କାହା ପାଇଁ ପ୍ରଚାର କରିବାର ଦରକାର ନାହିଁ, ବାପାଙ୍କୁ କହିଛି ଭଉଣୀ ଘରକୁ ପଳାଅ…Siddharth Rautray

ମୁଁ ବାପାଙ୍କୁ କହିଛି ଭଉଣୀ ଘରକୁ ପଳା । ହଁ ଆଜ୍ଞା ଏଭଳି କିଛି ମନ୍ତବ୍ୟ ମିଡିଆ ସାମ୍ନାରେ ରଖିଛନ୍ତି ସୁରେଶ ରାଉତରାୟଙ୍କ ବଡ ପୁଅ ସିଦ୍ଦାର୍ଥ ରାଉତରାୟ । ତେବେ ନିକଟରେ ସୁର ରାଉତରାୟଙ୍କର ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ସାମିଲ ହୋଇଛନ୍ତି । ଯାହାକୁ ନେଇ ଖୁବ ଚର୍ଚା ଲାଗି ରହୁଛି । ତେବେ ମନ୍ମଥଙ୍କ ବାପା ଓ ବଡ ଭାଇ କଙ୍ଗ୍ରେଶ ଦଳକୁ ସପୋର୍ଟ କରୁଥିବା ବେଳେ ସାନ ପୁଅ ମନ୍ମଥ ବିଜେଡି ପାର୍ଟିକୁ ସପୋର୍ଟ କରୁଛନ୍ତି ।

ତେବେ ଏହି ଚର୍ଚା ଭିତରେ ସିଦ୍ଧାର୍ଥ ରାଉତରାୟ ଗଣ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଯେ ମୁଁ ବାପାଙ୍କୁ ନିରାଶ କରିନାହିଁ । ଏବେ ମନ୍ମଥ ବିଜେଡିରେ ମିଶିବା ପରେ ବର୍ତ୍ତମାନର ମାହୋଲରେ ଯାହା ସବୁ ଚର୍ଚା ହେଉଛି ସେଥିରେ ଆମ ବାପାଙ୍କର ଇଜ୍ଜତ ଆଉ ଆଗ ଭଳି ରହିଲା ନାହିଁ । ସେଥିପାଇଁ ବାପାଙ୍କର ଇଜ୍ଜତ ଫେରି ପାଇବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିବ । କାରଣ ମନ୍ମଥ କେବଳ କ୍ଷମତା ଲୋଭରେ ହିଁ ବିଜେଡିରେ ଯାଇ ମିଶିଛି ।

ତେଣୁ ଆଜିକା ଡେଟରେ ବାପାଙ୍କର ଇଜ୍ଜତ ପୁରା କମିଯାଇଛି । କାରଣ ବାପା ଚାହୁଁଥିଲେ ମନ୍ମଥ କଙ୍ଗ୍ରେଶରୁ ଠିଆ ହେଉ । ହେଲେ ସେ ବାପାଙ୍କ କଥା ନରଖି ତା’ ଜିଦିରେ ଅଟଳ ରହି ବିଜେଡିରେ ମିଶିଲା । ଯଦି ସେ ବାପାଙ୍କ କଥା ମାନି କଙ୍ଗ୍ରେଶରୁ ଠିଆ ହୋଇ ନିର୍ବାଚନ ଲଢିଥାନ୍ତା । ତେବେ ସେ ନିଜ ପାୱାରରେ ଜଟଣୀ ତଥା ଓଡିଶାର ମଧ୍ୟ ବିକାଶ କରିପାରିଥାନ୍ତା । ହେଲେ ସେ କ୍ଷମତା ଅଧିକ ପାଇବା ପାଇଁ ନବୀନ ପଟ୍ଟନାୟକଙ୍କୁ ଅନୁସରଣ କରି ବିଜେଡିରେ ମିଶିବା ଉଚିତ ମନେ କରିଲା ।

ତେଣୁ ମୁଁ ବାପାଙ୍କୁ କହି ଦେଇଛି । ନିର୍ବାଚନ ପାଇଁ କାହା ପାଇଁ ପ୍ରଚାର ପ୍ରସାର କରିବା ଦରକାର ନାହିଁ । ତୁମେ ଭଉଣୀ ଘରକୁ ପଳାଅ । ସେଠାରେ ଯାଇ 2 ମାସ ବୁଲାବୁଲି କରି ମାଇଣ୍ଡ ରିଲାକ୍ଷ କରି ଘରକୁ ଆସ । ତେଣିକି ଯିଏ ଯେଉଁ ଦଳକୁ ସପୋର୍ଟ କରୁଛି । ସେହି ଦଳ ପକ୍ଷରୁ ଠିଆ ହୋଇ ନିର୍ବାଚନ ଲଢୁ । ତେବେ ଏଭଳି କିଛି ପ୍ରତିକ୍ରିୟା ସିଦ୍ଧାର୍ଥ ରାଉତରାୟ ଗଣ ମାଧ୍ୟମରେ ରଖିଛନ୍ତି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *