ବାପାଙ୍କ ପରେ ଚାଲିଗଲେ ମାଆ, ପିଲାଙ୍କ ମୁଣ୍ଡ ଉପରୁ ଉଠିଗଲା ମୁରବିଙ୍କ ହାତ, କାନ୍ଦି କାନ୍ଦି ଭାଇ ଭଉଣୀ ଯାହା କହୁଛନ୍ତି ଚୂନି ଆପଣଙ୍କ ଆଖିରେ ଲୁହ ଆସିଯିବ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାପା ଯିବା ପରେ ପରେ ଚାଲିଗଲେ ମାଆ ! ୩ ଛୁଆ ହୋଇଗଲେ ଅନାଥ । ତେବେ ସୂଚନା ମୁତାବିକ ଯାଜପୁର ଜିଲ୍ଲା ଓସ୍ତପାଳ ବ୍ଲକ ଓସ୍ତପାଳ ଗ୍ରାମରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ସଡକ ଦୁର୍ଘଟଣାରେ ପିଲା ମାନଙ୍କର ବାପାଙ୍କର ଦେହାନ୍ତ ଘଟି ଯାଇଥିଲା । ତାପରେ ଏହି ଦୁଃଖରେ ରହି ରହି ସବୁବେଳେ ସ୍ଵାମୀଙ୍କ ବିୟୋଗ ଓ ପିଲାଙ୍କ ଭାବିକି ବହୁତ ଚିନ୍ତାରେ ରହୁଥିଲେ ଉକ୍ତ ପିଲାଙ୍କ ମାଆ ।

ହେଲେ ଗତକାଲି ମାଆ ଙ୍କର ମଧ୍ୟ ଦେହାନ୍ତ ଘଟିଥିଲା । ତାପରେ ୩ ଛୁଆ ସଂପୂର୍ଣ୍ଣ ଭାବରେ ଅନାଥ ହୋଇଯାଇଥିଲେ । ବଡ ଝିଅ ଉତିଶ୍ରୀ ଆର ବର୍ଷ +୨ ପରୀକ୍ଷା ଦେବ । ସାନ ଝିଅ  ମେଟ୍ରିକ ପରୀକ୍ଷା ଦେଇ ଭଲ ମାର୍କରେ ପାସ କରିଥିଲେ । ଘରର ସବା ସାନ ପୁଅ ବର୍ତ୍ତମାନ ଚତୁର୍ଥ ଶ୍ରେଣୀରେ ଗାଁ ସ୍କୁଲରେ ପାଠ ପଢୁଛି । ତେବେ ପିଲା ମାନଙ୍କ ମୁଣ୍ଡ ଉପରୁ ବାପା, ମାଆ ଙ୍କ ହାତ ଚାଲିଯାଇଥିବାରୁ ପିଲା ମାନେ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ।

ଆଖିରୁ ଲୁହ ଶୁଖୁନାହିଁ କି ପାଟିକୁ ଦାନା ମଧ୍ୟ ରୁଚୁ ନାହିଁ । କାରଣ ଘର ପରିବାରରେ ଘର ଚଳାଇବା ପାଇଁ ଆଉ କେହି ମୁରବୀ ନାହାନ୍ତି । ସବୁଠାରୁ ଦୁଃଖ କଥା ହେଉଛି ବାପା,ମାମା ଚାଲିଯିବା ପରେ ୩ ପିଲା କେମିତି ଚଳିବେ ଓ ପାଠ ପଢିବେ । ସେହି କଥାକୁ ନେଇ ପିଲା ମାନଙ୍କୁ ଚିନ୍ତା ଘାରିଛି । ତେବେ ସ୍ଥାନୀୟ ଲୋକଙ୍କ ଆଶ୍ରାରେ ଏବେ ୩ ପିଲା । ଘର ପାଖ ପଡୋଶୀ ପିଲାଙ୍କୁ ଖାଇବାକୁ ଦେଲେ । ପିଲା ଖାଉଛନ୍ତି ।

ହେଲେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ମଧ୍ୟ ପିଲା ମାନଙ୍କ ଦୁଃଖ ଦେଖି ଦୁଃଖୀତ ହୋଇଯାଇଛନ୍ତି । ଏହା ସହ ୩ ଅନାଥ ପିଲାଙ୍କୁ ଯଦି ସରକାରଙ୍କର କିଛି ଆର୍ଥିକ ସହାୟତା ମିଳିପାରନ୍ତା । ତେବେ ପିଲା ମାନେ କଷ୍ଟମଷ୍ଟେ ଚଳିବା ସହ ଆଗକୁ ପାଠ ପଢି ନିଜ ଭବିଷ୍ୟତ ଗଢି ପାରିଥାନ୍ତେ । ତେବେ ବଡ ଝିଅ ଇତିଶ୍ରୀ ମଧ୍ୟ ନିଜ ୨ ଭାଇ, ଭଉଣୀ ଓ ନିଜର ଚଳିବା ପାଇଁ ସରକାରଙ୍କ ଠାରୁ କିଛି ଆର୍ଥିକ ସହାୟତା ଗଣ ମାଧ୍ୟମ ସହାୟତାରେ ମାଗିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *