ବାପରେ ବାପ୍…ପସିଯାଉ ପଛେ ଲୁହା ଛଡ, ମୁଁ ଆଗ ଟିକେଟ ଆଣିବି, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବାରବାଟୀ ଷ୍ଟାଡିୟମ ରେ କ୍ରିକେଟ ଖେଳ ଦେଖିବା ନିମନ୍ତେ ଲୋକ ମାନଙ୍କ ଅସମ୍ଭାଳ ଭିଡ । ଏହି ଭିଡ ଏଭଳି ଭାବରେ ହୋଇଅଛି ଯେ ଲୋକ ମାନେ ୨ ଦିନ ହେବ ଟିକେଟ କାଉଣ୍ଟର ରେ ଧାଡି କରି ଛିଡା ହୋଇଛନ୍ତି । ବାରବାଟୀ ଟିକେଟ ପାଇଁ ବହୁତ ଭିଡ ରାତିରୁ ଲାଗିଛି ଲୋକଙ୍କ ଲମ୍ବା ଲାଇନ । ସକାଳ ୯ ରେ ସାଧାରଣ ଦର୍ଶକ ଙ୍କ ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଛି ।

ଟିକେଟ ବିକ୍ରି ନିମନ୍ତେ ସ୍ଵତନ୍ତ୍ର କାଉଣ୍ଟର କରାଯାଇଅଛି । ମହିଳା ଙ୍କ ପାଇଁ ପ୍ରଥମ ଥର ଭାବରେ ଦୁଇଟି କାଉଣ୍ଟର ହୋଇଅଛି । ତେବେ ମୋଟ ୯ ଟି କାଉଣ୍ଟର ରେ ଟିକେଟ ବିକ୍ରି ହେଉଅଛି ।ସକାଳ ୯ ରୁ ସନ୍ଧ୍ୟା ୬ ଟା ଅର୍ଥାତ ଟିକେଟ ସରିବା ପର୍ଯ୍ୟନ୍ତ ବିକ୍ରି କରାଯିବ । ସାଧାରଣ ଦର୍ଶକ ଙ୍କ ପାଇଁ ମୋଟ ୧୨ ହଜାର ୯୩ ଟି ଟିକେଟ ବିକ୍ରି କରାଯିବ । ସେଥିରୁ ୧୩୬୨ ଟି ଦାମୀ ଟିକେଟ ଥିବା ବେଳେ, ୧୦ ହଜାର ୭୩୧ ଟି ଗ୍ୟାଲେରୀ ଟିକେଟ ରହିଅଛି ।

ଜଣେ ବ୍ୟକ୍ତି ସର୍ବାଧିକ ୨ ଟି ଟିକେଟ ହିଁ କିଣି ପାରିବେ । ଟିକେଟ କିଣିବା ସମୟରେ ଫଟୋ ପରିଚୟ ପାତ୍ର ବାଧ୍ୟତା ମୂଳକ କରାଯାଇଅଛି । ତେବେ ଟିକେଟ ପାଇଁ ଅସମ୍ଭବ ଭିଡ ।ବାରବାଟୀ ରେ ଦକ୍ଷିଣ ଆଫ୍ରିକା ଭାରତ ଟି ଟଣ୍ଟି ଯୁଦ୍ଧ ପୂର୍ବ ରୁ ଆଜି କ୍ରିକେଟ ଫ୍ୟାନ ଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଏଭଳି ଖଣ୍ଡ ଯୁଦ୍ଧ ।

ତେବେ ସମୁଦାୟ ୧୨ ହଜାର ଟିକେଟ ରହିଥିବା ବେଳେ ଟିକେଟ କିଣିବା ଲାଗି ୪୦ ହଜାର ଲୋକଙ୍କ ଭିଡ ରହିଥିଲା । ଏକା ସଂଖ୍ୟାରେ ଏତେ ସଂଖ୍ୟାରେ ଲୋକ ଙ୍କୁ ଦେଖି ସେମାନଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ନାକେଦମ ହୋଇଥିଲା ପୋଲିସ । ଟିକେଟ ନିମନ୍ତେ ପୁରୁଷ ଅପେକ୍ଷା ମହିଳା ଙ୍କ ପକ୍ଷରୁ ଅଧିକ ଠେଲାପେଲା, ମାରପିଟ ଦେଖିବାକୁ ମିଳିଅଛି ।

ଏହାପରେ ସ୍ଥିତି କୁ ନିୟନ୍ତ୍ରଣ କରିବା ନିମନ୍ତେ ଲାଠି ଚାର୍ଜ କରିଥିଲା ପୋଲିସ । ମାତ୍ର ସ୍ଥିତି ଏଭଳି ଥିଲା ଯେ ତାହାକୁ ନିୟନ୍ତ୍ରଣ କରିବା ସମ୍ଭବ ନଥିଲା । ପୁରୁଷ ମାନଙ୍କ ମଧ୍ୟରୁ ଜଣେ ଲୁହା ଗ୍ରୀଲ ଉପରେ ଚଡି ଟିକେଟ ନେବାପାଇଁ ଆଗଉ ଥିଲେ । ତେବେ ଏଭଳି ଭାବରେ ଷ୍ଟାଡିୟମ ରେ କ୍ରିକେଟ ପ୍ରେମୀ ଙ୍କର ଭିଡ ଲାଗି ରହିଅଛି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *