ବର୍ତ୍ତମାନ ମାସକୁ ନୁହେଁ ବରଂ ପ୍ରତି ସପ୍ତାହରେ ମିଳିବ Salary, ଦେଖନ୍ତୁ ସଂପୂର୍ଣ୍ଣ ଖବର !

ବର୍ତ୍ତମାନ ସମୟରେ ଭଲ ଚାକିରି ମିଳିବା ବହୁତ କଷ୍ଟକର । ଯଦି ଭଲ ଚାକିରି ମିଳି ବି ଯାଉଛି ତେବେ ଭାବି ନିଅନ୍ତୁ କି ଆପଣଙ୍କର ଜୀବନ ବଦଳି ଗଲା । କିନ୍ତୁ କେତେକ କମ୍ପାନୀ ଏମିତି ଅଛନ୍ତି ଯେଉଁମାନେ ନିଜର କର୍ମଚାରୀଙ୍କୁ ଟାଇମ ଟୁ ଟାଇମ ସାଲାରୀ ଦେଇ ଦିଅନ୍ତି । କିନ୍ତୁ ଅନ୍ୟ ପଟେ ଏମିତି ବି କିଛି କମ୍ପାନୀ ଅଛନ୍ତି ଯେଉଁମାନେ ମାସ ପୁରା ହେବା ପରେ ବି ଗୋଟିଏ ମାସର ଅଧା ବେଳକୁ ସାଲାରୀ ଦିଅନ୍ତି । ଏହା ଦ୍ଵାରା କର୍ମଚାରୀଙ୍କ ମନ କାମରେ ଠିକସେ ଲାଗି ନ ଥାଏ ।

କାରଣ ଏକ ମାସ କାମ କରିବା ପରେ ସାଲାରୀ ମିଳିବା ସ୍ଥାନରେ ପୁଣି କିଛି ଦିନ ବିତିଯାଏ । ଯିଏ ମାସେ ପର୍ଯ୍ୟନ୍ତ ସାଲାରୀର ଅପେକ୍ଷା କରିଥାଏ ସେ ହିଁ ଜାଣିଛି ଏହା କେତେ କଷ୍ଟକର । କିନ୍ତୁ ବର୍ତ୍ତମାନ ଏକ ଖୁସି ଖାବର ଆସିଯାଇଛି । ମାସକୁ ଥରେ ନୁହେଁ ପ୍ରତି ସପ୍ତାହକୁ ଥରେ ସାଲାରୀ ମିଳିବ । ସାଲାରୀ ପାଇଁ ଆପଣଙ୍କୁ ମାସ ଶେଷକୁ ଅପେକ୍ଷା କରି ରହିବାକୁ ପଡିବ ନାହିଁ । ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତରେ ହୋଇଛି ।

କହିବାକୁ ଗଲେ ବି ଟୁ ବି ଇ କମର୍ସ କମ୍ପାନୀ ଇଣ୍ଡିଆମାର୍ଟ ନିଜର କର୍ମଚାରୀମାନଙ୍କୁ ଏହିଭଳି ସୁବିଧା ଦେବାକୁ ଯାଉଛି । କମ୍ପାନୀ ନିଜର କର୍ମଚାରୀମାନଙ୍କ ପାଇଁ weekly salary pay ପଲିସି ଘୋଷଣା କରିଛି । Indiamart ନିଜର ଫେସବୁକରେ ପେଜରେ ପୋସ୍ଟ କରି ଏହା ବିଷୟରେ ସୂଚନା ଦେଇଛି ।

କମ୍ପାନୀର କହିବା ଅନୁଯାୟୀ ଉଇକଲି ସାଲାରୀ ପଲିସି ପେ ହେବା ଦ୍ଵାରା ବର୍ତ୍ତମାନ କର୍ମଚାରୀମାନଙ୍କୁ ନିଜ ଦରମା ପାଇବା ପାଇଁ ମାସର ଶେଷ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ । ସେମାନେ ପ୍ରତି ସପ୍ତାହକୁ ଥରେ ସାଲାରୀ ପାଇଯିବେ । ଏହିଭଳି କରିବା ଦ୍ଵାରା କର୍ମଚାରୀମାନେ ଆର୍ଥିକ ବୋଝରୁ ମୁକ୍ତ ହୋଇ ପାରିବେ ଓ ଭଲ କାମ କାରିବା ପାଇଁ ସେମାନେ ଆଗ୍ରହୀ ହେବେ । ଏହିଭଳି ପଲିସି ଲାଗୁ କରିବାରେ Indiamart ଭାରତର ପ୍ରଥମ କମ୍ପାନୀ ହୋଇ ଯାଇଛି ।

କିନ୍ତୁ ଅନ୍ୟ କେତେକ ଦେଶରେ ପୂର୍ବରୁ ହିଁ ଏହି ନିୟମ ଲାଗୁ ହୋଇସାରିଛି । ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିୟା, ହଙ୍ଗକଙ୍ଗ, ଆମେରିକାର ପ୍ରାୟତଃ କମ୍ପାନୀରେ କର୍ମଚାରୀମାନଙ୍କୁ ପ୍ରତି ସପ୍ତାହରେ ସାଲାରୀ ଦିଆଯାଏ । କିନ୍ତୁ ବର୍ତ୍ତମାନ ଭାରତରେ Indiamart କମ୍ପାନୀ ଏହି ସୁବିଧା ଆରମ୍ଭ କରିଦେଇଛି ।

Leave a Reply

Your email address will not be published. Required fields are marked *