ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତା ଅନୁଭବ ବର୍ତ୍ତମାନ ଅଭିନେତ୍ରୀ ବର୍ଷା ଙ୍କ ବିରୋଧରେ କିଛି କହି ପାରିବେ ନାହିଁ । ଆପଣ ମାନେ ଦୀର୍ଘ ଦିନ ଧରି ଅନୁଭବ ଏବଂ ବର୍ଷା ଙ୍କ ବିବାଦ ସମ୍ବନ୍ଧରେ ଗଣମାଧ୍ୟାମରେ ଦେଖି ଆସୁଛନ୍ତି । ମାତ୍ର ଏହି ବିବାଦ ବର୍ତ୍ତମାନ ଦିନକୁ ଦିନ ବଢିବାରେ ଲାଗିଛି । ଉଭୟ ଉଭୟ ଙ୍କ ନିଷ୍ପତ୍ତି ରେ ଅଟଳ ରହିଛନ୍ତି । ଅନୁଭବ ଡିଭୋର୍ସ ଚାହୁଁଥିବା ସମୟରେ ବର୍ଷା କିନ୍ତୁ ଡିଭୋର୍ସ ଦେବାକୁ ନାରାଜ ।
ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ବର୍ଷା ଏବଂ ଅନୁଭବ ଙ୍କ ପାରିବାରିକ ବିବାଦ ରେ ଅନୁଭବ ଙ୍କ ଭିଡିଓ ହଜାଇଦେଇଥିଲା ବର୍ଷା ଙ୍କ ନିଦ । ବର୍ଷ କେତେବେଳେ ପୁରିଘାଟ ଥାନା ତ ଆଉ କେତେବେଳେ ସାଇବର ଥାନା ଆଉ ଆଜି ହାଇକୋର୍ଟ ରେ । ଏପରି ଲାଗୁଛି ଯେ ଅନୁଭବ ଙ୍କ ଭିଡିଓ ବର୍ଷା ଙ୍କ ପାଇଁ ଭାରି ପଡିଥିଲା ।
ଧୀରେ ଧୀରେ ଫ୍ୟାନ୍ସ ଙ୍କ ନଜର ବର୍ଷା ଙ୍କ ଉପରୁ ଉଠି ଅନୁଭବ ଙ୍କ ଆଡକୁ ଢଳି ଚାଲିଥିଲା । ଜଷ୍ଟିସ for ଅନୁଭବ ଲେଖି ବର୍ଷା ଙ୍କ ଉପରେ ବର୍ଷୁଥିଲେ ପ୍ରଶଂସକ । ତେବେ ସୋସିଆଲ ମିଡିଆ ରେ ୟୁଜରସ ଙ୍କ କମେଣ୍ଟ ଥିଲା ବର୍ଷା ଙ୍କ ପାଇଁ ମୁଣ୍ଡ ବିନ୍ଧା ର କାରଣ । ଏହିସବୁ କୁ ବନ୍ଦ କରିବା ବର୍ଷା ଙ୍କ ପାଇଁ ବହୁତ ଗୁରୁତ୍ଵ ପୂର୍ଣ୍ଣ ହୋଇଯାଇଥିଲା । ଏବଂ ଏଥିପାଇଁ ଥାନାଠାରୁ ଆରମ୍ଭ କରି କୋର୍ଟ ପର୍ଯ୍ୟନ୍ତ ଦୌଡିଥିଲେ ବର୍ଷା ।
ତେବେ ଶେଷରେ କୋର୍ଟ ରୁ ତାଙ୍କୁ ଆଶ୍ଵସ୍ତି କରିବା ଭଳି ରାୟ ପ୍ରକାଶ ପାଇଛି । ହାଇକୋର୍ଟ ଙ୍କ ରାୟ ଅନୁସାରେ ସୋସିଆଲ ମିଡିଆରେ କୌଣସି ମନ୍ତବ୍ୟ ଦେଇ ପାରିବେ ନାହିଁ ଅନୁଭବ । କେହି କାହା ବିରୁଦ୍ଧରେ ମନ୍ତବ୍ୟ ନ ଦେବାକୁ ହାଇକୋର୍ଟ ନିର୍ଦ୍ଧେଶ ଦେଇଛନ୍ତି । ବିଶେଷ କରି ଅନୁଭବ କୁ ତାଗିତି କରିଛନ୍ତି ହାଇକୋର୍ଟ ।
ଜୁଲାଇ ୪ ତାରିଖ ରେ ମାମଲା ର ପରବର୍ତ୍ତୀ ଶୁଣାଣି ପାଇଁ ଧ୍ୟାର୍ଜ୍ୟ କରିଛନ୍ତି କୋର୍ଟ । ତେବେ ଏହି ଘଟଣା ବର୍ତ୍ତମାନ କେଉଁ ମୋଡ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଅଛି । ଉଭୟଙ୍କ ଫ୍ୟାନ୍ସ ମାନେ ମଧ୍ୟ ଚାତକ ସଦୃଶ୍ୟ ଚାହିଁ ବସିଛନ୍ତି ଯେ କେବେ ଏହି ଘଟଣା ର ଉଚିତ ନିର୍ଣ୍ଣୟ ନେବେ ମାନ୍ୟବର କୋର୍ଟ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।