ବାରମ୍ବାର ମିସକ୍ୟାରେଜ ହେଉଛି କି ? ଜାଣନ୍ତୁ କଣ କରିବେ ? Dr GSS Mohapatra

ନମସ୍କାର ବନ୍ଧୁଗଣ ତେବେ ଜଣେ ମହିଳାଙ୍କ ଗର୍ଭବତ୍ତୀ ହେବାର ରିପୋର୍ଟ ପଜିଟିବ ଆସିଛି, ଅଲ୍ଟ୍ରାସାଉଣ୍ଡ ରିପୋର୍ଟରେ ଖୋଳ ଦେଖା ଯାଉଛି, କିନ୍ତୁ ତାହା ଭିତରେ ଛୁଆ ଦେଖା ଯାଉ ନାହିଁ, ତେବେ ଏହା ଏକ ପ୍ରକାରର ମିସକ୍ୟାରେଜ ଅଟେ । ଅନ୍ୟ ଏକ କ୍ଷେତ୍ରରେ ମହିଳା ଜଣକ ଗର୍ଭବତ୍ତୀ ଅଛି, ତାର ଛୁଆ ଦେଖା ଯାଉଛି କିନ୍ତୁ ଛୁଆର ହୃଦୟ କାମ କରୁ ନାହିଁ ଅର୍ଥାତ ୬ ରୁ ୮ ସପ୍ତାହ ପରେ ଯଦି ଛୁଆର ହୃଦୟ କାମ କରୁ ନାହିଁ ତେବେ ଆମେ ଏହାକୁ ମିସକ୍ୟାରେଜ କହି ପାରିବା ।

ତେବେ କିନ୍ତୁ ସବୁଠୁ ଭଲ କଥା ହେଉଛି ଯଦି କୌଣସି ମହିଳାର ପ୍ରଥମ ଥର ମିସକ୍ୟାରେଜ ହୋଇଛି ତେବେ ଦ୍ଵିତୀୟ ଥର ଗର୍ଭବତ୍ତୀ ସମୟରେ ତାଙ୍କୁ କୌଣସି ବି ପ୍ରକାରର ସମସ୍ୟା ଆସିବ ନାହିଁ । ଯଦି ଆପଣଙ୍କର ବାରମ୍ବାର ମିସକ୍ୟାରେଜ ହେଉଛି ତେବେ ମୁଣ୍ଡରେ ନକରାତ୍ମକ ଚିନ୍ତାଧାରା ନ ଆଣି ଆପଣ କିଛି ଟେଷ୍ଟ କରନ୍ତୁ । ଯେମିତି କି ଥାଇରଡ, ବ୍ଲଡରେ ସୁଗାର ଲେବୁଲକୁ ଟେସ୍ଟ କରି ଦିଅନ୍ତୁ ଓ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

କେତେକ କ୍ଷେତ୍ରରେ ଦେଖା ଯାଇଛି କି ମହିଳାର ଶରୀର ଛୁଆକୁ ଗ୍ରହଣ କରି ନ ଥାଏ ତେବେ ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ନିଜର ଛୁଆ ରଖି ପାରିବେ । ତେବେ ସବୁବେଳେ ମିସକ୍ୟାରେଜର କାହିଁକି ହେଉଛି ଏହାର ଅସଲ କାରଣ ବିଷୟରେ ଜାଣି ଯଦି ଆପଣ ତାର ଚିକିତ୍ସା କରିବେ ତେବେ ଆପଣ ମିସକ୍ୟାରେଜ ବନ୍ଦ ହୋଇଯିବ । ଆପଣ ଅଲ୍ଟ୍ରାସାଉଣ୍ଡ ଓ ଏମଆରଆଇ ବି କରନ୍ତୁ । ଚିକିତ୍ସା ଦୁଇଟି ପାର୍ଟରେ ହୋଇଥାଏ ।


ଗୋଟିଏ ପାର୍ଟରେ ହେଉଛି ରୋଗୀ ଗର୍ଭବତ୍ତୀ ରହିବା ପୂର୍ବରୁ କଣ ସବୁ ଚିକିତ୍ସାରେ ରହିବେ ଓ ଗର୍ଭବତ୍ତୀ ହେବା ପରେ ତାଙ୍କୁ କଣ ସବୁ କରିବାର ଅଛି । ଗର୍ଭବତ୍ତୀ ରହିବା ପୂର୍ବରୁ କାଉସିଲିଙ୍ଗ, ଥାଇରଡ, ସୁଗାର ଓ ବେସିକ ଟେଷ୍ଟ କରନ୍ତୁ । ତେବେ କେତେକେ କ୍ଷେତ୍ରରେ ଦେଖା ଯାଇଛି କି ଶରୀରରେ ଭିଟାମିନ ଅଭାବରେ ବି ମିସକ୍ୟାରେଜ ହୋଇଥାଏ । ପାଖାପାଖି ୩ ମାସ ଚିକିତ୍ସା କରିବା ପରେ ଗର୍ଭବତ୍ତୀ ପାଇଁ ଅନୁମତି ଦିଆଯାଇଥାଏ ।


ଯଦି ଗର୍ଭବତ୍ତୀ ରିପୋର୍ଟ ପଜିଟିବ ଆସିଲା ତେବେ ଡାକ୍ତର କିଛି ଇଂଜେକସନ ଦେବେ ଯାହା ଦ୍ଵାରା ଶରୀର ଛୁଆକୁ ଗ୍ରହଣ କରିବ । ଏହି ସମୟରେ ଡାକ୍ତରଙ୍କ ପରାମର୍ଶରେ ରୁହନ୍ତୁ ଓ ବିନା ଡାକ୍ତରଙ୍କ ପରାମର୍ଶରେ କିଛି ବି କରନ୍ତୁ ନାହିଁ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *