ବାରମ୍ବାର ପରିସ୍ରା ଲାଗୁଛି କି ? ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା (Dr Priyabrata Das)

ଆଜିକାଲି ସମସ୍ତେ ବିଭିନ୍ନ ପ୍ରକାରର ରୋଗର ପୀଡିତ ହେଉଛନ୍ତି । କେତେକ ରୋଗ ଖରାପ ଜୀବନଶୈଳୀ ଯୋଗୁ ହୋଇଥାଏ ତ କେତେକ ରୋଗ ପ୍ରାକୃତିକ ରୂପରେ । ଆଜି ଆମେ ଆପଣଙ୍କୁ ପରିସ୍ରା ବିଷୟରେ କହିବୁ । କହିବାକୁ ଗଲେ ଗୋଟିଏ ସାଧାରଣ ଲୋକ ଅର୍ଥାତ ୧୨ – ୧୪ ବର୍ଷରୁ ଉର୍ଦ୍ଧ ହୋଇ ଯାଆନ୍ତି ସେମାନଙ୍କର ପରିସ୍ରା ଥଳିର କାପାସିଟି ସାଧାରଣତଃ ୩୦୦ ରୁ ୪୦୦ ଏମଏଲ ଥାଏ । ଏହାର ଅର୍ଥ ସେମାନେ ଗୋଟିଏ ଥରେ ପରିସ୍ରା ଗଲେ ୩୦୦ ରୁ ୪୦୦ ଏମଏଲ ପରିସ୍ରା କରିଥାନ୍ତି ।

କିନ୍ତୁ ଏହା ଆପଣଙ୍କ ପାଣି ପିଇବା ଉପରେ ନିର୍ଭର କରିଥାଏ । ଯଦି ଗରମ ଦିନରେ କଥା କହିବୁ ତେବେ ସେହି ସମୟରେ ଅଧିକ ଝାଳ ବାହାରେ ଓ ଶରୀରରେ ପାଣିର ଅଂସ କ୍ଷୟ ହୋଇଯାଏ, ବର୍ଷା ଓ ଶୀତ ଦିନରେ ପାଣିର ଅଦ୍ରତା ଅଧିକ ଥାଏ ସେଥିପାଇଁ ଗରମ ଦିନରେ ଆମ ଶରୀରର ପାଣିର ମାତ୍ର କ୍ଷୟ ହୋଇଯାଏ ତାର ମାତ୍ରା କମିଯାଏ ।

କହିବାକୁ ଗଲେ ଆମ ଯାହା ବି ପାଣି ପିଇ ଥାଉ ସେଥି ମଧ୍ୟରୁ ଶରୀରର ୫୦୦ ଏମଏଲ ପାଣି ନିଜ ପାଇଁ ରଖିଦିଏ । ଏମିତିରେ ଯଦି ଆପଣ ୨.୫ ଲିଟର ପାଣି ପିଇବେ ତେବେ ୫୦୦ ଏମଏଲ ପାଣି ଶରୀରରେ ରହିବ ଓ ୨ ଲିଟର ପରିସ୍ରା ନିଶ୍ଚିତ ରୂପରେ ଆପଣ କରିବେ । ଯାହାକି ସାଧାରଣ କଥା ଅଟେ । ଆପଣ ଗୋଟିଏ ଥର ୩୦୦ ରୁ ୪୦୦ ଏମଏଲ ପରିସ୍ରା କରୁଛନ୍ତି ଓ ଆପଣ ମୋଟ ୨.୫ ଲିଟର ପାଣି ପିଉଛନ୍ତି ତେବେ ୬ ରୁ ୭ ଥର ପରିସ୍ରା ଯିବେ ।

ଯଦି ଆପଣ ୩୦୦ ଏମଏଲ ପରିସ୍ରା ଜାଗାରେ ୧୦୦ ଏମଏଲ ପରିସ୍ରା କରୁଛନ୍ତି ତେବେ ଏହିଭଳି ସ୍ଥିତିରେ ଡାଏବେଟିସ ଯୋଗୁ ବି ଏହା ହୋଇପାରେ । କାରଣ ଡାଏବେଟିସର ଲକ୍ଷଣ ଥାଏ ବାରମ୍ବାର ପାଣି ପିଇବା ବାରମ୍ବାର ପରିସ୍ରା ଯିବା । ଅର୍ଥାତ ଅଧିକ ଶୋଷ ହେବ ଅଧିକ ପାଣି ପାଇବେ ଓ ଅଧିକ ପରିସ୍ରା କରିବେ । ଏହା ସତ୍ବେ ଯଦି ବାରମ୍ବାର ପରିସ୍ରା କାରଣରୁ ଏହା ଆପଣଙ୍କ ଦୈନ୍ୟଦୀନ କାମରେ ବାଧା ସୃଷ୍ଟି କରୁଛି ତେବେ ଏହିଭଳି ସ୍ଥିତିରେ ଆପଣ ଡାକ୍ତରଙ୍କ ନିକଟରେ ଚେକଅପ କରାନ୍ତୁ ।

କାରଣ ଏହାର ଚିକିତ୍ସା ଅଛି । ଯଦି ଆପଣ ରାତିରେ ବାରମ୍ବାର ପରିସ୍ରା ଯିବେ ତେବେ ଆପଣ ଶୋଇବେ କେତେବେଳେ । ଏହି କାରଣରୁ ଆପଣ ରାତିରେ ଶୋଇ ପାରିବେ ନାହିଁ ।ସାଧାରଣ କଥା ହେଉଛି ପରିସ୍ରା କାରଣରୁ ଆପଣଙ୍କ ଦୈନିନ୍ଦିନ ଜୀବନ ପ୍ରଭାବିତ ହେଉଛି ତେବେ ଆପଣ ନିଶ୍ଚିତ ରୂପରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହାର ଚିକିତ୍ସା ସମ୍ଭବ ଓ ଏଥିରୁ ଆପଣ ଭଲ ମଧ୍ୟ ହୋଇ ପାରିବେ । ପରିସ୍ରା ବାରମ୍ବାର ହେବା କୌଣସି ବଡ ରୋଗ ନୁହେଁ, କେବଳ ଆପଣ ନିଜ ଉପରେ ଧ୍ୟାନ ଦେଲେ ଏଥିରୁ ମୁକ୍ତି ପାଇ ପାରିବେ ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *