5 ଫେବୃଆରୀ 2022 (ବସନ୍ତ ପଞ୍ଚମୀ) ରେ ଭୁଲରେ ବି କରନ୍ତୁ ନାହିଁ ଏହି 5 ଟି କାମ, ହୋଇଥାଏ ଅଶୁଭ !

ନମସ୍କାର ବନ୍ଧୁଗଣ ତେବେ ମାଘ ମାସର ଶୁକ୍ଳ ପକ୍ଷର ପଞ୍ଚମୀ ତିଥିକୁ ଶ୍ରୀ ପଞ୍ଚମୀ ବା ବସନ୍ତ ପଞ୍ଚମୀ ବୋଲି କୁହାଯାଏ । ଏହି ଦିନକୁ ସାଂସ୍କୃତିକ ଦୃଷ୍ଟିକୋଣ ରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ମାନ୍ୟତା ଦିଆ ଯାଇଛି । ପୁରାଣ ଅନୁସାରେ ବ୍ରହ୍ମ ଦେବତା ନିଜ ମୁଖ ରୁ ଦେବୀ ସରସ୍ୱତୀ ଙ୍କୁ ଆହ୍ୱାନ ଦେଇଥିଲେ ଏବଂ ବ୍ରମହା ଙ୍କ ଆହ୍ୱାନ ରେ ଦେବୀ ସରସ୍ୱତୀ ପ୍ରକଟ ହୋଇଥିଲେ । ଏହି କାରଣରୁ ଯୁଗ ଯୁଗ ଧରି ଏହି ଦିନରେ ମାତା ସରସ୍ୱତୀ ଙ୍କୁ ଆରାଧନା କରା ଯାଉଛି ।

ଏହି ଦିନ ବିଦ୍ୟାର୍ଥୀ ମାନଙ୍କ ପାଇଁ ଅତ୍ୟନ୍ତ ମଙ୍ଗଳମୟ ହୋଇଥାଏ । ନୂଆ ପାଠ ପଢ଼ୁଥିବା ବିଦ୍ୟାର୍ଥୀ ଏହି ଦିନରେ ହିଁ ନିଜର ପାଠପଢ଼ା ଆରମ୍ଭ କରିଥାଏ । ତେବେ ଏହି ବର୍ଷ ସରସ୍ଵତୀ ପୂଜା ଫେବ୍ରୁଆରୀ ୫ ତାରିଖ ରେ ପଡୁଛି ଏବଂ ଏହାର ପଞ୍ଚମି ତିଥି ଆରମ୍ଭ ହେଉଛି ପ୍ରାତଃ କାଳ ୦୩:୪୭ ମିନିଟରୁ ୬ ଫେବୃଆରୀ ପ୍ରାତଃ କାଳ ୦୩:୪୬ ମିନିଟ ପର୍ଯ୍ୟନ୍ତ ଏବଂ ପୂଜାର ସମୟ ଆରମ୍ଭ ହେଉଛି ସକାଳ ୦୭:୦୭ ମିନିଟ ରୁ ଦ୍ବୀପହର ୧୨:୩୫ ମିନିଟ ପର୍ଯ୍ୟନ୍ତ ।

ତେବେ ବସନ୍ତ ପଞ୍ଚମୀ ବା ଶ୍ରୀ ପଞ୍ଚମୀ ଅତ୍ୟନ୍ତ ଶୁଭମୟ ଦିନ ହୋଇଥାଏ । ଏହି ଦିନ ସମସ୍ତ ଶୁଭ କାର୍ଯ୍ୟ ର ଆରମ୍ଭ କରାଯାଇଥାଏ । ବିବାହ, ନିର୍ବନ୍ଧ, ନୂଆ ବ୍ୟାପାର, ଗୃହ ପ୍ରବେଶ ଭଳି ଶୁଭ କାର୍ଯ୍ୟ ଏହି ଦିନ ଆରମ୍ଭ ହୋଇଥାଏ । ଏହି ଦିନ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ କୌଣସି ପାଞ୍ଜିକୁ ମଧ୍ୟ ଦେଖିବାକୁ ଆବଶ୍ୟକତା ପଡ଼ିବ ନାହିଁ ।
ତେବେ ଆସନ୍ତୁ ଜାଣିନେବା ଏହି ଦିନ କଣ କରିବା ଉଚିତ ଏବଂ କଣ କରିବା ଅନୁଚିତ ।

୧- ଏହିଦିନ କୌଣସି ଅପଶବ୍ଦ ବ୍ୟବହାର କରନ୍ତୁ ନାହିଁ ।

୨- କୌଣସି ଲୋକଙ୍କ ସହ ଏହି ଦିନ ବାଦ-ବିବାଦ କରନ୍ତୁ ନାହିଁ ।

୩- ଆମିଷ ଭୋଜନ କରନ୍ତୁ ନାହିଁ ।

୪- ଏହି ଦିନରେ ପିତୃ ତର୍ପଣ କରାଯାଇଥାଏ ।

୫- ବସନ୍ତ ପଞ୍ଚମୀ ଦିନ ସ୍ନାନ କରିବା ପରେ ଭୋଜନ ଗ୍ରହଣ କରନ୍ତୁ ।

୬- ହଳଦିଆ ରଙ୍ଗର ପୋଷାକ ପିନ୍ଧନ୍ତୁ ।

୭- ଏହି ଦିନରେ କୌଣସି ବୃକ୍ଷଲତା କାଟନ୍ତୁ ନାହିଁ ।

୮- ବସ୍ତ୍ର, ଭୋଜନ ଦାନ କରନ୍ତୁ ।

୯- ସକାଳୁ ଉଠି ପିତାମାତାଙ୍କ ପାଦ ଛୁଇଁ ପ୍ରଣାମ କରନ୍ତୁ ।

ତେବେ ଦେବୀ ସରସ୍ୱତୀ ଙ୍କୁ ପୂଜା କରିବା ସମୟରେ ମୟୁର ପରକୁ ମଧ୍ୟ ପୂଜାରେ ସାମିଲ କରନ୍ତୁ । ଏହି ମୟୁର ପରକୁ ନିଜ ପୁସ୍ତକ ବା ଘରର ଶୁଦ୍ଧ ଓ ଶୁଭ ସ୍ଥାନରେ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ । ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ ଏହା ସହିତ ବିଦ୍ୟାର୍ଥୀ ମାନେ ନିଜ ପୁସ୍ତକ ରେ ମୟୁର ପର ରଖିବା ଦ୍ଵାରା ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *