ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ଭାଇଙ୍କୁ ନିଶ୍ଚୟ ଜାଣିଥିବେ । ସୁର ଭାଇ ହେଉଛନ୍ତି ଜଣେ ନିଆରା ଲୋକ ତାଙ୍କର କଥା କହିବାର ଶୈଳୀ ହେଉ କି ସମାଜସେବା ଲୋକ ମାନେ ତାଙ୍କୁ ବହୁତ ଅଧିକ ଭଲ ପାନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ସୁର ଭାଇଙ୍କ ବିଷୟରେ ନୁହେଁ ତାଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ବିଷୟରେ କହିବାକୁ ଯାଉଛୁ । ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ,
ଯେଉଁଠି ସୁର ଭାଇ ନିଜ ପୁଅ ସିଦ୍ଧାର୍ଥଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିବାର ନଜର ଆସୁଛନ୍ତି । ତେବେ ଏହି ଫଟୋ ଭାଇରାଲ ହେବାରେ ପରେ ସିଦ୍ଧାର୍ଥ ମଧ୍ୟ ରାଜନୀତି ମାହୋଲରେ ଖୁବ ଚର୍ଚ୍ଚା ସାଉଣ୍ଟି ଛନ୍ତି । ଆଉ ଏହାରି ମଧ୍ୟରେ ସିଦ୍ଧାର୍ଥ ଗଣମାଧ୍ୟମ ଆଗରେ ଏକ ସାକ୍ଷାତ୍କାର ଦେଇଛନ୍ତି ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।
ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସିଦ୍ଧାର୍ଥ ଗଣମାଧ୍ୟମ ଆଗରେ କହିଛନ୍ତି-‘ମୋ ବାପା ହେଉଛନ୍ତି ଆମ ଆଦର୍ଶ ତାଙ୍କର ଯେଉଁ ଏନର୍ଜି ପୁରା ଦୁନିଆରେ ନଥିବ ଆଉ ଓଡିଶାରେ ତ ମୂଳରୁ ନାହିଁ । ସେହି ଏନର୍ଜି ଆମକୁ ମିଳିଛି ତେଣୁ ବହୁତ ବହୁତ ଭଗବାନଙ୍କୁ ଧନ୍ୟବାଦ ଆମେ ତାଙ୍କ ଠାରୁ ଜନ୍ମ ।
ବାପା ସବୁବେଳେ କୁହନ୍ତି ମାଡ ଚାଲ ଏହାର ବହୁତ କାରଣ ରହିଛି ପ୍ରଥମ ହେଉଛି କାହାକୁ ଡରିବନି । ଦ୍ଵିତୀୟ ହେଉଛି କଷ୍ଟ କର । ଯଦି କଷ୍ଟ କରିବ ଆଉ ସଫଳତା ପାଇବ । ତୃତୀୟ ହେଉଛି ସଚଟ ପଣିଆ । ଯଦି ଆପଣ ସଚଟ ନଥିବେ ତା ହେଲେ ଆପଣ ଆଗକୁ ମାଡି ପାରିବେ ନାହିଁ । ମୋ ବାପାଙ୍କୁ ସମସ୍ତେ ଭାଇ ଡାକନ୍ତି ବହୁତ ଭଲ ଲାଗେ । ଯାହାକୁ ଯାହା ସାହାର୍ଯ୍ୟ ଦରକାର ସେ ଛୋଟ ପିଲାଟି ହେଲେ ବି ବାପା ତାକୁ ଅଟକାଇ ସାହାର୍ଯ୍ୟ କରିବେ ।
ମୋର ମନେ ଅଛି ଆଗରୁ ତ ଆମ୍ବୁଲାନ୍ସ ନଥିଲା ଯଦି ପେସେଣ୍ଟ ରାସ୍ତା ଉପରେ ଥିବେ ବାପା ଆମକୁ ଗାଡିରୁ ଓଲ୍ହାଇ ଛିଡା କରେଇବେ ପେସେଣ୍ଟ ନେଇ ମେଡିକାଲ ଯିବେ । ଆମେ ଘଣ୍ଟାଏ ଦୁଇ ଘଣ୍ଟା ଛିଡା ହେଇଥିବୁ । ଆମେ ସ୍କୁଲ ଯାଉଥିବୁ ଆମର ଗୋଟେ ପ୍ୟାଣ୍ଟ ବର୍ଷ ବର୍ଷ ପଳେଇବ ହେଲେ ସେଇଠି ସାଇଡରେ ଗୋଟେ ଗରିବ ଲୋକ ଆସିବେ ତାକୁ ଯାହା ଦରକାର ଦେଇଦେବେ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।