‘Sumit ଯାଚୁଥିଲେ ପଇସା: Sumit ଚେଷ୍ଟା କରୁଥିଲେ ଫେରାର ହେବା ପାଇଁ, ମୁଁ ତାଙ୍କୁ ସବୁବେଳେ ଜଗୁଥିଲି’, ଦେଖନ୍ତୁ କାନ୍ଦି କାନ୍ଦି କଣ କହିଲେ Tapaswini, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ବଡ଼ ଖବର ଆଉ ୭ ଦିନ ଏକାଠି ରହିବାକୁ ବ୍ରହ୍ମପୁର ଏସଡିଜେମ୍ କୋର୍ଟ ଗତକାଲି ଆଦେଶ ଦେଇଥିଲେ । କୋର୍ଟଙ୍କ ଆଦେଶ ଥିଲା ତପସ୍ୱିନୀ ଓ ଓରଫ ଡିମ୍ପଲଙ୍କୁ ନେଇ ସ୍ୱାମୀ ସୁମିତ ଭଡ଼ା ଘରେ ଏକାଠି ରହିବେ । ପରିବାର ଲୋକ ବି ଉଭୟଙ୍କୁ ଭେଟି ପାରିବେ । କୋର୍ଟଙ୍କ ନିର୍ଦ୍ଦେଶର ଗୋଟିଏ ଦିନ ପରେ ତପସ୍ୱିନୀଙ୍କ ତପସ୍ୟାକୁ ଭାଙ୍ଗି ଦେଇ ଫେରାର୍ ହୋଇ ଯାଇଛନ୍ତି ଡାକ୍ତର ସୁମିତ ।

ତେବେ ତପସ୍ୱିନୀଙ୍କ କହିବା ଅନୁସାରେ, ଗତକାଲି ସୁମିତ ମେଡିକାଲ ଯାଇଥିଲେ । ରାତି ୮ଟା ପାଖାପାଖି କୋର୍ଟଙ୍କ ଆଦେଶ ପରେ ଠିକ୍ ସମୟରେ ଘରକୁ ଫେରି ନଥିଲେ । ତାପରେ ତପସ୍ୱିନୀ ଡାକିବା ପରେ ଫେରିଥିଲେ ସୁମିତ । ହେଲେ ରାତିରେ ଆଖିରେ ନିଦ ନଥିଲା । ବାରଣ୍ଡାରେ ଚେୟାରକୁ ଚେୟାର ଯୋଡ଼ି ଶୋଇଥିଲେ ସୁମିତ । ଏହା ପୂର୍ବରୁ ସୁମିତ, ତପସ୍ୱିନୀ ୭ ଦିନ ଏକାଠି ରହିବା ସହ ସମୟ କାଟିଥିଲେ ।

ତେବେ ପ୍ରଥମ ପର୍ଯ୍ୟାୟ ରହୁଥିବା ସମୟରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, କେହି କାହା ସହ କଥା ହେବା କଥା ନୁହେଁ । ସେତେବେଳେ ସୁମିତ୍ ଫୋନରେ ଅନ୍ୟମାନଙ୍କ ସହ କଥା ହେଉଥିଲେ ବୋଲି କହିଛନ୍ତି ତପସ୍ୱିନୀ ଏବଂ ସୁମିତ ତାଙ୍କୁ ପଇସା ଯାଚୁଥିଲେ ବୋଲି ମଧ୍ୟ ସେ କହିଛନ୍ତି । ତେବେ ସୁମିତଙ୍କୁ ବତାଇ କେହି ଫେରାର୍ କରାଇ ଦେବା କହିଛନ୍ତି ସେ ।

ଆଜି ସକାଳେ ସୁମିତ ଫୋନରେ କଥା ହୋଇ ହୋଇ ପଳାଇଛନ୍ତି । ସୁମିତ ପୂର୍ବ ଯୋଜନାବଦ୍ଧ ଭାବେ ପଳାଇଛନ୍ତି । ସକାଳୁ ଏକ ସ୍କୁଟି ରେ ବସି ସେ କୁଆଡେ ପଳେଇଛନ୍ତି କିଛି ଖବର ଜଣା ନାହିଁ । ତେବେ ସୂଚନାଯୋଗ୍ୟ ଯେ ପ୍ରାୟ ୧୧ ଦିନ ଧରି ତପସ୍ୱିନୀ ଶ୍ୱଶୁର ଘର ଆଗରେ ଧାରଣାରେ ବସିଥିଲେ । ପରେ ମାମଲା କୋର୍ଟରେ ପହଞ୍ଚିଥିଲା । ଆସିକା ଥାନା ଅଧିକାରୀଙ୍କ ହେପାଜତରେ ସ୍ୱାମୀ, ସ୍ତ୍ରୀଙ୍କୁ ପ୍ରଥମେ ୭ ଦିନ ପାଇଁ ଚିନିକଳ ବାସଭବନରେ ସମସ୍ତଙ୍କ ଠାରୁ ଦୂରେଇ ରଖା ଯାଇଥିଲା ।

ଗତକାଲି କୋର୍ଟରେ ରିପୋର୍ଟ ଦାଖଲ କରିଥିଲେ ଆଇଆଇସି । ପରେ କୋର୍ଟ ଆଉ ୭ ଦିନ ଉଭୟ ଭଡ଼ା ଘରେ ରହିବାକୁ ଆଦେଶ ଦେଇଥିଲେ । ତେବେ ବର୍ତ୍ତମାନ ସୁମିତ ଙ୍କ ର ଏହି ଗାୟବ ହେବା ପରେ ଉଠୁଛି ବହୁତ ପ୍ରଶ୍ନ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *