରିଷ୍କାର ହୋଇଥାଏ ଯାହାଦ୍ଵାରା କି ଆମ ଶରୀର ସୁସ୍ଥ ରହିଥାଏ । ଆମେ ଭଲ ଭଲ ଖାଦ୍ୟ ଦେଖି ଖାଇବାକୁ ଇଚ୍ଛା ହୋଇଥାଏ ଏହାଦ୍ବାରା ଓଜନ ବୃଦ୍ଧି ହୋଇଥାଏ । ସକାଳୁ ଉଷୁମ ପାଣି ପିଇବା ଦ୍ଵାରା ଶରୀରର ଓଜନ ନିୟନ୍ତ୍ରଣ ରେ ରହିଥାଏ । ଆଣ୍ଠୁ ଗଣ୍ଠି ରୋଗରୁ ବି ମୁକ୍ତି ମିଳିଥାଏ ।
ରକ୍ତ ମଇଳା ହେବା ଦ୍ଵାରା ଚେହେରା ରେ ବ୍ରଣ ସୃଷ୍ଟି ହୋଇଥାଏ । ତେବେ ସକାଳୁ ଉଠି ଖାଲି ପେଟରେ ଗରମ ପାଣି ପିଇବା ଦ୍ଵାରା ବ୍ରଣ ମଧ୍ୟ ଭଲ ହୋଇଥାଏ । ପେଟରେ ହେଉଥିବା ଗ୍ଯାସ, ଏସିଡିଟି ରୁ ମଧ୍ୟ ଉପଚାର ହୋଇଥାଏ । ଏହି ଗରମ ପାଣି ପିଇବା ଦ୍ଵାରା ଆମ ଶରୀରର ପାନକ୍ରିୟା ସୁସ୍ଥ ରହିବା ଫଳରେ ଶରୀରର ରକ୍ତ ଶର୍କରା ନିୟନ୍ତ୍ରଣ ରହିଥାଏ ଯାହାଫଳରେ ଆମକୁ ଡାଇବେଟିସ ରୁ ମୁକ୍ତି ମିଳିଥାଏ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।