ଅଭିନେତ୍ରୀ Varsha Priyadarshini ଙ୍କର ଖରାପ ଗୁଣ ସବୁ କ’ଣ ? varsha Priyadarshini

ନାରୀ କୈନ୍ଦ୍ରିକ ଫିଲ୍ମ ବସ୍ ଯେଉଁଥିରେ ଲିଡ୍ ଅଭିନେତ୍ରୀ ଭାବେ ଓଲିଉଡ କୁଇନ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦେଖିବାକୁ ମିଳିବ । ଗଣ ମାଧ୍ୟମର ସାକ୍ଷାତକାରରେ ଅଭିନେତ୍ରୀ ବର୍ଷା, ଅଭିନେତା ରାଜ ରାଜେଶ ଓ ବସ୍ ଫିଲ୍ମର ପ୍ରଯୋଜକଙ୍କ ମଧ୍ୟରେ ଏକ ରାପିଡ୍ ଫାୟାର ରାଉଣ୍ଡ ହୋଇଥିଲା । ଯେଉଁଥିରେ ସେମାନେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ବସ୍ ଫିଲ୍ମର ପ୍ରଯୋଜକ ବର୍ଷାଙ୍କ 3 ଟି ଭଲ ଗୁଣ କହିଛନ୍ତି । ଯେଉଁ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲେ ।

ବର୍ଷାଙ୍କ ପାଖରେ ତ ବହୁତ ଭଲ ଭଲ ଗୁଣ ରହିଛି । ହେଲେ ସେଥିରୁ ବହୁତ ଭଲ ଗୁଣ ହେଉଛି ସେ ବହୁତ ନମ୍ର, ଭଦ୍ର ଆଉ ସିମପୁଲ । ବର୍ଷାଙ୍କର ଗୋଟେ ଖରାପ ଗୁଣ ହେଉଛି । ସେ ସୁଟିଙ୍ଗ ସେଟ୍ କୁ ଆସିବା ପାଇଁ ଟିକେ ବେଳେବେଳେ ବହୁତ ଲେଟ୍ କରିଦିଅନ୍ତି । ନହେଲେ ବର୍ଷାଙ୍କ ପାଖରେ ସେମିତି କିଛି ବ୍ୟଡ୍ ହ୍ୟାବିଟ ନାହିଁ । ସେ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି । ତେବେ ଅଭିନେତା ରାଜ ରାଜେଶ ମଧ୍ୟ ନିଜ ପ୍ରତିକ୍ରିୟାରେ ବର୍ଷା ପ୍ରିୟଦର୍ଶିନୀଙ୍କ ଉପରେ କିଛି କହିଛନ୍ତି ।

ତାଙ୍କ କହିବା ଆଧାରରେ ବର୍ଷା ମ୍ୟାଡାମ ବହୁତ କ୍ରିଏଟିଭ, କୋପେରେଟିଭ ଏବଂ ଡିସିପ୍ଲୀନ । ବର୍ଷା ମ୍ୟାଡାମଙ୍କ ଗୋଟେ ଖରାପ ଗୁଣ ହିଁ ମୁଁ କହିବି । ତାଙ୍କ ପାଖରେ ସୁଟିଙ୍ଗ ସେଟ୍ ରେ ଜମାରୁ ଧର୍ଯ୍ୟ ନଥାଏ । ଯଦି ସେଟ୍ ରେ କେଉଁ କାମ ଟିକେ ଠିକରେ ହେଇନଥିବ ସେ ଟିକେ ବହୁତ ଶୀଘ୍ର ବିଚଳିତ ହୋଇଯାଆନ୍ତି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ରାପିଡ଼ ଫାୟାର ରାଉଣ୍ଡର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମିଡିଆ ସାମ୍ନାରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ।

ଓଲିଉଡ ଇଣ୍ଡଷ୍ଟ୍ରିରେ ମୁଁ ନିଜେ ନିଜର ଫେଭରେଟ ଅଭିନେତ୍ରୀ । ହେଲେ ଯଦି ପ୍ରକୃତରେ କହିବାକୁ ଜିବି । ତେବେ ଓଲିଉଡର ସବୁ ଅଭିନେତ୍ରୀ ମୋ ପାଇଁ ଜଣେ ଜଣେ ଭଲ ଅଭିନେତ୍ରୀ । ଯଦି ମୋତେ କାହା ସହ ଡେଟରେ ଯିବା ପାଇଁ କୁହାଯିବ । ତେବେ ମୁଁ କାହା ସହ ବି ଓଲିଉଡ ଇଣ୍ଡଷ୍ଟ୍ରିରେ ଡେଟ୍ ରେ ଯିବାକୁ ଚାହିଁବିନି । ଯଦି ଓଲିଉଡ ଓ ବଲିଉଡ ଇଣ୍ଡଷ୍ଟ୍ରି କଥା କୁହାଯିବ । ତେବେ ମୁଁ ମୋ ଓଲିଉଡ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଅଧିକ ପସନ୍ଦ କରିବି । ତେବେ ଆଗକୁ ଆମ ସହ ରହିବା ପାଇଁ ଏହିଭଳି ଅପଡେଟ ପାଇବା ଏପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *