ୟୁକ୍ରେନ ଉପରେ ଋଷର ଆକ୍ରମଣ ଆରମ୍ଭ ହୋଇ ଯାଇଛି । ଏମିତିରେ ୟୁକ୍ରେନରୁ ବର୍ତ୍ତମାନ ଯୁଦ୍ଧର କିଛି ଭୟଙ୍କର ସ୍ଥିତି ସାମ୍ନାକୁ ଆସୁଛି । ବର୍ତ୍ତମାନ ସୋସିଆଲ ମିଡିଆରେ ୟୁକ୍ରେନର ଭୟାଭୟ ସ୍ଥିତିର କିଛି ଦୃଶ୍ୟ ଦେଖିବାକୁ ମିଳୁଛି । ଯାହାକୁ ଦେଖିଲେ ଆପଣଙ୍କ ଆଖିରୁ ବି ଲୁହ ଚାଲି ଆସିବ । ଏହା ମଧ୍ୟରୁ ଗୋଟିଏ ୟୁକ୍ରେନ ସୈନିକର ଭିଡିଓ ସାମ୍ନାକୁ ଆସୁଛି । ଯେଉଁଥିରେ ୟୁକ୍ରେନର ଜଣେ ଯବାନ ଭିଡିଓ କରି ନିଜର ମାତା ପିତାକୁ ସନ୍ଦେଶ ଦେଉଛି ।
ସେ ନିଜ ଭିଡିଓରେ କହୁଛି କି ମା ଯେତେ ଶୀଘ୍ର ହେଉଛି ତମ ସୁରକ୍ଷିତ ସ୍ଥାନକୁ ଚାଲି ଯାଅ । ଏଠି କେତେବେଳେ ବି କିଛି ବି ହୋଇପାରେ । ମୋ କଥା ଚିନ୍ତା କରିବ ନାହିଁ । ଜୀବନ ଥିଲେ ପୁଣି ଦେଖାହବ । ଏତିକି ଅନ୍ୟ ଜଣେ ମହିଳା କହୁଛନ୍ତି କି ମୋତେ ଖାଲି କୁହ ବର୍ତ୍ତମାନ ମୁଁ କେଉଁ ଜାଗାକୁ ଯିବି । କେଉଁଠି ମୋର ଜୀବନ ସୁରକ୍ଷିତ ରହିବ ।
କହିବାକୁ ଗଲେ ଯୁଦ୍ଧ ଆରମ୍ଭ ହୋଇ ଯିବା କାରଣରୁ ୟୁକ୍ରେନର ସାଧାରଣ ନାଗରିକ ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ ଅଛନ୍ତି । କେତେବେଳେ କାହା ଉପରେ ବି ମିସାଇଲ ପଡିପାରେ । ଅନ୍ୟ ଏକ ଦୃଶ୍ୟରେ ଆପଣ ୟୁକ୍ରେନର ରାଜଧାନୀ କିବର ଏହି ଦୃଶ୍ୟକୁ ଦେଖି ପାରିବେ ।
ଯାହାକି ଆହୁରି ଭୟଙ୍କର ଅଟେ । କହିବାକୁ ଗଲେ ଋଷର ଆକ୍ରମଣ ଦେଖି ଭୟରେ ଲୋକମାନେ ଏହି ସହର ଛାଡି ଚାଲି ଯାଉଛନ୍ତି । ସେଥିପାଇଁ ସହରରୁ ବାହାରକୁ ଯାଉ ଥିବା ରାସ୍ତା ପୁରା ଜାମ ହୋଇ ଯାଇଛି । ଅନ୍ୟ ପଟେ ସହରକୁ ଆସୁଥିବା ରାସ୍ତା ସମ୍ପୂର୍ଣ ରୂପରେ ଖାଲି । ୟୁକ୍ରେନ ଉପରେ ଯେତେବେଳେ ଶବ୍ଦ କରି ଋଷର ଯୁଦ୍ଧର ବିମାନ ଉଡି ଯାଉଛି ତେବେ ତଳେ ଥିବା ୟୁକ୍ରେନ ବାସିନ୍ଦା ଭୟଭୀତ ହୋଇ ଯାଉଛନ୍ତି ।
କେତେବେଳେ କେଉଁ ସ୍ଥାନରୁ ବୋମା ତାଙ୍କ ଉପରକୁ ପଡିଯିବ ଏହା କିଏ ବା ଜାଣିଛି । ବର୍ତ୍ତମାନ ୟୁକ୍ରେନର ନାଗରିକ ଇଶ୍ଵରଙ୍କୁ ପ୍ରାର୍ଥନା କରୁଛନ୍ତି । ସମସ୍ତେ ଏହି ଯୁଦ୍ଧକୁ ଟାଳିବା ପାଇଁ ଚାହୁଁଛନ୍ତି । ଏହିଭଳି ବହୁତ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ୟୁକ୍ରେନର ନାଗରିକମାନେ ଯୁଦ୍ଧ କାରଣରୁ କେଉଁ ସବୁ ସ୍ଥିତିର ସାମ୍ନା କରୁଛନ୍ତି ତାକୁ ବର୍ତ୍ତମାନ ପୁରା ବିଶ୍ଵ ଦେଖୁଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।