କେନ୍ଦ୍ରାପଡ଼ା ସାଂସଦ Anubhav Mohanty ନିଜ ପତ୍ନୀଙ୍କ ନାଁରେ ଫର୍ଜରୀ ଅଭିଯୋଗ ଆଣିଲା ପରେ Varsha ଙ୍କୁ କ୍ୟାମେରା ସାମ୍ନାକୁ ଡାକିଲେ ଅନୁଭବ, କହିଲେ କିଛି ଏମିତି, ଦେଖନ୍ତୁ Video

ବର୍ତ୍ତମାନ ଅନୁଭବ ଓ ବର୍ଷା ଏକ ଏମିତି ମୋଢକୁ ଚାଲି ଆସିଛନ୍ତି ଯେଉଁଠି ଅନୁଭବ ବର୍ଷାକୁ ଚ୍ୟାଲେଞ୍ଜ କରୁଥିବାର ନଜର ଆସୁଛନ୍ତି । ଅନୁଭବ ବର୍ଷାଙ୍କୁ କ୍ୟାମେରା ସାମ୍ନାକୁ ଆସିବା ପାଇଁ କହୁଛନ୍ତି । ସେ କହିଲେ କି କାଗଜପତ୍ରର ଫର୍ଜିର ପ୍ରମାଣ ଦିଅନ୍ତୁ । ବର୍ଷା କେତୋଟି ପରିଚୟ ନେଇ ବଞ୍ଚିବେ । କହିବାକୁ ଗଲେ ଗତକାଲି ଅନୁଭବ ଗଣମାଧ୍ୟମ ସାମ୍ନାକୁ ଆସି ଏହିଭଳି କିଛି କହୁଥିବାର ନଜର ଆସିଛନ୍ତି । ଅନୁଭବ ଓ ବର୍ଷାଙ୍କ ମାମଲା ଥମିବାର ନାଁ ଧରୁ ନାହିଁ ଓଲଟା ଏହା ଦିନକୁ ଦିନ ବଢିବାରେ ଲାଗିଛି ।

କେନ୍ଦ୍ରପଡା ସାଂସଦ ଓ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ନିଜ ପତ୍ନୀଙ୍କ ନାଁରେ ଫର୍ଜରି କେସ ଆଣିଛନ୍ତି । ସେ ଏହାକୁ ପ୍ରମାଣିତ କରିବା ପାଇଁ ବର୍ଷାଙ୍କୁ କ୍ୟାମେରା ସାମ୍ନାକୁ ଆସିବା ପାଇଁ ଆହ୍ଵାନ ବି ଦେଇଛନ୍ତି । ସେ ଆଗକୁ କହିଲେ କି ଯଦି ବର୍ଷାଙ୍କର ସତ କହିବାର ସାହାସ ଅଛି ତେବେ ସେ କ୍ୟାମେରା ସାମ୍ନାକୁ ଆସି ସମସ୍ତଙ୍କୁ ଏହି ମାମଲାରେ ସବୁ ସତ କଥା କୁହନ୍ତୁ । କହିଦେଉଛୁ କି ପ୍ରଥମେ ବର୍ଷା ପ୍ରିୟଦର୍ଶିନୀ କୋର୍ଟରେ ଅନୁଭବଙ୍କ ପତ୍ନୀ ରୂପରେ କିଛି ପରିଚୟ ପତ୍ର ଦାଖଲ କରିଥିଲେ ।

ଅନୁଭବ ମହାନ୍ତିଙ୍କ ଅଭିଯୋଗ କରିବା ପରେ ଲୋକସଭା ସଚିବାଳୟ ବର୍ଷା ପ୍ରିୟଦର୍ଶିନୀଙ୍କ ସ୍ପାଉସ ଅର୍ଥାତ ପତ୍ନୀ ପରିଚୟ ପତ୍ରକୁ ବାତିଲ କରି ଦେଇଛନ୍ତି । ଲୋକସଭା ସଚିବାଳୟ ବର୍ଷାଙ୍କୁ ଚିଠି ଲେଖି ଆଦେଶ ଦେଇଛନ୍ତି କି ସେ ତୁରନ୍ତ ଏହି ସବୁ ପରିଚୟ ପତ୍ର ଫେରାଇ ଦିଅନ୍ତୁ । ଅନୁଭବ ମହାନ୍ତି ଲୋକସଭା ସଚିବାଳୟକୁ ନିଜେ ଯେଉଁ ଚିଠି ଲେଖିଥିଲେ ସେଥିରେ ସେ ବର୍ଷାଙ୍କ ନାଁରେ ଗମ୍ଭୀର ଅଭିଯୋଗ କରିଥିଲେ ।

ସେ କହିଛନ୍ତି କି ବର୍ଷା ପାସପୋର୍ଟ ଓ ପ୍ୟାନକାର୍ଡ ଭଳି ସରକାରୀ କାଗଜପତ୍ର ହାସଲ କରିବା ପାଇଁ ସ୍ପାଉସ କାର୍ଡର ଅନେଇତିକ ଲାଭ ଉଠାଇଛନ୍ତି । ଏହି ସବୁ କାଗଜପତ୍ର ହାସଲ କରିବା ପାଇଁ ବର୍ଷା ଜାଲ ଓ ଭୁଲ ସୂଚନା ଦେଇଛନ୍ତି । ଯାହାକି ଆଦୌ ଶୋଭନୀୟ କିମ୍ବା ଠିକ ନୁହେଁ ବୋଲି ସାସଂଦ ଅନୁଭବ ମହାନ୍ତି କହିଛନ୍ତି । ବର୍ତ୍ତମାନ ଏହି ମାମଲାର ଯାଞ୍ଚ ଚାଲିଛି । ଏହି ମାମଲାର ଫଳାଫଳ ଆସିଲେ ସେ ନିଜେ ଲୋକସଭା ସଚିବାଳୟଙ୍କୁ ଅବଗତ କରାଇବେ ।

ବର୍ଷାଙ୍କୁ ଦିଆଯାଇ ଥିବା ସ୍ଵାଧିକାର, ଅଧିକାର, ସ୍ପାଉସ ପରିଚୟ ପତ୍ର ତାଙ୍କ ନିକଟରୁ ତୁରନ୍ତ ହଟାଇ ନେବା ପାଇଁ ଅନୁଭବଙ୍କ ଚିଠି ପୁଣି ଏକ ବିବାଦ ଆରମ୍ଭ କରି ଦେଇଛି । ଏହି କ୍ରମରେ ସାସଂଦ ଅନୁଭବ ମହାନ୍ତି ଗତକାଲି କୋର୍ଟ ସାମ୍ନାରେ ଗଣମାଧ୍ୟମ ସାମ୍ନାକୁ ଆସି କହିଥିଲେ କି ବର୍ଷା ପ୍ରିୟଦର୍ଶିନୀ ଯେଉଁ ଫର୍ଜି କାଗଜପତ୍ର ଦେଇଛନ୍ତି ଏହାକୁ ନେଇ ସେ ନିଜେ କ୍ୟାମେରା ସାମ୍ନାକୁ ଆସି କୁହନ୍ତୁ । ସେ ବର୍ଷାଙ୍କ ଉପରେ ଆହୁରି ବହୁତ କିଛି ଅଭିଯୋଗ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *