ଦର୍ଶକ ବନ୍ଧୁ ଓଡିଶାର ପୂର୍ବତ୍ତମ ସ୍ୱାସ୍ଥ୍ୟ ମନ୍ତ୍ରୀ ଆଉ ଆମ ମାନଙ୍କ ଗହଳରେ ନାହାନ୍ତି ଗତ ଜାନୁୟାରୀ 29 ତାରିଖରେ ଏଏସଆଇ ଗୋପାଳ ଦାସ ବିଚ ରାସ୍ତାରେ ତାଙ୍କୁ guli ମା-ରି ହତୟଆ କରିଛି । ଏବେ ଗୋପାଳ ଦାସ ଚୌଦ୍ଵାର ଜେଲରେ ଅଛି ଆଉ ଓଡିଶା ରାଜନୀତିରେ ଏକ ନୂଆ ମୋଡ ଆସିଛି । ନବ ଯିବା ପରେ ଏବେ ଝାରସୁଗୁଡା ଜିଲ୍ଲାରେ ଉପ ନିର୍ବାଚନ ହେବାକୁ ଯାଉଛି । ଆଉ ଏହି ନିର୍ବାଚନରେ ବିଜେଡି ନବଙ୍କ ଝିଅ ଦୀପାଳି ଦାସଙ୍କୁ ଟିକେଟ ଦେଇପାରେ ବୋଲି ସମସ୍ତ ସ୍ଥାନରେ ଆଲୋଚନା ହେଉଛି ।
ନବ ଯିବା ପରେ ତାଙ୍କ ପରିବାର ମର୍ମାହତ ଅଛନ୍ତି ଆଉ ଏହାରି ମଧ୍ୟରେ ନବ ଦାସଙ୍କ ଝିଅ ଦୀପାଳି ଦାସ ଗଣମାଧ୍ୟମ ଆଗରେ ଆସି ଏକ ବଡ ବୟାନ ଦେଇଛନ୍ତି । ତେବେ ଦୀପାଳିଙ୍କ ଏହି ବୟାନକୁ ନେଇ ସାରା ଓଡିଶାରେ ଏବେ ଚର୍ଚ୍ଚା ଜୋର ଧରିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଦୀପାଳି ଗଣମାଧ୍ୟମ ଆଗରେ କହିଛନ୍ତି-‘ଏଇଟା ଗୋଟେ ବହୁତ ସେନ୍ସେଟିଭ କେସ ଆଉ ଏଇଟା ହେଉଛି ମୋ ବାପାଙ୍କ ଜୀବନ ବିଷୟରେ ତେଣୁ ଏଇଟା ବହୁତ ସେନ୍ସେଟିଭ କେସ । ତେଣୁ କ୍ରାଇମ ବ୍ରାଞ୍ଚ ତାର ସମୟ ନେଇକି ତଦନ୍ତ କରୁଛି ପ୍ରୋସେସ ଶେଷ ହେବା ପରେ ମୁଁ ନିଶ୍ଚୟ ଆପଣଙ୍କୁ କହିବି ।
ଏହାକୁ ନେଇ ମୁଁ ଆଉ ମୋ ପରିବାର ବହୁତ ଦୁଃଖିତ ଅଛୁ ଆମେ ଶେଷରେ ଆପଣଙ୍କୁ ସବୁ କହିବୁ ହେଲେ ଏବେ କିଛି କହିପାରିବୁ ନାହିଁ । ମୁଁ ଗୋଟେ କଥା ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ, ମୋ ବାପାଙ୍କର ଏହି ବିଷୟକୁ ଗୋଟେ ରାଜନୈତିକ ପ୍ରସଙ୍ଗ ନ କରାଯାଉ ସେଥିପାଇଁ ମୋର ପରିବାର ତରଫରୁ ହାତ ଯୋଡି ମୁଁ ସମସ୍ତଙ୍କୁ ନିବେଦନ କରୁଛି । ଏମିତି ଆକସ୍ମିକ ଦେହାନ୍ତ ପରେ ଆମେ ସମସ୍ତେ ବହୁତ ମର୍ମାହତ ଅଛୁ ।
ଆମେ କେବେ ଭାବି ବି ନଥିଲୁ ଏମିତି କେବେ ହେବ ବୋଲି । ଏଭଳି ସଙ୍କଟ ସମୟରେ ଯେଉଁ ଭଳି ଭାବରେ ଓଡିଶାବାସୀ ଆମ ପରିବାର ସାଙ୍ଗରେ ଯେମିତି ସଂବେଦନ ଦେଖାଇ ଛନ୍ତି ସେଥିପାଇଁ ମୁଁ ସମସ୍ତଙ୍କ ସାମ୍ନାରେ ହାତ ଯୋଡି କୃତଜ୍ଞତା ଜଣାଇବି । ଆଉ ଗୋଟେ କଥା ହେଲା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋ ବାପା ଗଲା ପରେ ଆମ ପରିବାର ସହ ଗୋଟେ ପିତା ଭଳି ଛିଡା ହୋଇଛନ୍ତି ।
ଆଉ ସେ ଆମ ମୁଣ୍ଡ ଉପରେ ଗୋଟେ ଆଶୀର୍ବାଦର ଛାୟା ଦେଇଛନ୍ତି । ସେଥିପାଇଁ ମୁଁ ଏବଂ ମୋର ପୁରା ପରିବାର ସର୍ବଦା ତାଙ୍କୁ କୃତଜ୍ଞ ଜଣାଉଛୁ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।