ବାପା ତମେ ସବୁ ବେଳେ କୁହ ନା ମୋ ଦୁଇ ପୁଅ ଜଗା ଓ ବଳିଆ ପରି ମୋ ବଡ ପୁଅ ବଳିଆ ହେଲେ ସାନ ଜଗା । କିନ୍ତୁ ଦୁହେଁ ଭାରି ଅଝଟିଆ । ହେଲେ ଆମେ ତମ ଜୀବନ… ହେଲେ ଆଜି ତମେ କଣ ପାଇଁ ଆମ ସହ କଥା ହଉନ, ତମ ଫୋନ ବି ଲାଗୁନି ଓ ବୁଝିଲୁ ଆମ ଉପରେ ରାଗିଚ କି ତମେ ରାଗନି । ଆମେ ଆଉ କୌଣସି ଜିନିଷ ପାଇଁ ଜିଦି କରିବୁ ନାହିଁ ତମେ ଯାହା କହିବ ଆମେ ସବୁ ଶୁଣିବୁ ।
ଥରେ କଥା ହୁଅ ବଡ ବାପା କହୁଛନ୍ତି ତମେ କଣ ରାଗିଚ ଆଉ କେବେ କଥା ହେବନି ମାମା ବି କିଛି କହୁନି ଖାଲି କାନ୍ଦୁଛି । ଖାଲି ସତ କୁହ ବାପା ତମର କଣ ହେଇଛି । ହଁ ଆଜ୍ଞା ଏମିତି କିଛି ଅଳି କରୁଛନ୍ତି ପିଣ୍ଟୁ ନନ୍ଦଙ୍କ ଦୁଇ ପୁଅ । ଯାହାଙ୍କୁ ଦେଖୁଛନ୍ତି ତାଙ୍କ ଆଖିରେ ଲୁହ ଯାହାକୁ ପଚାରୁଛନ୍ତି ତାଙ୍କ ପ୍ରଶ୍ନର ଉତ୍ତର ଦେଇ ପାରୁ ନାହାନ୍ତି ସମସ୍ତେ ନୀରବ । ଏବେ ବାପାଙ୍କୁ ଖୋଜି ବୁଲୁ ଛନ୍ତି ଦୁଇ ପୁଅ ।
କେମିତି ବା ଖୋଜିବେନି ଜୀବନ ପରା ଥିଲେ ଆଉ ଏତେ ଶୀଘ୍ର ଜୀବନ ଦୂରେଇ ଯିବାର କଥା କଣ ସେ ବିଶ୍ଵାସ କରିବେ । କେହି ବି ତାଙ୍କୁ ଏ କଥା କହିବା ପାଇଁ ସାହାସ କରୁ ନାହାନ୍ତି । ଦୁଇ ପୁଅଙ୍କୁ ଭାରି ଗେଲହା କରୁଥିଲେ ପିଣ୍ଟୁ ନନ୍ଦ । ଦୁହେଁ ଥିଲେ ତାଙ୍କ ଜୀବନ ଜଗା ବଳିଆ ଭଳି । ଘଇଡେ ନ ଦେଖିଲେ ପିଣ୍ଟୁ ରହି ପାରୁ ନଥିଲେ । ପ୍ରତି ସମୟରେ ତାଙ୍କୁ ଖୋଜି ବୁଲୁ ଥିଲେ । ଆଉ ଏବେ କେହି ବି ତାଙ୍କର ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ନୁହେଁ ।
କିଏ କହୁଛନ୍ତି ବାପା ରାଗିଛନ୍ତି ତ ଆଉ କିଏ କହୁଛନ୍ତି ବାପା ଫେରିବେ ବ୍ୟସ୍ତ ହନା । ଆଉ କିଏ କହୁଛନ୍ତି ବାପା ବୁଲିବାକୁ ଯାଇଛନ୍ତି ତୋ ପାଇଁ ଖେଳଣା ଆଣିବେ କାନ୍ଦେନି । ଏମିତି କିଛି ମନଘଡା କାହାଣୀ ଦୁଇ ପୁଅଙ୍କ ପାଖରେ ରଖୁଛନ୍ତି ପରିବାର ଲୋକେ ।
ମାଆ ବି କିଛି କହୁ ନାହାନ୍ତି କେବଳ କାନ୍ଦୁ ଛନ୍ତି ଆଉ ବାପାଙ୍କ ଅପେକ୍ଷା ରହିଛି କେତେବେଳେ ବାପା ଆସିବେ ଆଉ ତାଙ୍କର ସବୁ ପ୍ରଶ୍ନର ଉତ୍ତର ରଖିବେ । ହେଲେ ସେମାନେ ଜାଣି ନାହାନ୍ତି ତାଙ୍କ ବାପା ଆଉ ନାହାନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।