ବନ୍ଧୁଗଣ ଦୁନିଆରେ ଥିବା ଅନେକ ଲୋକ ୟୁରିନ ଇନଫେକ୍ସନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ୟୁରିନ ଇନଫେକ୍ସନକୁ ଓଡିଆରେ ମୂତ୍ରମାର୍ଗ ସଂକ୍ରମଣ ବୋଲି ମଧ୍ୟ କହିଥାଉ । ଆମ ଦେହରେ ପରିସ୍ରା ତିଆରି ହେବା ପରେ ପରିସ୍ରା ଥଳିରେ ଜମା ହୋଇ ରୁହେ । ପରିସ୍ରା ଏକ ପାଇପ ଦେଇ ବାହାରକୁ ଆସେ ତାକୁ ଆମେ ମୂତ୍ରମାର୍ଗ ବୋଲି କହିଥାଉ । ତେବେ ମୂତ୍ରମାର୍ଗ ଭିତରେ ପଶି ଯଦି ବ୍ୟାକ୍ଟେରିଆ ବା ଜୀବାଣୁ ମାନେ ସଂକ୍ରମଣ ଘଟାନ୍ତି ତା ହେଲେ ତାକୁ ଆମେ ୟୁରିନ ଇନଫେକ୍ସନ କହିଥାଉ ।
ପ୍ରଥମେ ଆମ କିଡ୍ନିରେ ପରିସ୍ରା ତିଆରି ହୁଏ ତା ପରେ ଦୁଇଟି ପାଇପ ଦେଇ ପରିସ୍ରା ଥଳିକୁ ଯାଇଥାଏ ସେହି ପାଇପକୁ ଆମେ ୟୂରେଟର ବୋଲି କହିଥାଉ । ତେଣୁ କିଡ୍ନି ଠାରୁ ଆରମ୍ଭ କରି ୟୂରେଟର, ୟୁରୋନେରି ବ୍ଳାଡର ଏବଂ ଯୁରେଥ୍ରା ବା ମୂତ୍ରମାର୍ଗ ଏହି ୪ଟି ଅଙ୍ଗ ହେଉଛି ୟୂରେନେରୀ ସିଷ୍ଟମର ପାର୍ଟ ।
ଯଦି ଏହି ୪ଟି ମଧ୍ୟରୁ କୌଣସି ଅଙ୍ଗରେ ବି ଇନଫେକ୍ସନ ହେଲା ତେବେ ତାକୁ ଆମେ ୟୁରିନ ଇନଫେକ୍ସନ କହିଥାଉ । ହେଲେ ସାଧାରଣତଃ ୟୂରେନେରୀ ବ୍ଳାଡର ଓ ପରିସ୍ରା ପାଇପରେ ଇନଫେକ୍ସନ ହୋଇଥାଏ । ବନ୍ଧୁଗଣ ପ୍ରଥମ କଥା ହେଉଛି ପର୍ଶନାଲ ହାଇଜିନ ସବୁବେଳେ ସଫା ସୁତୁରା ରହିବା ଦରକାର । ଅଧିକାଂଶ ମହିଳା ମାନଙ୍କୁ ଏହି କଥାର ବିଶେଷ ଧ୍ୟାନ ଦେବା ଉଚିତ ।
ବନ୍ଧୁଗଣ ମହିଳା ମାନଙ୍କୁ ସବୁବେଳେ ସଫା ସୁତୁରା ବାଥୃମ ବ୍ୟବହାର କରିବା ଉଚିତ । ଏହା ସହିତ ସେମାନଙ୍କୁ ପ୍ରତି ୪ ରୁ ୬ ଘଣ୍ଟା ମଧ୍ୟରେ ନିଜ ପ୍ୟାନ୍ଟି ବା ଚଡି ବଦଳାଇବା ଦରକାର । କାରଣ ମହିଳାଙ୍କ ମଳଦ୍ଵାର ଓ ପରିସ୍ରା ରାସ୍ତାରେ ବାରମ୍ବାର ଝାଳ ହୋଇଯାଇଥାଏ ତେଣୁ ଯଦି ଅଧିକ ସମୟ ଗୋଟିଏ ଚଡି ପିନ୍ଧି ରହିବେ ତା ହେଲେ ଇନଫେକ୍ସନ ହୋଇପାରେ ।
ମହିଳା ମାନେ ନିଜ ମୂତ୍ରାଶୟରେ ସାବୁନ ଲଗାଇବା ଉଚିତ ନୁହେଁ । ସାବୁନ ଲଗାଇବା ଦ୍ଵାରା ମହିଳାଙ୍କ ମୂତ୍ରାଶୟର ପିଏଚ ଗଡବଡ ହୋଇଥାଏ ଯାହାଫଳରେ ଇନଫେକ୍ସନ ହୁଏ । ତେବେ ଏବେ ମୂତ୍ରାଶୟ ସଫା କରିବା ପାଇଁ ବିଭିନ୍ନ ପ୍ରକାରର ସାମ୍ପୁ ଆସୁଛି ଆପଣ ମାନେ ଡାକ୍ତରଙ୍କ ପରାମର୍ଶରେ ତାକୁ ବ୍ୟବହାର କରିପାରିବେ । ବନ୍ଧୁଗଣ ଚତୁର୍ଥରେ ହେଉଛି ମହିଳା ମାନେ ଶାରୀରିକ ସମ୍ପର୍କ ବା ସେକସ କରିବା ପରେ ପରିସ୍ରା କରି ଶୋଇବା ଉଚିତ ।
କାରଣ ସେକସ ସମୟରେ କିଛି ଜୀବାଣୁ ମୂତ୍ରାଶୟ ଭିତରେ ପଶି ଯାନ୍ତି ତେଣୁ ଆପଣ ମାନେ ସେକସ କରିବା ପରେ ପରିସ୍ରା ଯାନ୍ତୁ ଓ ମୂତ୍ରାଶୟକୁ ଭଲ ଭାବରେ ସଫା କରି ଶୁଅନ୍ତୁ । ଏହା ସହିତ ଯଦି ଆପଣଙ୍କର ଡାଇବେଟିସ ଓ ବ୍ଲଡ଼ ପ୍ରେସର ଆଦି ରୋଗ ଥିଲେ ତାକୁ ନିୟନ୍ତ୍ରଣ କରିବା ଉଚିତ । ଆପଣ ମାନେ ସବୁବେଳେ ସୁଷମ ଖାଦ୍ୟ ଖାଇବା ଉଚିତ । ତା ହେଲେ ବନ୍ଧୁଗଣ ଏହି ସବୁ କଥା ଗୁଡିକୁ ଧ୍ୟାନରେ ରଖନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ସୂଚନା ନିଶ୍ଚୟ ଦିଅନ୍ତୁ ।