ପ୍ରତ୍ୟେକ ପୁଅ ଓ ଝିଅ ଏହାକୁ ଥରେ ନିଶ୍ଚୟ ଦେଖିବା ଉଚିତ୍ ! Best Inspirational Story

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣନ୍ତି କି ଜୀବନରେ ବହୁତ ମୂଲ୍ୟବାନ ଜିନିଷ ରହିଛି ଯାହା ଆମ ଜୀବନରେ ସବୁବେଳେ ବହୁତ କାମରେ ଆସେ ତେବେ ସେହି ସବୁ ମଧ୍ୟରୁ ସବୁଠାରୁ ଅଧିକ ମୂଲ୍ୟବାନ ହେଉଛନ୍ତି ଆମ ବାପା ମାଆ । ତେବେ ବାପା ମାଆ ଆମ ଜୀବନରେ ବହୁତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ତେବେ ସେ ନିଜେ କଷ୍ଟ ସହି ନିଜ ପିଲାଙ୍କ ସ୍ୱପ୍ନ କୁ ସେମାନେ ପୂର୍ଣ୍ଣ କରି ଥାଆନ୍ତି । ତେବେ ଆସନ୍ତୁ ଏକ ସୁନ୍ଦର ଗଳ୍ପ ବିଷୟରେ ଆଲୋଚନା କରିବା ଯାହାଦ୍ୱାରା ଆପଣ ଜାଣି ପାରିବେ କି ବାପା ମାଆ ଆମ ଜୀବନରେ କେତେ ଗୁରୁତ୍ୱପୂର୍ଣ୍ଣ ।


ତେବେ ଦିନେ ଜଣେ ବ୍ୟକ୍ତି ଏକ ଅଫିସ କୁ ଯାଇ ସେଠାରେ ନିଜର ଚାକିରୀ ପାଇଁ ଯାଇଥିଲା ଏବଂ ନିଜର ସମସ୍ତ ପ୍ରମାଣପତ୍ର, କାଗଜପତ୍ର ଆଦି କୁ ନେଇ ଯାଇଥିଲା । ତେବେ ଅଫିସର ବସ୍ ସେସବୁ କୁ ଦେଖି ବହୁତ ଖୁସି ହୋଇଗଲେ ଏବଂ ତାଙ୍କୁ ପଚାରିଲେ କି ତୁମ ବାପା କଣ କରନ୍ତି ତେବେ ସେ ଉତ୍ତର ରେ କହିଲେ କି ମୋ ବାପା ଅନ୍ୟ ଲୋକଙ୍କ ପାଇଁ କପଡା ସଫା କରନ୍ତି ତେବେ ସେ ପଚାରିଲେ କି ତୁମେ କୌଣସି ସ୍କଲାରସିଫ ପାଇଛ ତେବେ ସେହି ବ୍ୟକ୍ତି ନା କହିଲା ।

ତେବେ ବସ୍ ତା ହାତ ଦେଖିବାକୁ କହିଲେ ତେବେ ସେ ତା ହାତ ବଢ଼ାଇ ଦେଲା ଏବଂ ବସ୍ ତା ହାତ ଦେଖିଲେ ଏକଦମ ନରମ ଏବଂ ସୁନ୍ଦର ଥିଲା । ତେବେ ସେ କହିଲେ କି ମୁଁ ତୁମକୁ ଆଜି ଏହି ଚାକିରୀ ଦେବି ନାହିଁ ତୁମେ ଆଜି ଯାଇ ନିଜ ବାପାଙ୍କ ଗୋଡ଼ ହାତ ଧୋଇବ ଏବଂ କାଲି ଆସି ମୋତେ ଦେଖା କର । ତେବେ ସେହି ବ୍ୟକ୍ତି ଘରକୁ ଆସିଗଲା ଏବଂ ଚୁପଚାପ ବସି ରହିଲା ।


ତେବେ କିଛି ସମୟ ପରେ ତା ବାପା ଆସିଲେ ଏବଂ ଚାକିରୀ ବିଷୟ ରେ ପଚାରିଲେ ତେବେ ଏହା ପୂର୍ବରୁ ସେ କହିଲା କି ବାପା ମୋତେ ତୁମର ଗୋଡ଼ ଏବଂ ହାତ କୁ ଧୋଇବାକୁ ଚାହୁଁଛି ଏହା ଯୋଗୁଁ ମୋ ଚାକିରୀ ହୋଇଯିବ । ତେବେ ସେ ପାଣି ଆଣି ତା ବାପାଙ୍କ ହାତ ଏବଂ ଗୋଡ଼ ଧୋଇଲା ଏବଂ ଦେଖିଲା କି ହାତ ଏବଂ ଗୋଡ଼ ରେ ଟିକେ ଟିକେ ଖଣ୍ଡିଆ ହୋଇ ଯାଇଛି ଏବଂ ପାଣି ବାଜିଲେ ତାଙ୍କୁ କଷ୍ଟ ହେଉଛି ।

ତେବେ ସେ ବୁଝି ପାରିଲା କି ତା ବାପା ତା ପାଠ ପଢା ପାଇଁ କେତେ କଷ୍ଟ କରୁଛନ୍ତି ଏବଂ କିଛି କହୁ ବି ନାହାନ୍ତି । ତେବେ ଯେତେବେଳେ ଦୁହେଁ ଖାଇବାକୁ ଯାଇଥିଲେ ସେତେବେଳେ ତାଙ୍କ ପୁଅ ଯାଇ ବାପାଙ୍କ ସବୁ ଲୁଗାପଟା ସଫା କରିଲା କାରଣ ସେ ମଧ୍ୟ ନିଜ ବାପାଙ୍କ କଷ୍ଟ କୁ ଅନୁଭବ କରିବାକୁ ଚାହୁଁଥିଲା ତେବେ ଏହା ଦେଖି ଦୁହେଁ ବାପା ପୁଅ ବହୁତ କାନ୍ଦିଲେ ।


ତେବେ ଆର ଦିନ ଅଫିସ ରେ ପୁଅ ଯାଇ ବସ୍ କୁ ଦେଖା କରିଲା ଏବଂ ବସ୍ ଯେତେବେଳେ ବାପାଙ୍କ ପାଦ ଧୋଇଲ ଏହି ପ୍ରଶ୍ନ ପଚାରିବାରୁ ସେ କାନ୍ଦି ପକାଇଲା ଏବଂ ଏହା ଦେଖି ବସ୍ କହିଲେ କି ତୁମର ଚାକିରୀ ପକ୍କା ଏବଂ ମୁଁ ମୋ ଅଫିସ ରେ ମ୍ୟାନେଜର ନୁହେ ବରଂ ଜଣେ ଭଲ ବ୍ୟକ୍ତି ଆଵଶ୍ୟକ ଯିଏ ନିଜର ସହ କର୍ମଚାରୀ ଙ୍କ ଦୁଃଖ ସୁଖ ବୁଝି ପାରୁଥିବ । ତେବେ ଏହି ଗପ ମାଧ୍ୟମରେ ଅର୍ଥ ହେଉଛି କି ବାପା ମାଆ ଦୁନିଆର ସବୁ କଷ୍ଟ ଦୁଃଖ ସହି ଆମକୁ ପାଳନ୍ତି ନିଜେ ନ ଖାଇ ଆମକୁ ଖାଇବାକୁ ଦିଅନ୍ତି । ତେଣୁ କେବେବି ତାଙ୍କ ପ୍ରତି ଥିବା କର୍ତ୍ତବ୍ୟ କୁ ଅବହେଳା କରିବା ଉଚିତ ନୁହେଁ ଏବଂ ତାଙ୍କୁ ସର୍ଵଦା ସମ୍ମାନ ଦେବା ଆବଶ୍ୟକ ଅଟେ ।

Leave a Reply

Your email address will not be published. Required fields are marked *