Varsha Priyadarshini ଙ୍କ ପାଖରେ 4 ଟା ପାୱାର ଅଛି, ସେ ଜିତିବେ…Byomkesh Tripathy

ବର୍ଷାଙ୍କ ପାଖରେ 4 ଟା ପାୱାର ଅଛି, ସେ ନିର୍ବାଚନ ଜିତିବେ… ତେବେ ରାଜ୍ୟ ରାଜନୀତିକୁ ନେଇ ରାଜ୍ୟରେ ଖୁବ ଚର୍ଚା ଲାଗି ରହିଥିବା ବେଳେ ଏ ନେଇ ଆଇନଜୀବି ବୌମକେଶ ତ୍ରିପାଠୀ ଗଣ ମାଧ୍ୟମ ସାମ୍ନାରେ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି। ତେବେ ଆଡଭୋକେଟ ବୌମକେଶ ତ୍ରିପାଠୀ କହିଛନ୍ତି । ଯେ ରାଜନୀତି ହେଉଛି ସବୁଠାରୁ ଶ୍ରେଷ୍ଠ ନୀତି । ରାଜନୀତି କରିବାର କୌଶଳ ଯିଏ ଥରେ ଜାଣିଦେବ । ସେହି ଲୋକକୁ ରାଜନୀତି ସହଜ ଲାଗିବ ।

ଯଦି ଅନୁଭବ ମହାନ୍ତି ଓ ବର୍ଷାଙ୍କ ରାଜନୀତି କ୍ଯାରିଅର ବିଷୟରେ କହିବାକୁ ଜିବି । ତେବେ ବର୍ଷା ଓ ଅନୁଭବ ତ ଏବେ ଦୁହେଁ ଦୁହିଙ୍କ ଠାରୁ ଅଲଗା ହୋଇଯାଇଛନ୍ତି । ସେମାନେ ଅଲଗା ହେବା ପରେ ଅନ୍ୟ କାହାରି କଥା ଏବେ ନଶୁଣି ଯଦି ନିଜ ରାଜନୀତି କ୍ଯାରିଅର କଥା ଚିନ୍ତା କରିବେ । ତାହା ଉପରେ ଭଲରେ କାମ କରିବେ । ତେବେ ଯାଇ ସେମାନେ ରାଜନୀତିରେ ଆଗକୁ ଯାଇପାରିବେ। ବର୍ଷା ପ୍ରିୟଦର୍ଶିନୀ ଦଳରେ ମିଶୁ ମିଶୁ ତାଙ୍କୁ ବିଧାୟିକା ଟିକେଟ ମିଳିଗଲା ।

ହୁଏତ ବର୍ଷାଙ୍କର ବିଜେଡି ଦଳ ସହ ଆଗରୁ ଭଲ ସମ୍ପର୍କ ରହିଥିଲା । ତେଣୁ ଯେତେବେଳେ ସର୍ବ ସାଧାରଣରେ ସେ ଦଳରେ ମିଶିଲେ ବୋଲି ପ୍ରଚାର କରାଗଲା। ସେତେବେଳେ ହିଁ ବର୍ଷାଙ୍କୁ ଟିକେଟ ମିଳିଗଲା । ତେବେ ଏଥର ନିର୍ବାଚନରେ ବର୍ଷା ଯେଉଁ ସ୍ଥାନରୁ ପ୍ରାର୍ଥୀ ହୋଇଛନ୍ତି । ସେଠାରୁ ଜିତିବାରର ତାଙ୍କର ବହୁତ ସମ୍ଭାବନା ରହିଛି । କାରଣ ବର୍ଷାଙ୍କ ପାଖରେ ଏଭଳି 4 ଟି ପାୱାର ରହିଛି । ଯାହା ଦ୍ଵାରା ସେ ଜିତିବାର ସମ୍ଭାବନା ବହୁତ ଅଧିକ ରହୁଛି ।

ପ୍ରଥମେ ହେଉଛି ଶାସକ ଦଳର ପାୱାର । ଲୋକ ପ୍ରାର୍ଥୀ କିଏ ଛିଡା ହେଉଛି ତାକୁ ଦେଖୁ ନାହାନ୍ତି । ବଂର କେଉଁ ଦଳରୁ ଛିଡା ହେଉଛି ତାକୁ ଦେଖୁଛନ୍ତି । ଦିତୀୟରେ ବର୍ଷା ଜଣେ ମହିଳା ତାହା ପୁଣି ଜଣେ ସୁନ୍ଦରୀ ମହିଳା । ବର୍ଷା ନିଜର ଭାବମୂର୍ତ୍ତିକୁ ଏତେ ସ୍ବଚ୍ଛ କରି ରଖିଛନ୍ତି । ଯେ କୌଣସି ଅଡୁଆରେ ପଡିଯିବା ଭୟରେ ମଧ୍ୟ ଅଧିକ କଥା ସେ କୁହନ୍ତି ନାହିଁ । ଚତୁର୍ଥରେ ବର୍ଷାଙ୍କ ପାଖରେ ପଇସା ପାୱାର ମଧ୍ୟ ଅଛି । ତେଣୁ ଏହି 4 ଟି କଥାକୁ ଦେଖିଲେ । ବର୍ଷାଙ୍କ ଜିତିବାର ସମ୍ଭାବନା ବହୁତ ଅଧିକ ରହିଛି । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *